ଫୁସଫୁସ ଇଡିମା
ରୋଗରେ ଫୁସଫୁସରେ ଥିବା ତନ୍ତୁ ଓ ବାୟୁ ରହୁଥିବା ସ୍ଥାନରେ ତରଳ ପଦାର୍ଥ ଜମିଯାଏ । / From Wikipedia, the free encyclopedia
ଫୁସଫୁସ ଇଡିମା ରୋଗରେ ଫୁସଫୁସରେ ଥିବା ତନ୍ତୁ ଓ ବାୟୁ ରହୁଥିବା ସ୍ଥାନରେ ତରଳ ପଦାର୍ଥ ଜମିଯାଏ । [1] ଏହାର ଲକ୍ଷଣ ମଧ୍ୟରେ ଅଣନିଶ୍ୱାସ, ଫୁସଫୁସ କଣା ହେବା ଏବଂ ଗୋଲାପୀ ଫେଣଯୁକ୍ତ କଫ ବାହାରେ | [1] ରୋଗ ଜଟିଳ ହେଲେ ଫୁସଫୁସ ଅକାମୀ ହୋଇଯାଏ | [1]
Pulmonary edema | |
---|---|
Pulmonary oedema | |
ବିଭାଗ | Cardiology, critical care medicine |
ଲକ୍ଷଣ | Shortness of breath, lung crackles, pink frothy sputum[1] |
କାରଣ | Cardiogenic: Heart attack, myocarditis, valvular heart disease, heart arrythmias[1] Non-cardiogenic: Acute respiratory distress syndrome (ARDS), pneumonia, pancreatitis, multiple blood transfusions[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Supported by lab tests and medical imaging[1] |
ଚିକିତ୍ସା | Cardiogenic: Furosemide, nitroglycerin, non-invasive ventilation[2] Non-cardiogenic: Oxygen therapy, mechanical ventilation[3] |
ପୁନଃପୌନିକ | Relatively common[4] |
ଏହା ହୃଦ୍ପାତ (କାର୍ଡିଓଜେନିକ୍) କିମ୍ବା ଫୁସଫୁସ ତନ୍ତୁରେ ଆଘାତ (ନନ୍-କାର୍ଡିଓଜେନିକ୍ ଫୁସଫୁସ ଇଡିମା) ହେତୁ ହୋଇପାରେ | [1] ହୃଦଘାତ, ମାୟୋକାର୍ଡାଇଟିସ୍, ଭାଲ୍ଭୁଲାର୍ ହୃଦ୍ ରୋଗ କିମ୍ବା ଅନିୟମିତ ହୃତ୍ ସ୍ପନ୍ଦନ ଯୋଗୁ ହୃଦ୍ପାତ ହୁଏ । [1] ଆକ୍ୟୁଟ ରେସପିରେଟରି ଡିସ୍ଟ୍ରେସ ସିଣ୍ଡ୍ରୋମରେ ଫୁସଫୁସ ଆଘାତ ଦେଖାଯାଏ ଏବଂ ନିମୋନିଆ, ଅଗ୍ନାଶୟ ପ୍ରଦାହ କିମ୍ବା ଏକାଧିକ ରକ୍ତ ଗ୍ରହଣ ଯୋଗୁ ହୋଇପାରେ । [1] ଏହି ରୋଗ ଯୋଗୁ ଫୁସଫୁସରେ ବାୟୁ ବିନିମୟ ହୋଇପାରେ ନାହିଁ | [1] ପରୀକ୍ଷାଗାରର ପରୀକ୍ଷା ତଥା ମେଡିକାଲ ଇମେଜିଙ୍ଗ କରି ରୋଗ ନିର୍ଣ୍ଣୟ ସମର୍ଥିତ କରାଯାଏ | [1]
ଏହି ରୋଗ ଚିକିତ୍ସାରେ ଲକ୍ଷଣଗୁଡିକର ଉନ୍ନତି ସାଧନ ଏବଂ ଏହାର ମୂଳ କାରଣକୁ ସମାଧାନ କରିବା ଉପରେ ଧ୍ୟାନ ଦିଆଯାଇଛି | [1] କାର୍ଡିଓଜେନିକ୍ ଫୁସଫୁସ ଇଡିମାର ଅତିରିକ୍ତ ପ୍ରୟାସରେ ଫୁରୋସେମାଇଡ ପରି ଡାଇୟୁରେଟିକ, ନାଇଟ୍ରୋଗ୍ଲିସେରିନ ଓ ନନ୍-ଇନଭେସିଭ ଭେଣ୍ଟିଲେସନ କରାଯାଏ | [2] ଅଣ-କାର୍ଡିଓଜେନିକ୍ ଫୁସଫୁସ ଇଡିମାରେ ଅତିରିକ୍ତ ପ୍ରୟାସରେ ଅକ୍ସିଜେନ୍ ଥେରାପି ଏବଂ ଯାନ୍ତ୍ରିକ ଭେଣ୍ଟିଲେସନ ସାହାଯ୍ୟ ନିଆଯାଏ | [3]
ଫୁସଫୁସ ଇଡିମା ଅପେକ୍ଷାକୃତ ସାଧାରଣ ରୋଗ ଅଟେ | [4] ଆମେରିକାରେ କାର୍ଡିଓଜେନିକ୍ ରୋଗ ବର୍ଷକୁ ଏକ ନିୟୁତରୁ ଅଧିକ ଲୋକଙ୍କୁ ପ୍ରଭାବିତ କରୁଥିବାବେଳେ ଅଣ-କାର୍ଡିଓଜେନିକ୍ ରୋଗ ପ୍ରାୟ ୧୯୦,୦୦୦ ଲୋକଙ୍କୁ ପ୍ରଭାବିତ କରିଥାଏ। [1] ଡାକ୍ତରଖାନାରେ ଭର୍ତ୍ତି ହେଲେ ମୃତ୍ୟୁ ହେବାର ଆଶଙ୍କା ୧୯୭୦ ଦଶକରେ ୬୦% ଥିବାବେଳେ ୧୯୯୦ ଦଶକରେ ୩୦%କୁ ହ୍ରାସ ପାଇଛି। [1] ଖ୍ରୀଷ୍ଟପୂର୍ବ ୪୦୦ ସମୟର ହିପୋକ୍ରେଟସ ଅମଳରୁ ଏହାର ବର୍ଣ୍ଣନା ଲିପିବଦ୍ଧ ଅଛି । [5] ଇଡିମା ଶବ୍ଦଟି ଗ୍ରୀକ୍ οἴδημα ( oídēma )ର ଅର୍ଥ ହେଉଛି "ଫୁଲା" | [6]