ମେସୋଥେଲିଓମା
ଏକ ପ୍ରକାର କର୍କଟ ରୋଗ / From Wikipedia, the free encyclopedia
ମେସୋଥେଲିଓମା ଏକ ପ୍ରକାର କର୍କଟ ରୋଗ ଯାହା ଦେହ ଭିତରେ ଥିବା ଅନେକ ଅଙ୍ଗମାନଙ୍କୁ ଘୋଡ଼େଇ ରଖୁଥିବା ପତଳା ଆସ୍ତରଣ, ମେସୋଥେଲିମରୁ ଜାତ ହୁଏ । [1] ଛାତି ଓ ଫୁସଫୁସର ଆସ୍ତରଣରୁ ଅଧିକାଂଶ ମେସୋଥେଲିଓମା ବାହାରେ ।[2][3] ଅଳ୍ପ ସାଧାରଣ ଭାବରେ ଉଦର ଅଭ୍ୟନ୍ତର ଆସ୍ତରଣରୁ, କ୍ୱଚିତ୍ ହୃତ୍ପିଣ୍ଡର ଖୋଳରୁ,[4] ଓ ଟେସ୍ଟିସ୍ରୁ ଏହା ବାହାରେ ।[2][5] ଏହି ରୋଗର ଚିହ୍ନ ଓ ଲକ୍ଷଣ:- ପ୍ଲୁରା ଭିତରେ ତରଳ ପଦାର୍ଥ ଜମିଯିବାରୁ ଛୋଟ ଶ୍ୱାସକ୍ରିୟା, ସ୍ଫୀତ ଉଦର, ଛାତି କାନ୍ଥ ଯନ୍ତ୍ରଣା, କାଶ, ଥକ୍କାଣ ଓ ଓଜନ ହ୍ରାସ ।[2] ଏହି ଲକ୍ଷଣ ସମୂହ ଧୀରେ ଧୀରେ ଆସେ ।[6]
ମେସୋଥେଲିଓମା | |
---|---|
ମ୍ୟାଲିଗନାଣ୍ଟ ମେସୋଥେଲିଓମା | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Oncology |
ଆଇସିଡ଼ି-୧୦ | C45. |
ଆଇସିଡ଼ି-୯-ସିଏମ୍ | 163 |
ଆଇସିଡ଼ି-ଓ | ଛାଞ୍ଚ:ICDO-9055 |
ଓଏମ୍ଆଇଏମ୍ | 156240 |
ରୋଗ ଡାଟାବେସ | 8074 |
ମେଡ଼ିସିନ-ପ୍ଲସ | 000115 |
ଇ-ମେଡ଼ିସିନ | med/1457 |
MeSH | D008654 |
ମେସୋଥେଲିଓମା ରୋଗୀଙ୍କ ମଧ୍ୟରୁ ୮୦% ଲୋକ ଆଜବେସ୍ଟସ ସଂସ୍ପର୍ଶରେ ଆସିଥାଆନ୍ତି । ଅଧିକ ସଂସ୍ପର୍ଶରେ ଆସିଲେ ଅଧିକ ସଙ୍କଟରେ ପଡ଼ନ୍ତି ।[3] ସନ ୨୦୧୩ ସୁଦ୍ଧା ୧୨୫ ନିୟୁର ଲୋକ ନିଜ ଧନ୍ଦାରେ ଆଜବେସ୍ଟସ ସଂସ୍ପର୍ଶରେ ଆସିଛନ୍ତି ।[7] ଆଜବେସ୍ଟସ ଖଣିରେ କାମ କରୁଥିବା ଲୋକ, ଆଜବେସ୍ଟସରୁ ପ୍ରସ୍ତୁତ କରୁଥିବା ଲୋକ, ଆଜବେସ୍ଟସ ପ୍ରସ୍ତୁତ ଜିନିଷ ସଂସ୍ପର୍ଶ, ଆଜବେସ୍ଟସ ମୂଲିଆଙ୍କ ସହିତ ରହୁଥିଲେ ବା ଆଜବେସ୍ଟସ ଥିବା ବିଲ୍ଡିଙ୍ଗରେ କାମ କରୁଥିଲେ ଏହି ରୋଗ ସଙ୍କଟ ଅନେକ ଅଧିକ ହୁଏ । ଅଧିକାଂଶ କ୍ଷେତ୍ରରେ ଏହି ରୋଗ ହେବାକୁ ପ୍ରାୟ ୪୦ ବର୍ଷ ଲାଗିଯାଏ । [3] ଆଜବେସ୍ଟସ ଶ୍ରମିକର ଲୁଗା ଧୋଇଲେ ମଧ୍ୟ ରୋଗ ସଙ୍କଟ ଅଛି ।[7] ଅନ୍ୟାନ୍ୟ ସଙ୍କଟ କାରକ ଅବସ୍ଥାମାନଙ୍କ ନାମ ଯଥାକ୍ରମେ ଜେନେଟିକ୍, ସିମିଆନ ଭୁତାଣୂ ୪୦ର ସଂକ୍ରମଣ ।[3] ଛାତି ଏକ୍ସ-ରେ ଓ ସିଟି ସ୍କାନ ଦେଖି ରୋଗ ସନ୍ଦେହ କରାଯାଏ ଓ କର୍କଟରୁ ବାହାରୁଥିବା ତରଳ ପଦାର୍ଥର ସାଇଟୋଲୋଜି କିମ୍ବା ତନ୍ତୁ ବାୟୋପ୍ସି କରି ରୋଗ ନିଧାର୍ଯ୍ୟ କରାଯାଏ ।[6]
ଆଜବେସ୍ଟସ ସଂସ୍ପର୍ଶରେ ନ ଆସିବା ହିଁ ଏହାର ପ୍ରତିଷେଧ ।[8] ଅପରେଶନ, ରାଡିଏସନ୍ ଥେରାପି ଓ କେମୋଥେରାପି ସାହାଯ୍ୟରେ ଏହାର ଚିକିତ୍ସା କରାଯାଏ ।ପ୍ଲୁରୋଡେସିସ୍ ନାମକ ଏକ ପ୍ରକ୍ରିୟା ସାହାଯ୍ୟରେ ପ୍ଲୁରାର ଦୁଇ ପ୍ରସ୍ତକୁ ଟାଲ୍କ ଭଳି ପଦାର୍ଥଦ୍ୱାରା ଯୋଡ଼ି ଦିଆଯିବା ଫଳରେ ଫୁସଫୁସ ଚାରିଆଡ଼େ ତରଳ ପଦାର୍ଥ ଜମିପାରେ ନାହିଁ ।[9] କେମୋଥେରାପି ପଦ୍ଧତିରେ ସିସ୍ପ୍ଲାଟିନ୍ ଓ ପେମେଟ୍ରେକ୍ସଡ୍ ଦିଆଯାଏ ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ନିର୍ଣ୍ଣୟ ହେବା ପରେ ରୋଗୀଙ୍କ ବଞ୍ଚିବା ହାର ୮% ଅଛି ।[10]
ସନ ୨୦୧୩ରେ ମେସୋଥେଲିଓମା ରୋଗରେ ୫୦,୦୦୦ ଲୋକ ପୀଡ଼ିତ ହୋଇ ୩୪,୦୦୦ ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ ।[11][12] ପୃଥିବୀର ବିଭିନ୍ନ ସ୍ଥାନରେ ଏହି ରୋଗ ହାର ଭିନ୍ନ ଭିନ୍ନ ହୋଇଥାଏ । ଅଷ୍ଟ୍ରେଲିଆ ଓ ଗ୍ରେଟ ବ୍ରିଟେନରେ ଏହି ହାର ଅଧିକ ହୋଇଥିବା ବେଳେ ଜାପାନରେ କମ୍ ଥାଏ ।[3] ଯୁକ୍ତରାଷ୍ଟ୍ର ଆମେରିକାରେ ବର୍ଷକୁ ପ୍ରାୟ ୩,୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[13] ମହିଳାଙ୍କ ଅପେକ୍ଷା ପୁରୁଷଙ୍କଠାରେ ଏହି ରୋଗ ଅଧିକ ହୁଏ । ସନ ୧୯୫୦ ପରଠାରୁ ଏହି ରୋଗ ହାର ବଢ଼ିଚାଲିଛି । ସ୍ୱାଭାବିକ ଭାବରେ ଏହି ରୋଗ ୬୫ ବର୍ଷ ବୟସ ପରେ ଆରମ୍ଭ ହୁଏ ଓ ୭୦ବର୍ଷ ପାଖାପାଖି ମୃତ୍ୟୁ ହୁଏ । ଆଜବେଶ୍ଟସ୍ର ବ୍ୟବସାୟୀକ ବ୍ୟବହାର ପୂର୍ବରୁ ଏହି ରୋଗ କ୍ୱଚିତ୍ ହେଉଥିଲା ।[3]