ରସାୟନ ବିଜ୍ଞାନ
From Wikipedia, the free encyclopedia
ରସାୟନ ବିଜ୍ଞାନ ହେଉଛି ଭୌତିକ ବିଜ୍ଞାନର ଏକ ଶାଖା । ଏଠାରେ ପଦାର୍ଥର ସଙ୍ଘଟନ, ସଂରଚନା, ଗୁଣ, ଆଉ ରାସାୟନିକ ପ୍ରତିକ୍ରିୟା ସମୟରେ ହେଉଥିବା ପରିବର୍ତ୍ତନର ଅଧ୍ୟୟନ କରାଯାଏ। ରସାୟନ ବିଜ୍ଞାନଦ୍ୱାରା ଆମେ ଜାଣିପାରୁ ଥିବା ଦୃଷ୍ଟିକୋଣ ମଧ୍ୟରୁ ମୁଖ୍ୟ ହେଉଛି ଉଦ୍ଭିଦ ବିଜ୍ଞାନ, ଆଗ୍ନେୟଗିରିରୁ ଉତ୍କ୍ଷିପ୍ତ ହଉଥିବା ପଥର ବା ଆଗ୍ନେୟ ପଥରର ଗଠନ ଭୂବିଜ୍ଞାନ ,କିପରି ବାୟୁମଣ୍ଡଳୀୟ ଓଜୋନର ନିର୍ମାଣ ହୁଏ ଏବଂ କିପରି ବାୟୁମଣ୍ଡଳକୁ ଦୂଷିତ କରୁଥିବା ପଦାର୍ଥ ନଷ୍ଟ ହୁଏ ପରିବେଶ ବିଜ୍ଞାନ, ଚନ୍ଦ୍ର ପୃଷ୍ଠରେ ମୃତ୍ତିକାର ଗୁଣଧର୍ମ ବିଷୟରେ (ଗ୍ରହ ନକ୍ଷତ୍ର ସମ୍ପର୍କୀୟ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନ ),କିପରି ଔଷଧ କାମ କରେ(ଔଷଧ ତତ୍ତ୍ବ, ଭେଷଜ ବିଜ୍ଞାନ ) ଇତ୍ୟାଦି ।