ଥୋରାସେଣ୍ଟେସିସ
ଏହା ଏକ ପଦ୍ଧତି ଯାହା ରୋଗ ନିର୍ଣ୍ଣୟ ବା ଚିକିତ୍ସା ଉଦ୍ଦେଶ୍ୟରେ ପ୍ଲୁରା ସ୍ଥାନରୁ ତରଳ ପଦାର୍ଥ ବାହାର କରାଯାଏ । / From Wikipedia, the free encyclopedia
ଥୋରାସେଣ୍ଟେସିସ ହେଉଛି ଏକ ପଦ୍ଧତି ଯାହା ରୋଗ ନିର୍ଣ୍ଣୟ ବା ଚିକିତ୍ସା ଉଦ୍ଦେଶ୍ୟରେ ପ୍ଲୁରା ସ୍ଥାନରୁ ତରଳ ପଦାର୍ଥ ବାହାର କରାଯାଏ ।[1] ରୋଗ ନିର୍ଣ୍ଣୟ ପାଇଁ ଏହା ସୂଚିତ କରାଯାଇଛି ଯଦି ଏହାର କାରଣ ଅସ୍ପଷ୍ଟ ଏବଂ ୧ ସେଣ୍ଟିମିଟରରୁ ଅଧିକ ତରଳ ପଦାର୍ଥ ଥାଏ ।[1] ନିଶ୍ୱାସ ପ୍ରଶ୍ୱାସକୁ ଉନ୍ନତ କରିବା ପାଇଁ ଏହା ଏକ ଚିକିତ୍ସା ପଦ୍ଧତି ଭାବରେ କରାଯାଇଥାଏ ।[1] ଯଦି ଏକାଧିକ ଡ୍ରେନେଜ୍ ସତ୍ତ୍ୱେ ଫ୍ଲୁଇଡ୍ ପୁନର୍ବାର ଆସେ, ତେବେ ଏକ ଦୀର୍ଘକାଳୀନ କ୍ୟାଥେଟର ରଖାଯାଇପାରେ କିମ୍ବା ପ୍ଲୁରୋଡେସିସ୍ କରାଯାଇପାରେ ।[1]
ପଦ୍ଧତିରେ ସାଧାରଣତଃ ବସିଥିବା ଅବସ୍ଥାରେ ଏକ ଟେବୁଲ ଉପରେ ଆଉଜିଥିବା ବ୍ୟକ୍ତିଙ୍କର କରାଯାଇଥାଏ ।[1] ଶଯ୍ୟା ନିକଟରେ ଅଲଟ୍ରାସୋନୋଗ୍ରାଫି ସାହାଯ୍ୟରେ ଅବସ୍ଥାନ ଯାଞ୍ଚ କରାଯାଏ ।[1] କ୍ଲୋରହେକ୍ସିଡିନ ପ୍ରୟୋଗ କରି ସେହି ସ୍ଥାନ ସଫା କରାଯାଏ ଏବଂ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକ୍ସନ ଦିଆଯାଏ ।[1] ସ୍କାପୁଲା ରେଖାରେଏକ ରିବ ଉପର ସ୍ଥାନରେ ଏକ ଇଂଜେକସନ ଛୁଞ୍ଚି ଭର୍ତ୍ତି କରାଯାଏ ।[1] ତରଳ ପଦାର୍ଥ ବାହାରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଏ ଓ ତା' ପରେ କାଥେଟର ଛାତି ଭିତରକୁ ଭର୍ତ୍ତି କରି ଛୁଞ୍ଚି ପ୍ରତ୍ୟାହାର କରାଯାଏ । [1] ଏକ ସଂଗ୍ରହ ପାତ୍ର ଏହା ସହିତ ସଂଯୋଗ କରାଯାଏ ।[1]
ପ୍ରଥା ଜଟିଳ ହେଲେ ନିମୋଥୋରାକ୍ସ, ରକ୍ତସ୍ରାବ, ନିମ୍ନ ରକ୍ତଚାପ, ଏବଂ ପ୍ଳୀହା କିମ୍ବା ଯକୃତରେ ଆଘାତ ହୋଇପାରେ । [1] ଏହାପୂର୍ବରୁ ଅଧିକ ପରିମାଣର ପୁନର୍ବାର ସ୍ଫୀତ ହୋଇଫୁସଫୁସ ଇଡିମା ହେବାର ଆଶଙ୍କା ଥିବାରୁ କେବଳ ୧.୫ ଲିଟର ତରଳ ପଦାର୍ଥ ବାହାର କରାଯାଉଥିଲା ।[2] ଏହି ଚିନ୍ତା ତଥାପି ଭିତ୍ତିହୀନ ମନେହୁଏ ଏବଂ ଉପସ୍ଥିତ ଥିବା ସମସ୍ତ ତରଳ ପଦାର୍ଥ ନିରାପଦରେ ନିଷ୍କାସିତ ହୋଇପାରେ ।[2] ଫୁସଫୁସ ସ୍ଫୀତ ହେଲେ ସାଧାରଣତଃ କାଶ ହୁଏ। [1]
ଥୋରାସେଣ୍ଟେସିସ ପ୍ରଥମେ ୧୮୫୦ ମସିହାରେ ମୋରିଲ୍ ୱାଇମାନ ଏବଂ ହେନେରୀ ଇଙ୍ଗର୍ସୋଲ ବୋଡିଚ କରିଥିଲେ । [3] ଯୁକ୍ତରାଷ୍ଟ୍ରରେ ଏହି ପଦ୍ଧତିରେ ପ୍ରାୟ ୨,୦୦୦ ଡଲାର ଖର୍ଚ୍ଚ ହୋଇପାରେ ।[4] ଖ୍ରୀଷ୍ଟପୂର୍ବ ୪୦୦ ମସିହାରେ ହିପୋକ୍ରେଟସ ଏହି କୌଶଳ ପ୍ରସ୍ତାବ ଦିଆଯାଇଥିଲା। [3] ଏହି ଶବ୍ଦଟି ଗ୍ରୀକ୍ θώραξ thōraxର ଅର୍ଥ ହେଉଛି "ଛାତି" ଏବଂ κέντησις kentēsis ଅର୍ଥାତ୍ "ଛିଦ୍ର" ।[5]