ପିତ୍ତାସ୍ମରୀ
ପିତ୍ତକୋଷରେ ପଥର / From Wikipedia, the free encyclopedia
ପିତ୍ତାସ୍ମରୀ (ଇଂରାଜୀ ଭାଷାରେ ଗଲ୍ସ୍ଟୋନ/ gallstone) ଦେହରେ ଥିବା ପିତ୍ତକୋଷରୁ ନିର୍ଗତ ପିତ୍ତରୁ ତିଆରି ଏକ ପ୍ରକାର ପଥରକୁ କୁହାଯାଏ ।[1] ପିତ୍ତକୋଷରେ ପିତ୍ତାସ୍ମରୀ ରହିଥିବା ଯୋଗୁ ବା ପିତ୍ତାସ୍ମରୀ ଥିବା ଯୋଗୁ ହେଉଥିବା ବେମାରୀକୁ କୋଲିଲିଥିଆସିସ (cholelithiasis) ରୋଗ କୁହାଯାଏ ।[2] ପିତ୍ତାସ୍ମରୀ ଥିଲେ ମଧ୍ୟ ପ୍ରାୟ ୮୦% ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ ।[1][3] ପିତ୍ତାସ୍ମରୀ ଥିବା ଲୋକଙ୍କ ମଧ୍ୟରୁ ୧-୪% ଲୋକଙ୍କର ଉଦରର ଉପର ପାର୍ଶ୍ୱରେ ପ୍ରତିବର୍ଷ କ୍ରାମ୍ପ ଧରଣର ଯନ୍ତ୍ରଣା ହୁଏ ଯାହାକୁ ବିଲିଆରି କଲିକ କୁହାଯାଏ ।[4] ପିତ୍ତାସ୍ମରୀ ଜଟିଳତାରେ ପିତ୍ତକୋଷ ପ୍ରଦାହ (inflammation of the gallbladder), ଅଗ୍ନାଶୟ ପ୍ରଦାହ ଓ ହେପାଟାଇଟିସ୍ (liver inflammation) ହୋଇପାରେ ।[4][1] ଜଟିଳ ରୋଗ ହେବାର ଲକ୍ଷଣ: ୫ ଘଣ୍ଟାରୁ ଅଧିକ ସମୟର ଯନ୍ତ୍ରଣା, ଜ୍ୱର, କାମଳ, ବାନ୍ତି ଓ ଚା' ରଙ୍ଗର ପରିସ୍ରା ହୁଏ ।[1]
ପିତ୍ତାସ୍ମରୀ ବା ଗଲ୍ସ୍ଟୋନ | |
---|---|
cholelith | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | cholelith (/ˈkoʊləlɪθ/), cholelithiasis/ˌkoʊləlɪˈθaɪəs[invalid input: 'ɨ']s/ |
ସ୍ପେଶାଲିଟି | ସାଧାରଣ ଶଲ୍ୟ ବିଭାଗ |
ଆଇସିଡ଼ି-୧୦ | K80. |
ଆଇସିଡ଼ି-୯-ସିଏମ୍ | 574 |
ଓଏମ୍ଆଇଏମ୍ | 600803 |
ରୋଗ ଡାଟାବେସ | 2533 |
ମେଡ଼ିସିନ-ପ୍ଲସ | 000273 |
ଇ-ମେଡ଼ିସିନ | emerg/97 |
MeSH | D042882 |
ପିତ୍ତାସ୍ମରୀ ତିଆରି ହେବାର ସଙ୍କଟଜନକ ଅବସ୍ଥା: ଜନ୍ମ ନିରୋଧ ବଟିକା (birth control pill), ଗର୍ଭାବସ୍ଥା, ପାରିବାରିକ ପିତ୍ତାସ୍ମରୀ ଥିବା ଇତିହାସ, ମୋଟାପଣ, ଡାଏବେଟିସ (diabetes), ଯକୃତର ସିରୋସିସ୍ (liver disease), ବା ତୀବ୍ର ଓଜନ ହ୍ରାସ । କୋଲେସ୍ଟେରଲ (cholesterol) ବା ବିଲିରୁବିନରୁ (bilirubin) ପିତ୍ତାସ୍ମରୀ ତିଆରି ହୁଏ ।[1] ଲକ୍ଷଣରୁ ପିତ୍ତାସ୍ମରୀ ଥିବା ଜଣାଯାଏ ।[4] ତା'ପରେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ । ରକ୍ତ ପରୀକ୍ଷା କରି ଜଟିଳତା ନିରୁପଣ କରାଯାଇପାରେ । [1]
ଉପଯୁକ୍ତ ଖାଦ୍ୟ ଓ ସୁସ୍ଥା ଓଜନ ରଖି ପାରିଲେ ଏହି ରୋଗର ପ୍ରତିରୋଧ ହୋଇପାରିବ । ଲକ୍ଷଣ ନ ଥିଲେ ଚିକିତ୍ସା ଆବଶ୍ୟକ ହୁଏନାହିଁ । ପିତ୍ତାସ୍ମରୀ ଯନ୍ତ୍ରଣା ହେଉଥିଲେ ପିତ୍ତକୋଷକୁ ଅପରେଶନ କରି କାଢ଼ିଦିଆଯାଏ ଯାହାକୁ କୋଲିସିସ୍ଟେକ୍ଟୋମି (surgery to remove the gallbladder) କୁହାଯାଏ । ଏହି ଅପରେଶନ ଲାପାରୋସ୍କୋପି (through several small incisions) ବା ବଡ଼ ଛେଦନ କରି କରାଯାଏ । ଶାରୀରିକ ନିଶ୍ଚେତକ (general anesthesia) ଦେଇ ଏହି ଅପରେଶନ କରାଯାଏ । ଅପରେଶନ ସମ୍ଭବ ହେଉ ନ ଥିବା ଲୋକଙ୍କର ପଥର ତରଳେଇବାକୁ ଔଷଧ ଦିଆଯାଏ ବା ସକ୍ ୱେଭ ଲିଥୋଟ୍ରିପ୍ସି (shock wave lithotripsy) ଦିଆଯାଏ ।[1]
ବିକଶିତ ଦେଶରେ ୧୦-୧୫% ଲୋକଙ୍କର ପିତ୍ତାସ୍ମରୀ ଥାଏ । [4] ଆଫ୍ରିକାର ଅନେକ ସ୍ଥାନରେ ଏହା ୩% ମଧ୍ୟ ଥାଏ । [5] ସନ ୨୦୧୩ରେ ପିତ୍ତକୋଷ ଓ ସେହି ସମ୍ବନ୍ଧୀୟ ରୋଗରେ ପ୍ରାୟ ୧୦୪ ନିୟୁତ ଲୋକ (୧.୬%) ପୀଡ଼ିତ ଥିଲେ ଓ ଫଳତଃ ୧୦୬,୦୦୦ମୃତ୍ୟୁ ହୋଇଥିଲା ।[6][7] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ଏ ରୋଗ ଅଧିକ ହେଉଥିଲା ଓ ୪୦ ବର୍ଷ ପରେ ଅଧିକ ହେଉଥିଲା । କେତେକ ଜାତିର ଲୋକଙ୍କୁ ଏ ରୋଗ ଅଧିକ ହୁଏ ଯଥା:- ଆମେରିକୀୟ ଭାରତୀୟଙ୍କ (American Indian) ମଧ୍ୟରୁ ୪୮% ଲୋକଙ୍କର ପିତ୍ତାସ୍ମରୀ ଥାଏ । ପିତାସ୍ମରୀ କାଢ଼ିଦେବା ପରେ ଫଳ ବହୁତ ଭଲ ହୁଏ ।[1]