ଏପିନେଫ୍ରିନ
ଏହା ଏକାଧାରରେ ଏକ ଔଷଧ, ହରମୋନ ଓ ନିଉରୋଟ୍ରାନ୍ସମିଟର । / From Wikipedia, the free encyclopedia
ଏପିନେଫ୍ରିନ, ବା ଆଡ୍ରେନାଲିନ ଏକାଧାରରେ ଏକ ଔଷଧ, ହରମୋନ ଓ ନିଉରୋଟ୍ରାନ୍ସମିଟର । [1][2] ଔଷଧ ଆକାରରେ ଏହା ଆନାଫାଇଲାକ୍ସିସ୍, ହୃଦ୍ରୋଧ, ଓ ବାହ୍ୟ ରକ୍ତସ୍ରାବ ଇତ୍ୟାଦି ରୋଗରେ ବ୍ୟବହାର କରାଯାଏ ।[3] କ୍ରୁପ ରୋଗ ଲକ୍ଷଣର ଉପଶମ ନିମନ୍ତେ ଏହା ଶୁଙ୍ଘିବା ଔଷଧ ଆକାରରେ ବ୍ୟବହାର କରାଯାଏ । [4] ଅନ୍ୟ କୌଣସି ଔଷଧ କାମ ନ କଲେ ଆଜମା ରୋଗରେ ଏହା ଦିଆଯାଏ । ଆଘ୍ରାଣ ତଥା ଶୀରାରେ, ମାଂସପେଶୀରେ ଓ ଚର୍ମତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ । [3]
Clinical data | |
---|---|
AHFS/Drugs.com | monograph |
data |
|
Pregnancy category |
|
Addiction liability | None |
Routes of administration | IV, IM, endotracheal, IC, nasal, eye drop |
ATC code | |
Legal status | |
Legal status |
|
Pharmacokinetic data | |
Metabolism | adrenergic synapse (MAO and COMT) |
Identifiers | |
IUPAC name
| |
CAS Number |
|
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
PDB ligand | |
ECHA InfoCard | 100.000.090 |
Chemical and physical data | |
Formula | C9H13NO3 |
Molar mass | 183.204 g/mol |
3D model (JSmol) | |
SMILES
| |
InChI
| |
(verify) |
ଅଧିକାଂଶ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ:- ଅସ୍ଥିରତା, ଉତ୍କଣ୍ଠା ଓ ଝାଳ ବୋହିବା । ହୃଦ୍ଗତି ହାର ଓ ରକ୍ତଚାପ ବଢ଼ିଯାଏ । ବେଳେ ବେଳେ ଅନିୟମିତ ହୃତ୍ପିଣ୍ଡ ତାଳ ହୋଇଯାଏ । ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ବିପଦ ଥିବା ସ୍ପଷ୍ଟ ନ ଥିଲେ ମଧ୍ୟ ମାଆର ଅବସ୍ଥାକୁ ବିଚାରକୁ ନେଇ ଚିକିତ୍ସା କରାଯାଏ । [3]
ଏପିନେଫ୍ରାନ ସାଧାରଣତଃ ଆଡ୍ରେନାଲ ଗ୍ରନ୍ଥି ଓ କେତେକ ନିଉରନରେ ପ୍ରସ୍ତୁତ ହୁଏ । [1] ଏହାର ଭୂମିକାକୁ ପଳାୟନ କିମ୍ବା ଯୁଦ୍ଧ ପ୍ରତିକ୍ରିୟା କୁହାଯାଏ; ଏହା ମାଂସପେଶୀକୁ ରକ୍ତ ସରବରାହ ବଢ଼ାଏ, ହୃତ୍ପିଣ୍ଡରୁ ଅଧିକ ରକ୍ତ ବାହାରେ, ଆଖିପୁଅ/ପ୍ୟୁପିଲ ବିସ୍ଫାରିତ ହୁଏ ଓ ରକ୍ତ ଶର୍କରା ବଢ଼ିଯାଏ । [5][6] ଆଲ୍ଫା ଓ ବିଟା ରିସେପ୍ଟର ଉପରେ ଏହାର ପ୍ରଭାବ ଯୋଗୁ ଏହି ପ୍ରତିକ୍ରିୟା ହୁଏ । [6] ଅନେକ ପଶୁ ଓ କେତେକ ଏକ କୋଷୀ ଜୀବ ଦେହାରେ ମଧ୍ୟ ଏହି ଏପିନେଫ୍ରିନ ଥାଏ । [7][8]
ସନ ୧୯୦୧ରେ ଜୋକିଚି ଟାକାମିନ ପ୍ରଥମେ ଏହା ପ୍ରସ୍ତୁତ କରିଥିଲେ । [9] ଏହାର ହୋଲସେଲ ମୂଲ୍ୟ ଭାଏଲ ପିଛା ମୂଲ୍ୟ ୦.୧୦ରୁ ୦.୯୫ ଆମେରିକୀୟ ଡଲାର । [10] ଆନାଫାଇଲାକ୍ସିସ୍ ନିମନ୍ତେ ଆମେରିକାରେ ଏକ ଅଟୋଇଞ୍ଜେକ୍ଟର୍ ମିଳେ ଯାହାର ମୂଲ୍ୟ ପ୍ରାୟ ୧୦୦ ଡଲାର । [3]