ଭିନ୍କ୍ରିସ୍ଟିନ୍
From Wikipedia, the free encyclopedia
ଭିନ୍କ୍ରିସ୍ଟିନ୍, ଅନ୍ୟ ନାମ ଲିଉରୋକ୍ରିସ୍ଟିନ୍ ଏକ ବ୍ରାଣ୍ଡ ନାମ ଅଙ୍କୋଭିନ୍ ଏକ କେମୋଥେରାପି ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗ ଚିକିତ୍ସାରେ ଦିଆଯାଏ । [5] ଏହି ରୋଗମାନଙ୍କର ନାମ ଆକ୍ୟୁଟ ଲିମ୍ଫୋସାଇଟିକ ଲିଉକେମିଆ, ଆକ୍ୟୁଟ ମାୟେଲଏଡ ଲିଉକେମିଆ, ହଜକିନ୍ସ ଡିଜିଜ୍, ନିଉରୋବ୍ଲାସ୍ଟୋମା ଓ ସ୍ମଲ ସେଲ ଫୁସଫୁସ କର୍କଟ । ଏହା ଶିରାଭ୍ୟନ୍ତରରେ ଇଞ୍ଜେକସନ ଆକାରରେ ଦିଆଯାଏ । [5]
Clinical data | |
---|---|
Pronunciation | /ˈvɪnˈkrɪstiːn/ (listen)[1] |
Trade names | Oncovin, Vincasar, others[2] |
AHFS/Drugs.com | monograph |
MedlinePlus | a682822 |
Pregnancy category |
|
Routes of administration | intravenous |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | n/a (not reliably absorbed by the GI tract)[3] |
Protein binding | ~44%[4] |
Metabolism | Liver, mostly via CYP3A4 and CYP3A5[3] |
Elimination half-life | 19 to 155 hours (mean: 85 hours)[3] |
Excretion | Faeces (70-80%), urine (10-20%)[3] |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.000.289 |
Chemical and physical data | |
Formula | C46H56N4O10 |
Molar mass | 824.958 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଅଧିକାଂଶ ରୋଗୀ ଭିନ୍କ୍ରିସ୍ଟିନ୍ ଚିକିତ୍ସାରେ କିଛି ପାର୍ଶ୍ୱ ପ୍ରତିକ୍ରିୟା ଅନୁଭବ କରନ୍ତି ।ସାଧାରଣତଃ ସ୍ପର୍ଶଶକ୍ତିରେ ପରିବର୍ତ୍ତନ, ବାଳ କ୍ଷୟ, କୋଷ୍ଠକାଠିନ୍ୟ, ଚାଲିବାରେ ଅସୁବିଧା ଓ ମୁଣ୍ଡବଥା ଭଳି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏ । ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ନିଉରୋପାଥିକ ଯନ୍ତ୍ରଣା, ଫୁସଫୁସ କ୍ଷତି, କିମ୍ବା ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଉଲ୍ଲେଖନୀୟ । ଗର୍ଭାବସ୍ଥାରେ ଦେଲେ ଶିଶୁର କ୍ଷତି ହୋଇପାରେ । ଏହା ସଠିକ ଜୀବକୋଷ ବିଭାଜନ ପ୍ରକ୍ରିୟାକୁ ବାଧା ପ୍ରଦାନ କରେ । [5]
ସନ ୧୯୬୧ରେ ଭିନ୍କ୍ରିସ୍ଟିନ୍ ପ୍ରଥମେ ପୃଥକ୍ କରାଯାଇଥିଲା ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହାର ଡୋଜ ପିଛା ହୋଲସେଲ ଖର୍ଚ୍ଚ ୧.୮୦ରୁ ୪୨.୬୦ ଆମେରିକୀୟ ଡଲାର ।[8] ଏହା ଏକ ଭିନକା ଆଲକାଲଏଡ ଜାତୀୟ ପଦାର୍ଥ ଯାହା ମାଡାଗାସ୍କର ପେରିୱିଙ୍କ୍ଲ କାଥାରାନ୍ଥସ ରୋଜିଅସରୁ ମିଳେ ।[6]