ପ୍ଲୁରା ସ୍ରାବ
ପ୍ଲୁରା ସ୍ରାବ ରୋଗରେ ଫୁସ୍ଫୁସ୍ ଚାରିପାଖରେ ଥିବା ପ୍ଲୁରା ଆସ୍ତରଣ ମଧ୍ୟରେ ଅତ୍ୟଧିକ ତରଳ ପଦାର୍ଥ ଭର୍ତ୍ତିହୋ / From Wikipedia, the free encyclopedia
ପ୍ଲୁରା ସ୍ରାବ ରୋଗରେ ଫୁସ୍ଫୁସ୍ ଚାରିପାଖରେ ଥିବା ପ୍ଲୁରା ଆସ୍ତରଣ ମଧ୍ୟରେ ଅତ୍ୟଧିକ ତରଳ ପଦାର୍ଥ ଭର୍ତ୍ତିହୋଇଯାଏ । [1] ଛାତି ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣଗୁଡ଼ିକ ପରିବର୍ତ୍ତନଶୀଳ ହୋଇପାରେ | [2] ପ୍ରଥମେ ବ୍ୟାୟାମ ସହିତ ନିଶ୍ୱାସ ପ୍ରଶ୍ୱାସ ଉପସ୍ଥିତ ହୋଇପାରେ | [1]
Pleural effusion | |
---|---|
ବିଭାଗ | Pulmonology, thoracic surgery[1] |
ଲକ୍ଷଣ | Chest pain, coughing, shortness of breath, none[2] |
କାରଣ | Exudate: Inflammation, tumors, infections, injury to the lung[2] Transudate: Heart failure, kidney problems, liver failure, peritoneal dialysis, malnutrition[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Chest X-ray[1] |
ସଠିକ ରୋଗ ନିର୍ଣ୍ଣୟ | Mesothelioma, heart failure, atelectasis, pneumonia, diaphragmatic rupture[1] |
ଚିକିତ୍ସା | Thoracentesis, underlying cause[1] |
ପୁନଃପୌନିକ | 1.5 million (USA)[1] |
ତରଳ ପଦାର୍ଥ ଦୁଇ ପ୍ରକାର ଭାବରେ ଜିମିଯାଏ ଯଥା: ଏଗ୍ଜୁଡେଟ ଓ ଟ୍ରାନ୍ଜୁଡେଟ | [2] ପ୍ରଦାହ, ଅର୍ବୁଦ, ସଂକ୍ରମଣ କିମ୍ବା ଫୁସଫୁସରେ ଆଘାତ ହେତୁ ଏଗ୍ଜୁଡେଟ ହୁଏ । [2] ହୃଦଘାତ, କିଡନୀ ଜନିତ ସମସ୍ୟା, ଯକୃତ ବିଫଳତା, ପେରିଟୋନିଆଲ୍ ଡାୟଲିସିସ୍ କିମ୍ବା ପୁଷ୍ଟିହୀନତା ହେତୁ ଟ୍ରାନ୍ଜୁଡେଟ୍ ହୁଏ। [2] [1] ଅନ୍ୟାନ୍ୟ କାରଣ ମଧ୍ୟରେ ଫୁସଫୁସ ଏମ୍ବୋଲାଇଜିମ୍, କିଛି ଔଷଧ, ରାଡିଏସନ ଥେରାପି କିମ୍ବା ଏସୋଫେଗସ ଫାଟିବା ଯୋଗୁ ଏହା ହୋଇପାରେ । [1]
ସାଧାରଣତଃ ଛାତି ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [1] ଏହାର ମୂଳ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଥୋରେସେଣ୍ତେସିସ କରି କିଛି ତରଳ ପଦାର୍ଥ କାଢ଼ିଦିଆଯାଏ ଓ ଏହା ଏହା ଚିକିତ୍ସା କରିବାରେ ମଧ୍ୟ ସାହାଯ୍ୟ କରେ | [1] ଅନ୍ତର୍ନିହିତ କାରଣ ଆଡ଼କୁ ଅଧିକ ଚିକିତ୍ସା କରାଯାଏ। [1] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ 1.5 ନିୟୁତ ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି। [1]