ଓପିଅଏଡ ମାତ୍ରାଧିକ
ଏହା ଏକ ତୀବ୍ର ବେମାରି ଯାହା ଅତ୍ୟଧିକ ଓପିଅଏଡ ସେବନ ଯୋଗୁ ହୁଏ । / From Wikipedia, the free encyclopedia
ଓପିଅଏଡ ମାତ୍ରାଧିକ ଏକ ବିଷକ୍ରିୟା (toxicity) ଯାହା ଦେହରେ ଅତ୍ୟଧିକ ଓପିଅଏଡ (opioids) ଯୋଗୁ ହୁଏ ।[7][3] ମର୍ଫିନ, ହିରୋଇନ, ଫେଣ୍ଟାନିଲ (fentanyl), ଟ୍ରାମାଡୋଲ (tramadol), ମେଥାଡନ ଇତ୍ୟାଦି ଓପିଅଏଡ (Opioids) ମଧ୍ୟରେ ଗଣାହୁଅନ୍ତି ।[1][2] ଶ୍ୱାସକ୍ରିୟା ଅବସାଦ (Insufficient breathing), ଛୋଟ ଆଖି ପିତୁଳା (small pupils), ଚେତାଶୂନ୍ୟ (unconsciousness) ଆଦି ଲକ୍ଷଣ ଏହି ଅବସ୍ଥାରେ ଦେଖାଯାଏ ।[1] ଲକ୍ଷଣର ଆରମ୍ଭ କି ଉପାୟରେ ଓପିଅଏଡ ସେବନ ହେଉଛି ତାହା ଉପରେ ନିର୍ଭର କରେ ।[8] ଆରମ୍ଭରୁ ବଞ୍ଚିଗଲେ ମଧ୍ୟ ରାବଡୋମାୟୋଲାଇସିସ, ପଲମୋନାରି ଇଡିମା (pulmonary edema), କମ୍ପାର୍ଟମେଣ୍ଟ ସିଣ୍ଡ୍ରୋମ, ସ୍ଥାୟୀ ମସ୍ତିଷ୍କ କ୍ଷତି (permanent brain damage) ଭଳି ଜଟିଳ ସମସ୍ୟା ଦେଖାଯାଏ ।[9][3]
ଓପିଅଏଡ ମାତ୍ରାଧିକ (Opioid overdose) | |
---|---|
ନାର୍କୋଟିକ ମାତ୍ରାଧିକ (Narcotic overdose), ଓପିଅଏଡ ବିଷକ୍ରିୟା (opioid poisoning) | |
ବିଭାଗ | ଆଶୁ ଚିକିତ୍ସା (Emergency medicine) |
ଲକ୍ଷଣ | ଶ୍ୱାସକ୍ରିୟା ଅବସାଦ (Insufficient breathing), ଛୋଟ ଆଖି ପିତୁଳା (small pupils), ଚେତାଶୂନ୍ୟ (unconsciousness)[1] |
କାରଣ | ଓପିଅଏଡ (Opioids) ମର୍ଫିନ, ହିରୋଇନ, ଫେଣ୍ଟାନିଲ (fentanyl), ଟ୍ରାମାଡୋଲ (tramadol), ମେଥାଡନ[1][2] |
ବିପଦ କାରକ | ଓପିଅଏଡ ନିର୍ଭର (Opioid dependence), ଓପିଅଏଡ ଇଞ୍ଜେକସନ, ଇଥାନଲ (alcohol) ବା ବେଞ୍ଜୋଡାଏଜେପିନ (benzodiazepines) ବ୍ୟବହାର ସହିତ[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ[3] |
ସଠିକ ରୋଗ ନିର୍ଣ୍ଣୟ | ହାଇପୋଗ୍ଲାଇସେମିଆ ବା କମ ରକ୍ତ ଶର୍କରା (Low blood sugar, ଆଲକୋହୋଲ ଇଣ୍ଡକ୍ସିକେସନ (alcohol intoxication), ମୁଣ୍ଡ ଆଘାତ (head trauma), ଷ୍ଟ୍ରୋକ[4] |
ପ୍ରତିକାର | Improved access to naloxone, treatment of opioid dependence[1] |
ଚିକିତ୍ସା | ଶ୍ୱାସକ୍ରିୟା ସାହାଯ୍ୟ, ନାଲୋକ୍ସୋନ[5] |
ମୃତ୍ୟୁ ସାନ୍ଦ୍ରତା | ୧୨୨,୧୦୦ (୨୦୧୫)[6] |
ଓପିଅଏଡ ନିର୍ଭର (Opioid dependence), ଓପିଅଏଡ ଇଞ୍ଜେକସନ, ଇଥାନଲ (alcohol) ବା ବେଞ୍ଜୋଡାଏଜେପିନ (benzodiazepines) ବ୍ୟବହାର କଲେ ଏହି ଓପିଅଏଡ ସଙ୍କଟ ସୃଷ୍ଟି ହୁଏ ।[1][10] ଡିଟକ୍ସିଫିକେସନ (detoxification) କଲାବେଳେ ଏହି ସଙ୍କଟ ଅଧିକ ରହେ ।[1] କୌଣସି ବେମାରୀ ନିମନ୍ତେ କ୍ରନିକ ବା ସ୍ଥାୟୀ ଯନ୍ତ୍ରଣା (chronic pain) ନିମନ୍ତେ ରୋଗୀ ଓପିଅଏଡ ନେଉଥିଲେ ଏହା ପ୍ରତି ନିର୍ଭରତା ବଢ଼ିଯାଏ ।[1] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ।[3]
ପ୍ରାରମ୍ଭିକ ଚିକିତ୍ସା ମଧ୍ୟରେ ଉତ୍ତମ ଶ୍ୱାସକ୍ରିୟା ନିମନ୍ତେ ଅମ୍ଳଜାନ ଯୋଗାଇ ଦିଆଯାଏ ।oxygen.[5] ଶ୍ୱାସକ୍ରିୟା ଚାଲୁ ନ ହେଲେ ନାଲୋକ୍ସୋନ (naloxone) ଦିଆଯାଏ । [5] ନାଲୋକ୍ସୋନ (naloxone) ନାସା ମଧ୍ୟ ଦେଇ ଦିଆଗଲେ ବା ଇଞ୍ଜେକସନ ଆକାରରେ ଦେଲେ ସମ ଭାବରେ କାମ କରେ ।[11] କିଛି ଉପଶମ ହେବା ପରେ ଡାକ୍ତରଖାନା ନଗଲେ ସ୍ୱଳ୍ପ କାଳ ପାଇଁ କିଛି ସଙ୍କଟ ନଥାଏ ।[11] ମାତ୍ରାଧିକ ଯୋଗୁ ମୃତ୍ୟୁ ଟାଳିବାକୁ ନାଲୋକ୍ସୋମ ଦିଆଯାଏ ଓ ଓପିଅଏଡ ନିର୍ଭରତାରୁ ଦୂରେଇବାକୁ ଚେଷ୍ଟା କରିବାକୁ ହୁଏ ।[1]
ଓପିଅଏଡ ବ୍ୟବହାର ବେମାରୀ (Opioid use disorders) ଫଳରେ ସନ ୧୯୯୦ରେ ୧୮,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୫ରେ ଏହା ବୃଦ୍ଧି ପ୍ରାପ୍ତ ହୋଇ ୧୨୨,୦୦୦ ମୃତ୍ୟୁ ହୋଇଥିଲା ।[6][12] କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ଓପିଅଏଡ ଯୋଗୁ ୩୩,୦୦୦ ମୃତ୍ୟୁ, ପ୍ରେସକ୍ରିପସନ (prescription) ନେଇ ୨୦,୧୦୦ ଓ ହିରୋଇନ ଯୋଗୁ ୧୩,୦୦୦ ମୃତ୍ୟୁ ହୋଇଥିଲା ।[13] ଯୁକ୍ତରାଷ୍ଟ୍ର ଆମେରିକାରେ ସମୁଦାୟ ମାତ୍ରାଧିକ ଔଷଧ (drug overdose) ମୃତ୍ୟୁର ୬୦% ଓପିଅଏଡ ଯୋଗୁ ହୋଇଥାଏ ।[13] ସନ ୧୯୯୦ରେ ଔଷଧ କାରଖାନାର (pharmaceutical industry) ଆଶ୍ୱାସନା ବାଣୀ 'ଓପିଅଏଡ ନିରାପଦ' ଯୋଗୁ ଓପିଅଏଡ ମଡ଼କ ପଡ଼ିଥିଲା ।[2]