ହେନେରି କ୍ୟାଭେଣ୍ଡିସ୍
From Wikipedia, the free encyclopedia
ହେନେରି କ୍ୟାଭେଣ୍ଡିସ୍ (English: Henry Cavendish) ଜଣେ ବ୍ରିଟିଶ୍ ବୈଜ୍ଞାନିକ । ସେ ଉଭୟ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ଦକ୍ଷତା ହାସଲ କରିଥିଲେ । ସେ ଫ୍ରାନ୍ସର ନାଇସ ନାମକ ସ୍ଥାନରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ଥିଲା ଲର୍ଡ ଚାର୍ଲସ୍ କ୍ୟାଭେଣ୍ଡିସ୍ । ଅନେକ ସମୟରେ ସେ ନିସଙ୍ଗରେ ସମୟ ବିତାଇବାକୁ ପସନ୍ଦ କରୁଥିଲେ । ତାଙ୍କର ଅଧିକାଶଂ ତଥ୍ୟ ମୃତ୍ୟୁର ବହୁବର୍ଷପରେ ପ୍ରକାଶିତ ହୋଇଥିଲା । ଅନେକ ବିଷୟରେ ସେ ଗବେଷଣା କରିଥିଲେ ମଧ୍ୟ ତାପ ସମ୍ପର୍କୀୟ ଗବେଷଣା ପାଇଁ ସେ ବିଖ୍ୟାତ । ଏହି ସମୟରେ ସେ ଅନେକ ବସ୍ତୁର ସ୍ପେସିଫିକ ହିଟ ସମ୍ପର୍କରେ ସେ ସୂଚନା ଦେଇଥିଲେ । ବାୟୁର ବିଭିନ୍ନ ଉପାଦାନ, ଓ ସେହି ଉପାଦାନଗୁଡ଼ିକ ମଧ୍ୟରୁ ସେ ଉଦ୍ଜାନ ସଂପର୍କରେ ସୂଚନା ଦେଇଥିଲେ । ଉଦ୍ଜାନକୁ ସେ "inflammable air ନାମରେ ନାମକରଣ କରିଥିଲେ । ଜଳ ଅଣୁର ଗଠନ ବିଷୟରେ ମଧ୍ୟ ସେ ତଥ୍ୟ ପ୍ରଦାନ କରିଥିଲେ । କୁଲମ୍ବ ଓ ଫାରାଡେ ବିଦ୍ୟୁତ ବିଷୟରେ ଊଦ୍ଭାବନ କରିଥିବା ଅନେକ ତଥ୍ୟ ସମ୍ବନ୍ଧରେ ସେ ପୂର୍ବରୁ ସୁଚନା ଦେଇସାରିଥିଲେ । ସେ ପୃଥିବୀର ସାନ୍ଦ୍ରତା ଜଳର ସାନ୍ଦ୍ରତାର ୫.୪୮ଗୁଣ ବୋଲି ଦର୍ଶାଇଥିଲେ । ତାଙ୍କଦ୍ୱାରା ଲିଖିତ ତଥ୍ୟଗୁଡିକୁ ନେଇ ୧୯୨୧ ମସିହାରେ ୨ଟି ବହି (Electrical Researches and Chemical and Dynamical) ପ୍ରକାଶିତ ହୋଇଥିଲା । ସେ ମଧ୍ୟ ପୃଥିବୀର ବସ୍ତୁତ୍ୱ ୫.୯୭୨୫ ବିଲିଅନ ଟ୍ରିଲିଅନ ଟନ୍ ବୋଲି ଦର୍ଶାଇଥିଲେ ।
ହେନେରି କ୍ୟାଭେଣ୍ଡିସ୍ Henry Cavendish | |
---|---|
ଜନ୍ମ | (1731-10-10)୧୦ ଅକ୍ଟୋବର ୧୭୩୧ ନାଇସ୍, ଫ୍ରାନ୍ସ |
ମୃତ୍ୟୁ | ୨୪ ଫେବୃଆରୀ ୧୮୧୦(1810-02-24) (ବୟସ ୭୮) |
ଜାତୀୟତା | ବ୍ରିଟିଶ୍ |
ଶିକ୍ଷାନୁଷ୍ଠାନ | କ୍ୟାମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଉଦଜାନର ଆବିଷ୍କାର ପୃଥିବୀର ଘନତ୍ୱ ମାପ |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ରସାୟନ ବିଜ୍ଞାନ, ଭୌତିକ ବିଜ୍ଞାନ |