ଲେଭାମିସୋଲ
From Wikipedia, the free encyclopedia
ଲେଭାମିସୋଲ (ଇଂରାଜୀ ଭାଷାରେ Levamisole, ବିକ୍ରୟ ନାମ ଏର୍ଗାମିସୋଲ/Ergamisol) ଏକ ଔଷଧ ଯାହା ପରଜୀବୀ ସଂକ୍ରମଣରେ ଦିଆଯାଏ ।[1] ଏହା ବିଶେଷତଃ ଗୋଲ କୃମି ଓ ଅଙ୍କୁଶକୃମି ସଂକ୍ରମଣରେ ଦିଆଯାଏ । ଏହା ପାଟିରେ ଦିଆଯାଏ । [2]
Clinical data | |
---|---|
Trade names | Ergamisol |
AHFS/Drugs.com | Micromedex Detailed Consumer Information |
MedlinePlus | a697011 |
Routes of administration | By mouth |
ATC code | |
Legal status | |
Legal status |
|
Pharmacokinetic data | |
Metabolism | Liver |
Elimination half-life | 3–4 hours |
Excretion | Urine (70%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.035.290 |
Chemical and physical data | |
Formula | C11H12N2S |
Molar mass | 204.292 g/mol |
3D model (JSmol) | |
Density | 1.31 g/cm3 |
Melting point | 60 °C (140 °F) |
SMILES
| |
InChI
| |
NY (what is this?) (verify) |
ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବଥା ଓ ମୁଣ୍ଡବୁଲା ଇତ୍ୟାଦି ଲକ୍ଷଣ ଦେଖାଯାଏ । ଏହା ସ୍ତନ୍ୟପାନ (breastfeeding) ସମୟରେ ଓ ଗର୍ଭାବସ୍ଥାର ତୃତୀୟ ଟ୍ରାଇମେସ୍ଟରରେ (third trimester) ଦିଆଯାଏନାହିଁ । [2] ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଅଧିକ ସଂକ୍ରମଣ ଆଶଙ୍କା ରହେ । ଏହା ଆଣ୍ଟିହେଲମିଣ୍ଟିକ (antihelmintic) ଶ୍ରେଣୀର ଏକ ଔଷଧ ।[3]
ସନ ୧୯୬୬ରେ ଲେଭାମିସୋଲ ଆବିଷ୍କାର କରାଯାଇଥିଲା ।[4] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[5] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ଏକ କୋର୍ଷ ଚିକିତ୍ସା ଖର୍ଚ୍ଚ ପ୍ରାୟ ୦.୧୮ରୁ ୦.୩୩ ଆମେରିକୀୟ ଡଲାର ।[6] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ସୂତ୍ରରେ ମିଳେନାହିଁ ।[3] ପଶୁମାନଙ୍କ ଡିୱର୍ମର (dewormer) ଭାବରେ ଏହା ବ୍ୟବହାର କରାଯାଏ ।[7]