ସିକ୍ଲୋସ୍ପୋରିନ
From Wikipedia, the free encyclopedia
ସିକ୍ଲୋସ୍ପୋରିନ (ଇଂରାଜୀ ଭାଷାରେ Ciclosporin, ଅନ୍ୟ ଉଚ୍ଚାରଣ ସାଇକ୍ଲୋସ୍ପୋରିନ/cyclosporine ବା cyclosporin, ଏକ ରୋଗ ପ୍ରତିହତକାରୀ ଔଷଧ (immunosuppressant medication) ଓ ଏକ ପ୍ରାକୃତିକ ପଦାର୍ଥ (natural product) ।[3] ରିଉମାଟଏଡ ଆର୍ଥ୍ରାଇଟିସ, ସୋରିଆସିସ, କ୍ରନ୍ ରୋଗ, ନେଫ୍ରୋଟିକ ସିଣ୍ଡ୍ରୋମ (nephrotic syndrome) ରୋଗମାନଙ୍କରେ ଓ ପରିତ୍ୟକ୍ତ (rejection) ନ ହେବା ନିମନ୍ତେ ଅଙ୍ଗ ପ୍ରତିରୋପଣ (organ transplant) ଆଦି ଅବସ୍ଥାରେ ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[4][3] ଏହା କେରାଟୋକଞ୍ଜଙ୍କଟିଭାଇଟିସ ସିକା (keratoconjunctivitis sicca) ବା ଶୁଷ୍କ ଆଖିରେ ଟୋପା ବା ଡ୍ରପ୍ (eye drops) ଆକାରରେ ପକାଯାଏ । [5]
Clinical data | |
---|---|
Pronunciation | /ˌsaɪkləˈspɔːrɪn/[1] |
Trade names | Neoral, Sandimmune, others |
Synonyms | cyclosporine, cyclosporin, ciclosporin A,[2] cyclosporine A, cyclosporin A (CsA) |
AHFS/Drugs.com | monograph |
MedlinePlus | a601207 |
Pregnancy category |
|
Routes of administration | By mouth, IV, eye drops |
Drug class | immunosuppressant calcineurin inhibitor eye medication |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | Variable |
Metabolism | liver CYP3A4 |
Elimination half-life | Variable (about 24 hours) |
Excretion | biliary |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.119.569 |
Chemical and physical data | |
Formula | C62H111N11O12 |
Molar mass | 1202.61 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତଚାପ, ମୁଣ୍ଡବଥା, ବୃକ୍କ ସମସ୍ୟା (kidney problems), ଅତ୍ୟଧିକ ଲୋମ ବୃଦ୍ଧି ଓ ବାନ୍ତି ହୋଇପାରେ । ପ୍ରତିକ୍ରିୟା ସାଂଘାତିକ ହେଲେ ସଂକ୍ରମଣ ସଂକଟ, ଯକୃତ ସମସ୍ୟା ଓ ଅଧିକ ଲିମ୍ଫୋମା ସଙ୍କଟ ରହେ । ପ୍ରତିକ୍ରିୟା ସଙ୍କଟ କମେଇବା ନିମନ୍ତେ ରକ୍ତରେ ଔଷଧର ସ୍ତର ତଦାରଖ କରିବା ଆବଶ୍ୟକ । [4] ଗର୍ଭାବସ୍ଥାରେ ଅପରିପକ୍ୱ ଜନ୍ମ (preterm birth) ସଙ୍କଟ ରହେ କିନ୍ତୁ ଜନ୍ମ ତୃଟି (birth defects) ରହିବା ଜଣାଯାଏନାହିଁ ।[6]
ଲିମ୍ଫୋସାଇଟମାନଙ୍କ (lymphocytes) କାମ କମ୍ କରେଇ ସିକ୍ଲୋସ୍ପୋରିନ କାର୍ଯ୍ୟକ୍ଷମ ହୁଏ ।[4] ଏହା ସାଇକ୍ଲୋଫିଲିନ (cyclophilin) ସହିତ ଏକ ଯୌଗିକ ସୃଷ୍ଟି କରି କାଲସିନିଉରିନର (calcineurin) ଫସଫାଟେଜ (phosphatase) କ୍ରିୟା ଅବରୋଧ କରେ ଯାହାଦ୍ୱାରାଟି-ଲିମ୍ଫୋସାଇଟମାନଙ୍କ (T‐lymphocytes|) ପ୍ରଦାହକାରୀ ସାଇଟିକାଇନସ (inflammatory cytokine) ପ୍ରସ୍ତୁତି କମିଯାଏ । [7]
ସନ ୧୯୭୧ରେ ଟୋଲିପୋକ୍ଲାଡିଅମ ଇନଫ୍ଲାଟମ ନାମକ ଏକ ଫିମ୍ପିରୁ ସିକ୍ଲୋସ୍ପୋରିନ ପ୍ରସ୍ତୁତ କରାଯାଇ ସନ ୧୯୮୩ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[8] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[9] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର ହୋଲସେଲ ମୂଲ୍ୟ ପ୍ରାୟ ୧୦୬.୫୦ ଆମେରିକୀୟ ଡଲାର ।[10] ଇଂଲଣ୍ଡରେ ଏହାର ଏକ ମାସ ଡୋଜର ମୂଲ୍ୟ ପ୍ରାୟ ୧୨୧.୨୫ ପାଉଣ୍ଡ ।[11] ଯୁକ୍ତରାଷ୍ଟ୍ର ଆମେରିକାରେ ଏକାର ଏକ ମାସର ମୂଲ୍ୟ ପ୍ରାୟ ୧୭୨.୯୫ ଆମେରିକୀୟ ଡଲାର ।[12]