ହେପାରିନ
From Wikipedia, the free encyclopedia
ହେପାରିନ (ଇଂରାଜୀ ଭାଷାରେ Heparin, ବା ଅନଫ୍ରାକ୍ସନେଟେଡ ହେପାରିନ/unfractionated heparin (UFH), ଏକ ଆଣ୍ଟିକୋଆଗୁଲାଣ୍ଟ (blood thinner) ବା ସ୍କନ୍ଧନରୋଧୀ ଔଷଧ ।[3] ଏହା ବିଶେଷତଃ ଡିପ ଭେନ ଥ୍ରମ୍ବୋସିସ (deep vein thrombosis), ପଲମୋନାରି ଏମ୍ବୋଲିଜ୍ମ (pulmonary embolism) ଓ ଆର୍ଟେରିଆଲ ଥ୍ରୋମ୍ବୋଏମ୍ବୋଲିଜ୍ମ (arterial thromboembolism) ରୋଗମାନଙ୍କର ଚିକିତ୍ସା ଓ ପ୍ରତିଷେଧ ଭାବରେ ବ୍ୟବହାର କରାଯାଏ । ହୃଦ୍ଘାତ ଓ ଅନସ୍ଟେବ୍ଲ ଆଞ୍ଜାଇନା (unstable angina) ରୋଗମାନଙ୍କରେ ମଧ୍ୟ ବ୍ୟବହାର କରାଯାଏ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[3] ଅନ୍ୟାନ୍ୟ ବ୍ୟବହାର ମଧ୍ୟରେ ଟେଷ୍ଟ ଟ୍ୟୁବ (test tube) ଓ ବୃକ୍କ ଡାଏଲିସିସ (kidney dialysis machines) ମେସିନରେ ବ୍ୟବହାର କରାଯାଏ ।[4][5]
Clinical data | |
---|---|
Pronunciation | ['hɛpərɪn] HEP-ə-rin |
AHFS/Drugs.com | monograph |
Pregnancy category |
|
Routes of administration | IV, SQ |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Erratic |
Metabolism | Liver |
Elimination half-life | 1.5 hours |
Excretion | Urine[2] |
Identifiers | |
IUPAC name | |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
ChEMBL | |
ECHA InfoCard | 100.029.698 |
Chemical and physical data | |
Formula | C12H19NO20S3 |
Molar mass | 12000–15000 g/mol |
InChI
| |
NY (what is this?) (verify) |
ହେପାରିନର ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଇଞ୍ଜେକସନ ନେବା ସ୍ଥାନରେ ଯନ୍ତ୍ରଣା ଓ ଶୋଣଚକ୍ରିକା ସ୍ୱଳ୍ପତା ବା ଥ୍ରୋମ୍ବୋସାଇଟୋପେନିଆ (low blood platelets) ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ହେପାରିନ ପ୍ରବର୍ତ୍ତିତ ଥ୍ରୋମ୍ବୋସାଇଟୋପେନିଆ (heparin induced thrombocytopenia) ହୋଇପାରେ । ଧୀମା ବୃକ୍କ କାର୍ଯ୍ୟ (poor kidney function) ଥିଲେ ଅଧିକ ଯତ୍ନ ଆବଶ୍ୟକ ।[3] ସ୍ତନ୍ୟପାନ ଓ ଗର୍ଭାବସ୍ଥାରେ ହେପାରିନ ବ୍ୟବହାର ଅପେକ୍ଷାକୃତ ନିରାପଦ ଜଣାଯାଏ ।[6] ହେପାରିନ ଏକ ପ୍ରାକୃତିକ ଗ୍ଲାଇକୋସାମିନୋଗ୍ଲାଇକାନ (glycosaminoglycan) ପଦାର୍ଥ ।[3][4]
ସନ ୧୯୧୬ରେ ଆବିଷ୍କୃତ ହୋଇଥିଲା ।[7] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[8] ବିକାଶଶୀଳ ଦେଶମାନଙ୍କରେ (developing world) ପ୍ରତିଷେଧକ ଭାବରେ ବ୍ୟବହାର ହେଉଥିବା ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୯.୬୩ରୁ ୩୭.୯୫ ଆମେରିକୀୟ ଡଲାର ।[9] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ରୁ ୫୦ ଆମେରିକୀୟ ଡଲାର ।[10] ଏକ ଫ୍ରାକ୍ସନେଟେଡ (fractionated) ହେପାରିନ ମଧ୍ୟ ମିଳେ ଯାହାକୁ ଲୋ ମଲିକ୍ୟୁଲାର ୱେଟ ହେପାରିନ (low molecular weight heparin) କୁହାଯାଏ ।[11]