ମୁସଲମାନ
From Wikipedia, the free encyclopedia
ମୁସଲମାନମାନେ ଏକେଶ୍ୱରବାଦୀ ଇବ୍ରାହିମୀୟ ଧର୍ମସମ୍ପ୍ରଦାୟ ଇସଲାମ ଅନୁଗାମୀ । ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥ କୋରାନ ଓ ସେମାନଙ୍କ ମତରେ ଏହି କୋରାନ ବାସ୍ତବରେ ଆଲ୍ଲାଙ୍କ ମୁଖନିଃସୃତ ବାଣୀ ଯାହା ପୈଗମ୍ବର ମହମ୍ମଦଙ୍କ ସମ୍ମୁଖରେ ଉନ୍ମୋଚନ କରାଯାଇଥିଲା । ଅଧିକାଂଶ ମୁସଲମାନ ମହମ୍ମଦଙ୍କ ଜୀବନଶୈଳୀ ସୁନାଃ ତଥା ହଦିଥ (କିମ୍ବଦନ୍ତୀ) ମଧ୍ଯ ଅନୁସରଣ କରିଥାନ୍ତି ।[29] ମୁସଲମାନ ଏକ ଆରବୀ ଶବ୍ଦ ଓ ଏହାର ଅର୍ଥ ସମର୍ପକ ।[30]
ମୁସଲମାନ | ||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
୧୮୬୫ ମସିହାରେ ମୁସଲମାନମାନେ କାଇରୋରେ ପ୍ରାର୍ଥନା କରୁଛନ୍ତି (ଜଁ-ଲିଅଁ ଜେରୋମଙ୍କଦ୍ୱାରା) | ||||||||||||||||||||||||||||||
ଆଦର୍ଶ ବାକ୍ଯ: | ||||||||||||||||||||||||||||||
ସର୍ବମୋଟ ଅନୁଗାମୀ | ||||||||||||||||||||||||||||||
ସ୍ଥାପକ | ||||||||||||||||||||||||||||||
ଧର୍ମାବଲମ୍ବୀ ବହୁଳ ଅଞ୍ଚଳ | ||||||||||||||||||||||||||||||
| ||||||||||||||||||||||||||||||
ଧର୍ମ | ||||||||||||||||||||||||||||||
୮୦-୯୦% ସୁନ୍ନି ଇସଲାମ[16][17] ୧୦-୧୩% ସିହା ଇସଲାମ[18][19] ~୧% ଅହମଦୀୟ[20] ~୧% ଅନ୍ୟାନ୍ଯ ଇସଲାମୀୟ ପରମ୍ପରା, ଉ.ସ୍ୱ. ଇବାଦୀ ଇସଲାମ[21] | ||||||||||||||||||||||||||||||
ଧର୍ମଗ୍ରନ୍ଥ | ||||||||||||||||||||||||||||||
କୋରାନ[22] | ||||||||||||||||||||||||||||||
ଭାଷା | ||||||||||||||||||||||||||||||
ଆରବୀୟ (ଦିବ୍ଯଭାଷା), ଉର୍ଦ୍ଦୁ, ବଙ୍ଗାଳୀ, ମଳୟୀ ଭାଷା, ପାରସୀ ଭାଷା, ଯାଭା ଭାଷା, ପଞ୍ଜାବୀ, ତୁର୍କୀ, ହୌସା, ମାଣ୍ଡାରିନ, ଏବଂ ଅନ୍ଯାନ୍ଯ[23][24][25][26][27][28] |
ମୁସଲମାନଙ୍କର ବିଶ୍ୱାସ ଯେ ଆଲ୍ଲା ପରାଜାଗତିକ ତଥା ଏକ ଏବଂ ଅଦ୍ୱିତୀୟ, ସ୍ୱୟଂଭୂବଃ, ଅଜନ୍ମା ଓ ଅଭୋକ୍ତା; ଇସଲାମ ହେଉଛି ଆଲ୍ଲାଙ୍କ ବାସ୍ତବ ଧର୍ମ ଯାହା ପୂର୍ବରୁ ଆବ୍ରାହମ, ଇସ୍ମାଏଲ, ଆଇଜାକ, ମୁଶା ତଥା ଯୀଶୁଙ୍କୁ ଦିଆଯାଇଥିଲା[31]; ଏବଂ ଏହି ପୈଗମ୍ବରଙ୍କୁ ଦିଆଯାଇଥିବା ପୂର୍ବ ସନ୍ଦେଶଗୁଡ଼ିକ କାଳକ୍ରମେ ବଦଳିଯାଇଛି;[32] ଏବଂ କୋରାନ ଏହି ସବୁରେ ସର୍ବଶେଷ ଏବଂ ସମ୍ପୂର୍ଣ୍ଣ ।[33]
୨୦୧୫ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ବିଶ୍ୱ ଜନସଂଖ୍ଯାର ପ୍ରାୟ ଶତକଡା ୨୪.୧ ଭାଗ ଅର୍ଥାତ ୧.୮ ବିଲିଅନ ଲୋକ ଇସଲାମ ଧର୍ମାବଲମ୍ବୀ । ମଧ୍ଯପ୍ରାଚ୍ଯ-ଉତ୍ତର ଆଫ୍ରିକାରେ ୯୧%[34], ମଧ୍ଯ ଏସିଆରେ ୮୧%[35][36], କକସସରେ ୬୫%[37] [38] [39] [40] [41], ଆଗ୍ନେୟ ଏସିଆରେ ୪୦%, ଦକ୍ଷିଣ ଏସିଆରେ ୩୧%, ଉପସାହାରୀୟ ଆଫ୍ରିକାରେ ୩୦%, ଏସିଆ-ଓସେନିଆରେ ୨୫%, ୟୁରୋପରେ ୬%, ଆମେରିକାରେ ୧% ଇସଲାମ ଧର୍ମାବଲମ୍ବୀ ବାସକରନ୍ତି ।
ଅଧିକାଂଶ ମୁସଲମାନ ନିଜକୁ ସୁନ୍ନି (୭୫-୯୦%)[42] କିମ୍ବା ସିହା ବୋଲି ବିବେଚନା କରିଥାନ୍ତି । ପ୍ରାୟ ୧୩% ମୁସଲମାନ ଇଣ୍ଡୋନେସିଆରେ ରହନ୍ତି ଓ ଏହା ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଦେଶ । ୩୧% ମୁସଲମାନ ଦକ୍ଷିଣ ଏସିଆରେ ରହନ୍ତି ଓ ତାହା ବିଶ୍ୱର ସର୍ବାଧିକ ମୁସଲମାନବହୁଳ ଅଞ୍ଚଳ । ୨୦% ମୁସଲମାନ ମଧ୍ଯପ୍ରାଚ୍ଯ-ଉତ୍ତର ଆଫ୍ରିକା ଅଞ୍ଚଳରେ ରହନ୍ତି ଓ ସେଠାରେ ଏହା ମୁଖ୍ଯ ଧର୍ମ ।