ସେଲ୍ୟୁଲାଇଟିସ୍
ସେଲୁଲାଇଟିସ୍ ହେଉଛି ଏକ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ଚର୍ମର ଭିତର ସ୍ତର ସହିତ ଜଡିତ | ଏହା ବିଶେଷ ଭାବରେ ଡର୍ମି / From Wikipedia, the free encyclopedia
ସେଲ୍ୟୁଲାଇଟିସ୍ ଏକ ଚର୍ମ ରୋଗର ସଂକ୍ରମଣକୁ କୁହାଯାଏ । ଏହି ରୋଗ ନିର୍ଦ୍ଦିଷ୍ଟ ଭାବରେ ଅନ୍ତଃଚର୍ମ ଓ ଚର୍ମ ତଳେ ଥିବା ଚର୍ବିରେ ହୁଏ । ଏହି ରୋଗ ହେଲେ ରୋଗ ହୋଇଥିବା ସ୍ଥାନ ଲାଲ ଦେଖାଯାଏ ଓ ଦୁଇ ଦିନ ମଧ୍ୟରେ ଏହି ଲାଲ ସ୍ଥାନର ଆୟତନ ବଢ଼ିଯାଏ । ଲାଲ ସ୍ଥାନ ଫୁଲିଥାଇ ପାରେ ଓ ଏହାର ସୀମା ତୀକ୍ଷ୍ମ ନ ଥାଏ । ଲାଲ ଦେଖାଯାଉଥିବା ସ୍ଥାନ ଚିପି ଦେଲେ ଶେତା ହୁଏ କିନ୍ତୁ ସର୍ବଦା ନୁହେଁ । ସଂକ୍ରମିତ ସ୍ଥାନରେ ସାଧାରଣତଃ ଯନ୍ତ୍ରଣା ହୁଏ ।[1] ଲସିକା ନଳୀ ମଧ୍ୟ ସଂକ୍ରମିତ ହୋଇପାରେ,[1][2] ରୋଗୀକୁ ଜ୍ୱର ହୁଏ ଓ ଥକ୍କା ଲାଗେ । [3]
ସେଲ୍ୟୁଲାଇଟିସ୍ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | dermatology[*] |
ଆଇସିଡ଼ି-୧୦ | L03. |
ଆଇସିଡ଼ି-୯-ସିଏମ୍ | 682.9 |
ରୋଗ ଡାଟାବେସ | 29806 |
ମେଡ଼ିସିନ-ପ୍ଲସ | 000855 |
ଇ-ମେଡ଼ିସିନ | med/310 emerg/88 derm/464 |
MeSH | D002481 |
ଗୋଡ଼ ଓ ମୁଖମଣ୍ଡଳରେ ଏହି ରୋଗ ଅଧିକ ହୁଏ, ଯଦିଓ ଯେ କୌଣସି ସ୍ଥାନରେ ଏହା ହୋଇପାରେ । ଚର୍ମରେ କ୍ଷତ ହେଲେ ସେହି ସ୍ଥାନରେ ଏହି ରୋଗ ହୁଏ । ଅନ୍ୟ ସଙ୍କଟଦୟୀ ଅବସ୍ଥାମାନଙ୍କ ନାମ ମୋଟାପଣ, ଗୋଡ଼ ଫୁଲା ଓ ବୃଦ୍ଧାବସ୍ଥା । ସ୍ଟ୍ରେପ୍ଟୋକୋକସ୍]] ଓ ସ୍ଟାଫିଲୋକୋକସ୍ ଅରିଅସ୍ ଜୀବାଣୁ ଏହି ରୋଗ କରାଏ । ଚର୍ମରେ ଅନ୍ୟ ଏକ ସଂକ୍ରମଣ ହୁଏ ଯାହାର ନାମ ଏରିସେପାଲସ୍ କିନ୍ତୁ ଏହି ରୋଗ ବାହ୍ୟଚର୍ମରେ ହୁଏ, ଲାଲିମାର ସୀମା ତୀକ୍ଷ୍ଣ ଥାଏ ଓ ଜ୍ୱର ହୁଏ ।[1] ଭିତରେ ଥିବା ସାଂଘାତିକ ହାଡ଼ ରୋଗ ବା ଓଷ୍ଟିଓମାୟେଲାଇଟିସ ଓ ନେକ୍ରୋଟାଇଜିଙ୍ଗ ଫାସାଇଟିସ ଆଦି ରୋଗଠାରୁ ଏହାକୁ ପୃଥକ କରିବାକୁ ହୁଏ । [2]
ଚିହ୍ନ ଓ ଲକ୍ଷଣ ଦେଖି ଏହି ରୋଗ ନି୍ଣ୍ଣୟ କରାଯାଏ, ଜୀବକୋଷ କଲ୍ଚର୍ (cell culture) କ୍ୱଚିତ ସମ୍ଭବ ହୁଏ । [1] ପାଟିରେ ଖାଇବାକୁ ଦିଆଯାଉଥିବା ଆଣ୍ଟିବାୟୋଟିକମାନଙ୍କର ନାମ ସେଫାଲେକ୍ସିନ, ଆମୋକ୍ସିସିଲିନ ବା କ୍ଲୋକ୍ସାସିଲିନ । [1][4] ପେନିସିଲିନ ଆଲର୍ଜି ଥିଲେ ଏରିଥ୍ରୋମାଇସିନ ବା କ୍ଲିଣ୍ଡାମାଇସିନ ଦିଆଯାଏ । [4] ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକା ଅରିଅସ (ଏମ୍ଆର୍ସିଏ) ଜୀବାଣୁ ଥିଲେ ଅନ୍ୟ ଔଷଧ ସହ ଡକ୍ସିସିଲିନ ବା ଟ୍ରାଇମେଥିପ୍ରିମ/ସଲ୍ଫାମେଥୋକ୍ସାଜୋଲ ଦିଆଯାଇପାରେ । [1] ପୂଜ ହୋଇଯାଇଥିଲେ ବା ଏମ୍ଆର୍ସିଏ ସଂକ୍ରମଣ ଥିଲେ ଚିନ୍ତାର ବିଷୟ ହୁଏ । [1][3] ଆଣ୍ଟିବାୟୋଟିକ ଖାଉଥିଲେ ସ୍ଟିରଏଡ ଦେଇ ରୋଗ ଶୀଘ୍ର ଭଲ କରିହୁଏ । [1] ଯନ୍ତ୍ରଣା ଉପସମକାରୀ ଔଷଧ ଦେଲେ ଆରାମ ଲାଗେ । [4]
ସାତରୁ ଦଶ ଦିନର ଚିକିତ୍ସାରେ ୯୫% ରୋଗୀ ସୁସ୍ଥ ଅନୁଭବ କରନ୍ତି । [3] ସମ୍ଭାବ୍ୟ କମ୍ପ୍ଲିକେସନ ମଧ୍ୟରେ ଆବସେସ୍ ସୃଷ୍ଟି ଅନ୍ୟତମ । ପ୍ରତି ବର୍ଷ ହଜାରେ ଲୋକରେ ଦୁଇ ଜଣଙ୍କର ଚର୍ମ ସଂକ୍ରମଣ ହୁଏ । [1] ସୁଲ୍ୟୁଲାଇଟିସ ରୋଗରେ ୨୦୧୦ ମସିହାରେ ପୃଥିବୀରେ ୨୭୦୦୦ ମୃତ୍ୟୁ ହୋଇଥିଲା । [5] ଇଂଲଣ୍ଡରେ ଆଡମିସନ ହେଉଥିବା ରୋଗୀଙ୍କମଧ୍ୟରୁ ୧.୬% ଏହି ରୋଗରେ ପୀଡ଼ିତ ଥାଆନ୍ତି । [4]