ହୀରାକୁଦ ବନ୍ଧ
ଓଡ଼ିଶାର ଏକ ଡ୍ୟାମ୍ / From Wikipedia, the free encyclopedia
ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । [1]
Quick Facts ହୀରାକୁଦ ବନ୍ଧ, ପ୍ରଶାସନିକ ନାଆଁ ...
ହୀରାକୁଦ ବନ୍ଧ | |
---|---|
ପ୍ରଶାସନିକ ନାଆଁ | ହୀରାକୁଦ ବନ୍ଧ |
ସ୍ଥାନୀୟତା | ହୀରାକୁଦ ବନ୍ଧ |
ଦିଗବାରେଣି | 21.57°N 83.87°E / 21.57; 83.87 |
କାମ ଆରମ୍ଭ ହେଲା | ୧୯୪୮ |
ଖୋଲା ଗଲା | ୧୯୫୭ |
ତିଅରି ଖର୍ଚ | ୧୦୧ କୋଟି ଟଙ୍କା (୧୯୫୭) |
ବନ୍ଧ ଓ ପାଣି ଯିବା ବାଟ | |
ବନ୍ଧର ପ୍ରକାର | ବନ୍ଧ ଓ ଜଳ ଭଣ୍ଡାର |
ଉଚ୍ଚତା | 60.96 m (200 ft) |
ଲମ୍ବା | 4.8 km (3 mi) (main section) 25.8 km (16 mi) (entire dam) |
ଜବତ କରିବା | ମହାନଦୀ |
ପାଣିଯିବା ବାଟ | ୬୪ ସ୍ଲୁଇସ ଗେଟ |
ପାଣିଯିବା ବାଟର କ୍ଷମତା | 42,450 cubic metres per second (1,499,000 cu ft/s) |
ଜଳଭଣ୍ଡାର | |
କ୍ଷମତା | 5,896,000,000 m3 (4,779,965 acre⋅ft) |
ନିଷ୍କାସନ କୁଣ୍ଡ | 83,400 km2 (32,201 sq mi) |
ପାବାର ଷ୍ଟେସନ | |
ଟରବାଇନସବୁ | ପାବାର ହାଉସ ୧ (ବୁର୍ଲା): ୫ x ୩୭.5 MW, ୨ x ୨୪ MW କାପଲାନ ପ୍ରକାରର ପାବାର ହାଉସ ୨ (ଚିପିଲିମା): : ୩ x ୨୪ MW |
ପ୍ରତିଷ୍ଠିତ କ୍ଷମତା | ୩୦୭.୫ MW |
Close