ଲିଓ ଟଲଷ୍ଟୟ
ରୂସୀ ଲେଖକ / From Wikipedia, the free encyclopedia
ଲିଓ ଟଲଷ୍ଟୟ (୯ ସେପ୍ଟେମ୍ବର ୧୮୨୮-୨୦ ନଭେମ୍ବର ୧୯୧୦) ଉନ୍ନବିଂଶ ଶତାବ୍ଦୀର ସର୍ବାଧିକ ସମ୍ମାନିତ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ ।[1] ଋଷର ଏକ ସଂପନ୍ନ ପରିବାରରେ ତାଙ୍କ ଜନ୍ମ । ଋଷରେ ସେ ସୈନ୍ୟବାହିନୀରେ ଯୋଗ ଦେଇ ସେ କ୍ରିମିୟା ଯୁଦ୍ଧରେ(୧୮୫୫) ଭାଗନେଇଥିଲେ, ତେବେ ତତ ପରବର୍ଷ ସେ ସେନାବାହିନୀ ତ୍ୟାଗକରି ଫେରିଆସିଲେ । ସେନାବାହିନୀରେ ଯୋଗ ଦେବା ପୂର୍ବରୁ ହିଁ ତାଙ୍କ ଭିତରେ ସାହିତ୍ୟ ପ୍ରତି ଋଚି ବୃଦ୍ଧି ପାଇଥିଲା । ତାଙ୍କ ରଚନା ମଧ୍ୟରେ ଯୁଦ୍ଧ ଏବଂ ଶାନ୍ତି (୧୮୬୫-୬୯) ତଥା ଆନ୍ନା କରେନୀନା (୧୮୭୫-୧୮୭୭) ସାହିତ୍ୟ ଜଗତରେ କ୍ଳାସିକାଲ ରଚନା ଭାବେ ସ୍ୱୀକୃତ ହୋଇସାରିଛି ।
ପ୍ରଚୁର ଧନ ଦୌଲତ ଏବଂ ସାହିତ୍ୟିକ ପ୍ରତିଭା ଟଲଷ୍ଟୟଙ୍କୁ ଶାନ୍ତି ଦେଇ ପାରି ନ ଥିଲା । ଅନ୍ତତଃ ୧୮୯୦ ମସିହା ବେଲକୁ ସେ ନିଜର ସମସ୍ତ ଧନ ସମ୍ପତ୍ତି ତ୍ୟାଗ କରିଦେଲେ । ନିଜର ପରିବାରକୁ ଛାଡି ସେ ଈଶ୍ୱର ତଥା ଗରୀବଙ୍କ ସେବା କରିବା ଉଦ୍ଦେଶ୍ୟରେ ବାହାରିପଡିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟ ଏଥିପାଇଁ ଅନୁକୁଳ ହେଲା ନାହିଁ । ପରିଶେଷରେ ସେ ୨୦ ନଭେମ୍ବର ୧୯୧୦ ଦିନ ଅଷ୍ତାପବା ନାମକ ଏକ ଛୋଟ ରେଳ ଷ୍ଟେସନରେ ଏହି ସମ୍ଭ୍ରାନ୍ତ ବ୍ୟକ୍ତି ଜଣକ ଏକ ଗରୀବ, ନିରାଶ୍ରୟ, ରୋଗୀଣା ବୃଦ୍ଧ ଭାବେ ମୃତ୍ୟୁକୁ ଆଲିଙ୍ଗନ କରିଥିଲେ ।