ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ
ରକ୍ତ ଜମାଟ ପଦ୍ଧତି ଦେହର କ୍ଷୁଦ୍ର ରକ୍ତନଳୀମାନଙ୍କରେ ସକ୍ରିୟ ହୋଇଯିବା ଯୋଗୁ ଅନେକ ସ୍ଥାନରେ ଜମାଟ ରକ୍ତ ଦେଖା / From Wikipedia, the free encyclopedia
ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ ବା ଡିଆଇସି (ଇଂରାଜୀ ଭାଷାରେ Disseminated intravascular coagulation/ DIC) ରୋଗରେ ସାରା ଶରୀରର ରକ୍ତ ଜମାଟ ତିଆରି ହୋଇ ମାଇକ୍ରୋ ରକ୍ତନଳୀଙ୍କୁ (small blood vessels) ଅବରୋଧ କରିଦିଏ ।[1] ଛାତି ଯନ୍ତ୍ରଣା (Chest pain), ଅଣନିଶ୍ୱାସୀ (shortness of breath), ଗୋଡ଼ ଯନ୍ତ୍ରଣା, ବାକ୍ ସମସ୍ୟା, ବିଭିନ୍ନ ଅଙ୍ଗ ଚାଳନାରେ ଅସୁବିଧା ହୋଇପାରେ ।[1] ଅତ୍ୟଧିକ କ୍ଲଟିଙ୍ଗ ଫ୍ୟାକ୍ଟର (clotting factor) ବ୍ୟବହୃତ ହେବା ଫଳରେ ପରିମାଣ କମିଯାଏ ଓ ତା'ପରେ ଅଧିକ ଜମାଟ ନହୋଇପାରି ରକ୍ତସ୍ରାବ ହୁଏ ।[1] ଏହି ରକ୍ତସ୍ରାବ ଯୋଗୁ ପରିସ୍ରାରେ ରକ୍ତ (blood in the urine), ଝାଡ଼ାରେ ରକ୍ତ (blood in the stool) ଓ ଚର୍ମରେ ରକ୍ତ ପଡ଼େ । [1] ଫଳରେ ଅଙ୍ଗପ୍ରତ୍ୟଙ୍ଗ ଫେଲ (organ failure) ମାରି କାମ କରିପାରନ୍ତିନି । [2]
ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲେସନ (Disseminated intravascular coagulation) | |
---|---|
Disseminated intravascular coagulopathy, consumptive coagulopathy, defibrination syndrome[1] | |
ବିଭାଗ | ହେମାଟୋଲୋଜି (Haematology) ) |
ଲକ୍ଷଣ | ଛାତି ଯନ୍ତ୍ରଣା (Chest pain), ଅଣନିଶ୍ୱାସୀ (shortness of breath), ଗୋଡ଼ ଯନ୍ତ୍ରଣା, ବାକ୍ ସମସ୍ୟା, ବିଭିନ୍ନ ଅଙ୍ଗ ଚାଳନାରେ ଅସୁବିଧା ଓ ରକ୍ତସ୍ରାବ [1] |
କାରଣ | ସେପ୍ସିସ, ଅପରେଶନ (surgery), ବଡ଼ ଆଘାତ (major trauma), କର୍କଟ ରୋଗ, (complications of pregnancy), ସାପକାମୁଡ଼ା, ତୁଷାରକ୍ଷତ, ଦଗ୍ଧ[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା (Blood tests)[2] |
ସଠିକ ରୋଗ ନିର୍ଣ୍ଣୟ | ଥ୍ରୋମ୍ବୋଟିକ ଥ୍ରୋମ୍ବୋସାଇଟୋପେନିକ ପରପୁରା (Thrombotic thrombocytopenic purpura, ହେମୋଲାଇଟିକ-ଯୁରେମିକ ସିଣ୍ଡ୍ରୋମ (hemolytic-uremic syndrome)[1] |
ଔଷଧ | ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (Platelets), କ୍ରାୟୋପ୍ରେସିପିଟେଟ (cryoprecipitate), ଫ୍ରେସ ଫ୍ରୋଜନ ପ୍ଲାଜମା (fresh frozen plasma), ହେପାରିନ heparin[2] |
ଚିକିତ୍ସା | ଅନ୍ତର୍ନିହିତ କାରଣମାନଙ୍କର ଚିକିତ୍ସା [3] |
Prognosis | ମୃତ୍ୟୁ ସଙ୍କଟ ୨୦-୫୦% [4] |
ପୁନଃପୌନିକ | ଡାକ୍ତରଖାନାରେ ଆଡମିସନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧% । [4] |
ସାଧାରଣତଃ ସେପ୍ସିସ, ଅପରେଶନ (surgery), ବଡ଼ ଆଘାତ (major trauma), କର୍କଟ ରୋଗ, (complications of pregnancy) କାରଣମାନଙ୍କ ଯୋଗୁ ଏହି ରୋଗ ହୁଏ ।[1] ଏହା ବ୍ୟତୀତ ସାପକାମୁଡ଼ା, ତୁଷାରକ୍ଷତ, ଦଗ୍ଧ କାରଣ ଯୋଗୁ ଅଳ୍ପ କେତେକ ଲୋକଙ୍କର ହୁଏ ।[1] ଏହାର ଦୁଇ ପ୍ରକାର ଉପସ୍ଥାପନା ହୁଏ ଯଥା:- ଆକ୍ୟୁଟ ବା ଦୃତ ଆରମ୍ଭ ଓ କ୍ରନିକ ବା ଧୀର ଆରମ୍ଭ ।[1] ରକ୍ତ ପରୀକ୍ଷା (Blood tests) କରି ରୋଗ ନିର୍ଣ୍ଣୟ କରିହୁଏ ।[2] ରକ୍ତରେ ଥ୍ରମ୍ବୋସାଇଟୋପେନିଆ (low platelets), ଅଳ୍ପ ଫିବ୍ରିନୋଜେନ (fibrinogen), ଅଧିକ ଅଇଏନଆର (INR), ବା ଅଧିକ ଡି-ଡାଇମର (D-dimer) ଥାଇପାରେ । [2]
ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[2][3] ଔଷଧ ମଧ୍ୟରେ ପ୍ଲାଟେଲେଟ ଟ୍ରାନ୍ସଫ୍ୟୁଜନ (Platelets), କ୍ରାୟୋପ୍ରେସିପିଟେଟ (cryoprecipitate), ଫ୍ରେସ ଫ୍ରୋଜନ ପ୍ଲାଜମା (fresh frozen plasma) ଦିଆଯାଏ ।[2] କ୍ରନିକ କେଶ୍ରେ ହେପାରିନ heparin ଉପକାରରେ ଆସେ ।[2] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧% ରୋଗୀଙ୍କର ଏହି ରୋଗ ହୁଏ ।[4] ସେପ୍ସିସ ରୋଗଙ୍କ କ୍ଷେତ୍ରରେ ୨୦%ରୁ ୫୦% ରୋଗୀଙ୍କର ଏହି ରୋଗ ହୁଏ ।[4] ମୃତ୍ୟୁ ସଙ୍କଟ ମଧ୍ୟ ୨୦-୫୦% ରହେ । [4]