ପ୍ରାନ୍ତୀୟ ଧମନୀ ରୋଗ
From Wikipedia, the free encyclopedia
ପ୍ରାନ୍ତୀୟ ଧମନୀ ରୋଗ ବା 'ପିଏଡି' (ଇଂରାଜୀରେ peripheral artery disease (PAD), ଏବଂ peripheral vascular disease (PVD) peripheral artery occlusive disease, and peripheral obliterative arteriopathy), ରୋଗ ହେଲେ ମସ୍ତିଷ୍କ ଓ ହୃତ୍ପିଣ୍ଡର ଧମନୀ ବ୍ୟତୀତ ଅନ୍ୟ ଯେ କୌଣସି ଧମନୀ ସଂକୀର୍ଣ୍ଣ ହୋଇଯାଇପାରେ । [1] ସାଧାରଣତଃ ମଣିଷ ଗୋଡ଼ରେ ଏହି ରୋଗ ହୁଏ ।[2] ଏହି ରୋଗ ଥିଲେ ଚାଲିଲେ ଗୋଡ଼ରେ ଯନ୍ତ୍ରଣା ହୁଏ, ନ ଚାଲି ବିଶ୍ରାମ ନେଲେ ଭଲ ହୋଇଯାଏ; ଏହାକୁ କ୍ଲଡିକେସନ କୁହାଯାଏ ।[3] ଅନ୍ୟାନ୍ୟ ଲକ୍ଷଣ: ଚର୍ମ ଘାଆ, ନୀଳ ଚର୍ମ, ଥଣ୍ଡା ଚର୍ମ ଓ ଗୋଡ଼ର ନଖ ତଥା ବାଳର ବୃଦ୍ଧି କମିଯାଏ ।[4] ରୋଗ ଜଟିଳ ହେଲେ ସଂପୃକ୍ତ ତନ୍ତୁ ବା ଅଙ୍ଗର ମୃତ୍ୟୁ ହୁଏ ଓ ଏପରି ହେଲେ ତାହା କାଟି ବାହାର କରିଦେବାକୁ ହୁଏ, କରୋନାରି ଧମନୀ ରୋଗ ବା ସ୍ଟ୍ରୋକ ହୁଏ ।[2] ପ୍ରାୟ ଅର୍ଦ୍ଧେକ ସଂଖ୍ୟକ ଲୋକଙ୍କର ରୋଗ ଥାଇ ମଧ୍ୟ ଲକ୍ଷଣ ନ ଥାଏ ।[3]
ପ୍ରାନ୍ତୀୟ ଧମନୀ ରୋଗ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | vascular surgery[*] |
ଆଇସିଡ଼ି-୧୦ | I73.9 |
ଆଇସିଡ଼ି-୯-ସିଏମ୍ | 443.9 |
ରୋଗ ଡାଟାବେସ | 31142 |
ମେଡ଼ିସିନ-ପ୍ଲସ | 000170 |
ଇ-ମେଡ଼ିସିନ | med/391 emerg/862 |
MeSH | D016491 |
ଧୂମ୍ରପାନ ଏହି ରୋଗର ମୂଖ୍ୟ କାରଣ । [2] ଅନ୍ୟ ସଙ୍କଟଦାୟକ ରୋଗ ମଧ୍ୟରେ ଡାଏବେଟିସ, ଉଚ୍ଚ ରକ୍ତଚାପ ଓ ଅଧିକ ରକ୍ତ କୋଲେସ୍ଟେରଲ ।[5] ଆଥେରୋସ୍କ୍ଲେରୋସିସ ଥିଲେ ମଧ୍ୟ ଏହି ରୋଗ ହୁଏ ।[6] ଧମନୀ ସ୍ପାଜ୍ମ ହେଲେ ମଧ୍ୟ ଏହା ହୁଏ । [1] ଆଙ୍କଲ ବ୍ରାକିଆଲ ଇଣ୍ଡେକ୍ସ (ବଳାଗଣ୍ଠି ବା ଆଙ୍କ୍ଲ ସ୍ଥାନରେ ସିସ୍ଟୋଲିକ ରକ୍ତଚାପ ବିଭକ୍ତ ବାହୁରେ ସିସ୍ଟୋଲିକ ରକ୍ତଚାପ) ୦.୯୦ରୁ କମ ଥିଲେ ପିଏଡି ରୋଗ ନିର୍ଣ୍ଣୟ କରାଯାଏ ।[7] ଡୁପ୍ଲେକ୍ସ ଅଲଟ୍ରାସୋନୋଗ୍ରାଫି ଓ ଆଞ୍ଜିଓଗ୍ରାଫି ମଧ୍ୟ ବ୍ୟବହାର କରି ରୋଗ ନିର୍ଣ୍ଣୟ କରାଯାଏ ।[8] ଅଞ୍ଜିଓଗ୍ରାଫି ଅଧିକ ସଠିକ ଓ ଏହାଦ୍ୱାରା ଚିକିତ୍ସା ମଧ୍ୟ କରାଯାଏ କିନ୍ତୁ ଏହା ବିପଦଜନକ ଅଟେ । [7]
ଏହି ରୋଗ ନିମନ୍ତେ ସ୍କ୍ରିନିଙ୍ଗର ଉପକାରୀତା ସିଦ୍ଧ ହୋଇନାହିଁ । [9][10] ପିଏଡି ରୋଗରେ ଧୂମ୍ରପାନ ବନ୍ଦ କଲେ ଓ ବିଶେଷଜ୍ଞ ଦାୟିତ୍ୱରେ ବ୍ୟାୟାମ କଲେ ଫଳାଫଳ ଭଲ ହୁଏ । [11][12] ଔଷଧ (ସ୍ଟାଟିନ), ଏସିଇ ଇନହିବିଟର ଓ ସଲୋସ୍ଟାଜୋଲ ମଧ୍ୟ ଉପକାରୀ ହୁଏ । [12][13] ଆସ୍ପିରିନ ସାମାନ୍ୟ ଧରଣର ପିଏଡି ରୋଗରେ କିଛି ଉପକାର କଲା ଭଳି ଲାଗେନାହିଁ କିନ୍ତୁ ଆଗେଇଥିବା ରୋଗରେ ଦେବାକୁ ସୁପାରିସ କରାଯାଏ ।[14][15] ୱାରଫାରିନ ଭଳି ଆଣ୍ଟିକୋଅଗୁଲାଣ୍ଟ ଏତେ ଉପକାରୀ ନୁହେଁ । [16] ଚିକିତ୍ସା ନିମନ୍ତେ ବାଇପାସ ଗ୍ରାଫଟିଙ୍ଗ, ଆଞ୍ଜିଓପ୍ଲାସ୍ଟି ଓ ଆଥେରେକ୍ଟୋମି ଅପରେଶନ କରିବାକୁ ଉପଦେଶ ଦିଆଯାଏ । [17]
ସନ ୨୦୧୦ରେ ସାରା ପୃଥିବୀର ପ୍ରାୟ ୨୦୨ନିୟୁତ ଲୋକ ପିଏଡି ରୋଗର ଶିକାର ହୋଇଥିଲେ । [5] ବିକଶିତ ଦେଶମାନଙ୍କରେ ୪୫ରୁ ୫୦ ବର୍ଷ ବୟସ୍କ ଲୋକଙ୍କମଧ୍ୟରୁ ୫.୩% ଓ ୮୫ରୁ ୯୦ ଭିତରେ ୧୮.୬ % ଲୋକଙ୍କୁ ଏହି ରୋଗ ହୁଏ । [5] ବିକାଶଶୀଳ ଦେଶରେ ସେହି ବୟସରେ ଯଥାକ୍ରମେ ୪.୬% ଓ ୧୫ % ହୁଏ । [5] ବିକଶିତ ଦେଶରେ ପୁରୁଷ ଓ ମହିଳାଙ୍କୁ ସମ ପରିମାଣରେ ରୋଗ ହୁଏ କିନ୍ତୁ ବିକାଶଶୀଳ ଦେଶରେ ମହିଳାମାନଙ୍କୁ ଅଧିକ ରୋଗ ହୁଏ । [5] ସନ ୧୯୯୦ରେ ଏହି ରୋଗ ଯୋଗୁ ୧୬,୦୦୦ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୪୧,୦୦୦ ହୋଇଥିଲେ । [18]