କପାଟିକା ହୃଦ୍ରୋଗ
କପାଟିକା ହୃଦ୍ରୋଗରେ ହୃତ୍ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପ / From Wikipedia, the free encyclopedia
କପାଟିକା ହୃଦ୍ରୋଗରେ ହୃତ୍ପିଣ୍ଡ ମଧ୍ୟରେ ଥିବା ଚାରୋଟି କପାଟିକା (ବାମ ପାଖରେ ଆଓର୍ଟିକ ଓ ମାଇଟ୍ରାଲ, ଡାହାଣ ପାଖରେ ଟ୍ରାଇକସପିଡ ଓ ପଲମୋନାରି) ମଧ୍ୟରୁ ଯେ କୌଣସି କପାଟିକାରେ ବିକୃତି ଥାଇପାରେ । [3] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଗୋଡ଼ ଫୁଲିବା, ଥକ୍କାପଣ ଏବଂ ପାଲପିଟେସନ ହୋଇପାରେ । [1] ରୋଗ ଜଟିଳ ହେଲେ ହୃଦ୍ପାତ ଏବଂ ଷ୍ଟ୍ରୋକ ହୋଇପାରେ । [3]
Valvular heart disease | |
---|---|
Cardiac valvular disorder, heart valve disease | |
ବିଭାଗ | Cardiology |
ଲକ୍ଷଣ | Shortness of breath, leg swelling, tiredness, palpitations[1] |
ବିପଦ କାରକ | Older age, rheumatic heart disease, prior heart attack, high blood pressure, diabetes, infectious endocarditis, Marfan syndrome, heart related birth defect[2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Heart murmur, ultrasound[1] |
ଚିକିତ୍ସା | Healthy lifestyle, surgery[4][5] |
ପୁନଃପୌନିକ | 2.5% (USA)[6] |
ବିପଦ କାରକଗୁଡ଼ିକ ମଧ୍ୟରେ ବୃଦ୍ଧାବସ୍ଥା, ରିଉମାଟିକ ହୃଦ୍ରୋଗ, ପୂର୍ବତନ ହୃଦଘାତ, ଉଚ୍ଚ ରକ୍ତଚାପ, ମଧୁମେହ, ସଂକ୍ରାମକ ଏଣ୍ଡୋକାର୍ଡାଇଟିସ୍, ମାରଫାନ୍ ସିଣ୍ଡ୍ରୋମ ଏବଂ ଜନ୍ମଗତ ହୃତ୍ପିଣ୍ଡ ଦୋଷ ଥାଇପରେ | [2] [3] କପାଟିକାମାନଙ୍କର ଖୋଲିବା ଦୋଷ (ଷ୍ଟେନୋସିସ୍) ଏବଂ ଲିକ୍ ଦୋଷ (କଣାହୋଇ ବୋହିଯିବା) ଏହି ଦୁଇ ଭାଗରେ ବିଭକ୍ତ କରାଯାଇପାରେ | [1] ହୃତ୍ପିଣ୍ଡର ମର୍ମର୍ ଶବ୍ଦ ଶୁଣି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଅଲଟ୍ରାସାଉଣ୍ଡ ଅନୁଶୀଳନ କରି ସୁନିଶ୍ଚିତ କରାଯାଇପାରେ। [1]
ରୋଗ ସାମାନ୍ୟ ହୋଇଥିଲେ ପର୍ଯ୍ୟାୟକ୍ରମେ ଯାଞ୍ଚ ମାଧ୍ୟମରେ ରୋଗ ଅନୁସରଣ କରାଯାଇପାରେ | [1] ବ୍ୟାୟାମ ସହିତ ଏକ ସୁସ୍ଥ ଜୀବନ ପ୍ରଣାଳୀ ଅନୁସରଣ କରିବାକୁ ସୁପାରିଶ କରାଯାଏ | [4] ରିଉମାଟିକ୍ ଶ୍ରବଣ ରୋଗର ଇତିହାସ ଥିବା ବ୍ୟକ୍ତିଙ୍କ ନିମନ୍ତେ ଆଣ୍ଟିବାୟୋଟିକ ଦେବାକୁ ସୁପାରିସ କରାଯାଏ । [4] ରୋଗ ଗୁରୁତର ହୋଇଥିଲେ କପାଟିକା ମରାମତି କିମ୍ବା କୃତ୍ରିମ କପାଟିକା ପ୍ରତିରପଣ ଅସ୍ତ୍ରୋପଚାର କରାଯାଏ । [1]
ଯୁକ୍ତରାଷ୍ଟ୍ରରର ପ୍ରାୟ ୨.୫ ଲୋକଙ୍କୁ ଏହି ରୋଗ ପ୍ରଭାବିତ କରିଥାଏ, ଏବଂ ଆଓର୍ଟିକ୍ କପାଟିକା ରୋଗ ଯୋଗୁ ସର୍ବାଧିକ ମୃତ୍ୟୁ ଘଟିଥାଏ | [6] [7] ପ୍ରାୟ ୨୦୦ ଖ୍ରୀଷ୍ଟାବ୍ଦରେ ଗ୍ୟାଲେନ ଏହି ହୃତ୍ପିଣ୍ଡ କପାଟିକାର ପ୍ରଥମେ ବର୍ଣ୍ଣନା କରିଥିଲେ, ଓ ୧୬୦୦ରୁ ୧୭୦୦ ଶତାବ୍ଦୀ ପର୍ଯ୍ୟନ୍ତ କପାଟିକା ସମ୍ପର୍କୀୟ ସମସ୍ୟାର ବର୍ଣ୍ଣନା କରାଯାଇ ନଥିଲା | [8] [9] ୧୯୧୩ ମସିହାରେ ଫ୍ରାନ୍ସର ପ୍ୟାରିସରେ ଥିଓଡୋର ଟୁଫିଏରଦ୍ୱାରା ପ୍ରଥମ ଅସ୍ତ୍ରୋପଚାର ଚିକିତ୍ସା କରାଯାଇଥିଲା | [10]