ହାଇପରପ୍ରୋଲାକ୍ଟିନେମିଆ
ରକ୍ତରେ ଉଚ୍ଚ ସ୍ତରର ପ୍ରୋଲାକ୍ଟିନ ଥାଏ । / From Wikipedia, the free encyclopedia
ହାଇପରପ୍ରୋଲାକ୍ଟିନେମିଆ ହେଉଛି ରକ୍ତରେ ଉଚ୍ଚ ସ୍ତରର ପ୍ରୋଲାକ୍ଟିନ ହରମୋନର ଉପସ୍ଥିତି | [2] ଏହି ରୋଗରେ ମହିଳାମାନଙ୍କର ଅସ୍ୱାଭିବିକ ଋରୁସ୍ରାବ ହୁଏ ଓ ପୁରୁଷମାନଙ୍କ ଲକ୍ଷଣରେ ଲିଙ୍ଗ ଉତ୍ଥାନରେ ଅସୁବିଧା ଏବଂ ସ୍ତନ ବୃଦ୍ଧି ହୋଇପାରେ | [1] ଉଭୟଙ୍କର ବନ୍ଧ୍ୟା ଦୋଷ ହୋଇପାରେ ଏବଂ କ୍ଷୀର ବାହାରିପାରେ । [1] ଯୌନ ହରମୋନ ଅଭାବ ଥିଲେ ଓଷ୍ଟିଓପୋରୋସିସ ହୋଇପାରେ | [1] [3]
Hyperprolactinaemia | |
---|---|
Hyperprolactinemia, high blood prolactin | |
ବିଭାଗ | Endocrinology |
ଲକ୍ଷଣ | Women: Abnormal menstrual periods[1] Men: Erectile dysfunction, breast enlargement[1] Both: Infertility, milk production[1] |
କାରଣ | Physiologic: Pregnancy, nipple stimulation, seizures, sex, stress[1] Diseases: Prolactinoma, macroprolactinemia, hypothyroidism, acromegaly, Cushing disease, liver cirrhosis, kidney failure, polycystic ovarian syndrome[1] Medications: Estrogen, antipsychotics, antidepressents, blood pressure medications, opioids[1] |
ଚିକିତ୍ସା | Based on the cause[1] |
ପୁନଃପୌନିକ | < 1%[1] |
ଗର୍ଭାବସ୍ଥା, ସ୍ତନାଗ୍ର ମନ୍ଥନ ଜନିତ ଉତ୍ତେଜନା, ବାତ, ଯୌନ କ୍ରିୟା କିମ୍ବା ମାନସିକ ଚାପ ପରି ଜୀବନ ଘଟଣାର ଫଳ ସ୍ୱରୂପ ଉଚ୍ଚ ପ୍ରୋଲାକ୍ଟିନ ସ୍ତର ହୋଇପାରେ | [2] ଉଚ୍ଚ ପ୍ରୋଲାକ୍ଟିନ ସ୍ତରକୁ ବିଲମ୍ବିତ କରୁଥିବା ଅନ୍ତର୍ନିହିତ ରୋଗମାନଙ୍କ ନାମ ପ୍ରୋଲାକ୍ଟିନୋମା, ମାକ୍ରୋପ୍ରୋଲାକ୍ଟିନେମିଆ, ହାଇପୋଥାଇରଏଡିଜିମ୍, ଆକ୍ରୋମେଗାଲୀ, କୁସିଂ ରୋଗ, ଯକୃତ ସିରୋସିସ୍, ବୃକ୍କ ବିଫଳତା, ପଲିସିଷ୍ଟିକ୍ ଓଭାରିନ୍ ସିଣ୍ଡ୍ରୋମ ଏବଂ ମୁଣ୍ଡର ବିକିରଣ ଚିକିତ୍ସା ଅନ୍ତର୍ଭୁକ୍ତ | [1] ଇଷ୍ଟ୍ରୋଜେନ୍, ଆଣ୍ଟିସାଇକୋଟିକ୍ସ, ଆଣ୍ଟିଡିପ୍ରେସାଣ୍ଟ, ଔଷଧ ଏବଂ ଓପିଓଏଡ ସହିତ ଅନେକ ଔଷଧ ଯୋଗୁ ଉଚ୍ଚ ସ୍ତରରେ ପରିଣତ ହୋଇପାରେ | [1] ଲକ୍ଷଣ କିମ୍ବା ପିଟୁଇଟାରୀ ଅର୍ବୁଦ ଥିବା ଲୋକଙ୍କଠାରେ କେବଳ ପରୀକ୍ଷା କରାଯାଏ | [3] ସାଧାରଣ ସ୍ତର ପୁରୁଷମାନଙ୍କରେ ୩୬୦ ଏମଆଇୟୁ/ଲି (20 ନାଗ୍ରା/ମିଲି)ରୁ କମ୍ ଏବଂ ମହିଳାମାନଙ୍କରେ ୪୦ରୁ ୫୩୦ mIU / ଲି (୨ରୁ ୧୫ ନାଗ୍ରା/ମିଲି) | [4] ଗର୍ଭାବସ୍ଥାରେ ସାଧାରଣ ସ୍ତର ୧୦୦୦ରୁ ୮୦୦୦ ଏମଆଇୟୁ/ଲି (୫୦ରୁ ୪୦୦ ନାଗ୍ରା/ମିଲି) ଅଟେ | [5]
ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [2] ପ୍ରୋଲାକ୍ଟିନୋମା ରୋଗରେ କାର୍ବେଗୋଲିନ ଚିକିତ୍ସା କଲେ ପ୍ରାୟ ଭଲ ଫଳ ମିଳେ | [3] ସାଧାରଣ ଜନସଂଖ୍ୟାର ୧%ରୁ କମ୍ ପ୍ରଭାବିତ ହୋଇଥିଲେ ମଧ୍ୟ ଏହା ଆମୋନୋରିଆ ରୋଗୀଙ୍କ ମଧ୍ୟରୁ 14% ଲୋକଙ୍କର ପ୍ରୋଲାକ୍ଟିନୋମା ଉପସ୍ଥିତ ଥାଇପାରେ | [1] ମହିଳାମାନେ ପୁରୁଷଙ୍କ ଅପେକ୍ଷା ପ୍ରୋଲାକ୍ଟିନୋମାଦ୍ୱାରା ଅଧିକ ପ୍ରଭାବିତ ହୁଅନ୍ତି | [1] ଉଚ୍ଚ ପ୍ରୋଲାକ୍ଟିନରୁ ଉତ୍ପନ୍ନ ଲକ୍ଷଣଗୁଡିକ ହିପୋକ୍ରେଟସ ସମୟରୁ ବର୍ଣ୍ଣନା କରାଯାଇଥିଲା ଓ ୧୯୩୦ଦଶକରେ ପ୍ରୋଲାକ୍ଟିନ୍ ସହିତ ଲିଙ୍କ ଥିବା ଆବିଷ୍କାର ହୋଇଥିଲା | [6]