ସ୍ୱଳ୍ପଅମ୍ଲଜାନ (ମେଡିକାଲ)
ସ୍ୱଳ୍ପଅମ୍ଲଜାନ ବା ହାଇପୋକ୍ସିଆ (ଇଂରାଜୀ ଭାଷାରେ Hypoxia) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରେ ଶରୀରର ତନ୍ତୁମାନଙ୍କୁ ସ / From Wikipedia, the free encyclopedia
ସ୍ୱଳ୍ପଅମ୍ଲଜାନ ବା ହାଇପୋକ୍ସିଆ (ଇଂରାଜୀ ଭାଷାରେ Hypoxia) ଏକ ଅବସ୍ଥାକୁ ବୁଝାଏ ଯେଉଁଥିରେ ଶରୀରର ତନ୍ତୁମାନଙ୍କୁ ସ୍ୱଳ୍ପ ଅମ୍ଳଜାନ ସରବରାହ ହୋଇଥାଏ | [3] ଏହା ହଠାତ୍ ଆରମ୍ଭ ହେଲେ ଏହାର ଲକ୍ଷଣରେ ଅଣନିଶ୍ୱାସ ଏବଂ ଦ୍ରୁତ ହୃଦ୍ଗତି ହୁଏ | [1] ମଧ୍ୟମ ଗମ୍ଭୀର ଅବସ୍ଥା ଥିଲେ ଦ୍ୱନ୍ଦ୍ୱ, ଏବଂ ମୁଣ୍ଡ ବିନ୍ଧା ହୋଇପାରେ, ଗୁରୁତର ରୋଗରେ ଚର୍ମ ନୀଳ ଦେଖାଯାଏ ଏବଂ ବ୍ୟକ୍ତି ପ୍ରତିକ୍ରିୟାବିହୀନ ହୋଇପାରେ | [1] ଧୀରେ ଧିରେ ଆରମ୍ଭ ହେଉଥିଲେ ପ୍ରାରମ୍ଭିକ ଲକ୍ଷଣରେ ବ୍ୟାୟାମ କଲାବେଳେ ଅଣନିଶ୍ୱାସ ଲାଗେ | [1]
Hypoxia | |
---|---|
Anoxia, hypoxiation, oxygen desaturation, lack of oxygen, low blood oxygen, oxygen starvation | |
ବିଭାଗ | Pulmonology, toxicology |
ଲକ୍ଷଣ | Shortness of breath, confusion, headache, bluish skin[1] |
କାରଣ | Hypoxemia: Pneumonia, asthma, COPD, pulmonary edema, foreign body aspiration, opioid overdose, pulmonary embolism, congenital heart defects, high altitude, carbon monoxide toxicity, interstitial lung disease[1] Ischemia: Arterial blood clot, vasospasm, peripheral artery disease[2] Other: Anemia, cardiogenic shock, cyanide poisoning[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Pulse oximetry[1] |
ଚିକିତ୍ସା | Airway management, oxygen therapy, improving lung function[1] |
ପୁନଃପୌନିକ | Common[1] |
ସ୍ୱଳ୍ପଅମ୍ଲଜାନର ଦୁଇଟି ମୁଖ୍ୟ କାରଣ ଅଛି ଯଥା:- ରକ୍ତରେ କମ୍ ଅମ୍ଳଜାନ (ହାଇପୋକ୍ସେମିଆ) ଏବଂ ତନ୍ତୁମାନଙ୍କୁ ସ୍ୱଳ୍ପ ରକ୍ତ ପ୍ରବାହ (ଅଳ୍ପରକ୍ତତା) ହୁଏ | [1] ନିମୋନିଆ, ଆଜମା, ସିଓପିଡି, ଫୁସଫୁସ ଇଡିମା, ବାହ୍ୟ ପଦାର୍ଥ ନିଷ୍କାସନ, ଓପିଓଏଡ ମାତ୍ରାଧିକ, ଫୁସଫୁସ ଏମ୍ବୋଲିଜ୍ମ, ଜନ୍ମଗତ ହୃତ୍ପିଣ୍ଡ ତ୍ରୁଟି, ଅତ୍ୟଧିକ ଉଚ୍ଚତା, କାର୍ବନ ମୋନୋକ୍ସାଇଡ ବିଷାକ୍ତତା ଏବଂ ଇଣ୍ଟରସ୍ଟିସିଆଲ ଫୁସଫୁସ ରୋଗ ଇତ୍ୟାଦି କାରଣମାନଙ୍କରୁ ଏହି ଅବସ୍ଥା ଉପୁଜି ପାରେ । [1] ଧମନୀରେ ରକ୍ତ ଜମାଟ, ଭାସୋସ୍ପାଜ୍ମ, କିମ୍ବା ପେରିଫେରାଲ୍ ଧମନୀ ରୋଗ କାରଣରୁ ଇସକେମିଆ ହୋଇପାରେ। [2] ଆନିମିଆ, କାର୍ଡ଼ିଓଜେନିକ ସକ, ଏବଂ ସାଇନାଇଡ ବିଷକ୍ରିୟା ଯୋଗୁ ମଧ୍ୟ ସ୍ୱଳ୍ପ ଅମ୍ଳଜାନ ହୋଇପାରେ । [1] ପଲ୍ସ ଅକ୍ରିମେଟ୍ରିରେ ୯୦-୯୫ରୁ କମ୍ ସାଚୁଚରେସନ୍ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ | [1] [4]
ରୋଗ ପରିଚାଳନାରେ ଶ୍ୱାସକ୍ରିୟା ପଥ ପରିସ୍କାର ରଖିବା, ପ୍ରଶ୍ୱାସରେ ଅମ୍ଳଜାନ ପରିମାଣ ବୃଦ୍ଧି କରିବା ଏବଂ ଫୁସଫୁସରେ ଅମ୍ଳଜାନ ବୃଦ୍ଧି କରାଯାଏ । [1] ଏହି ସମସ୍ତ ପ୍ରଚେଷ୍ଟା ନାଜାଲ କାନୁଲାରୁ ଆରମ୍ଭ କରି ଏଣ୍ଡୋଟ୍ରାକିଆଲ ଇନଟ୍ୟୁବେସନ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ପଦକ୍ଷେପ ସହିତ ହାସଲ କରାଯାଇପାରେ | [1] ଚିକିତ୍ସା ଶାସ୍ତ୍ରରେ ହାଇପୋକ୍ସିଆ ଏକ ସାଧାରଣ ଅବସ୍ଥା ଅଟେ | [1]