ରେଟିନୋଲ
ରାସାୟନିକ ମିଶ୍ରଣ / From Wikipedia, the free encyclopedia
ରେଟିନୋଲ (ଇଂରାଜୀ ଭାଷାରେ Retinol, ଅନ୍ୟ ନାମ ଜୀବସାର କ୧/Vitamin A1) ଏକ ଜୀବକୋଷ (vitamin) ଯାହା ଖାଦ୍ୟ ଅନୁପୂରକ (dietary supplement) ଭାବରେ ବ୍ୟବହାର କରାଯାଏ ।[2] ଅନୁପୂରକ ଭାବରେ ଏହା ଜୀବସାର କ ଅଭାବର (vitamin A deficiency) ଚିକିତ୍ସା ଓ ପ୍ରତିଷେଧ ଭାବରେ ଦିଆଯାଏ ବିଶେଷତଃ ଜେରୋଫଥାଲମିଆ (xerophthalmia) ରୋଗରେ ଦିଆଯାଏ ।[1] ଏହି ରୋଗ ସଙ୍କଟ ଥିବା ସ୍ଥାନରେ ଲୋକଙ୍କୁ ବର୍ଷକୁ ଅଧିକ ମାତ୍ରାର ରେଟିନୋଲ ଦୁଇ ଥର ଦିଆଯାଏ । ମିଳିମିଳା (measles) ରୋଗରେ ଅଧିକ ଅସୁବିଧା ନ ହେବା ନିମନ୍ତେ ପ୍ରତିଷେଧ ଭାବରେ ମଧ୍ୟ ଏହା ଦିଆଯାଏ ।[3] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[1]
Clinical data | |
---|---|
AHFS/Drugs.com | monograph |
Pregnancy category |
|
Routes of administration | by mouth, IM[1] |
Drug class | vitamin |
ATC code | |
Legal status | |
Legal status |
|
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
ChemSpider | |
UNII | |
ChEBI | |
ChEMBL | |
ECHA InfoCard | 100.000.621 |
Chemical and physical data | |
Formula | C20H30O |
Molar mass | 286.4516 |
3D model (JSmol) | |
Melting point | 62–64 °C (144–147 °F) |
Boiling point | 137–138 °C (279–280 °F) (୧୦−୬mm Hg) |
SMILES
| |
InChI
|
ସାଧାରଣ ମାତ୍ରାରେ ଦେହରେ ରେଟିନୋଲ ଭଲରୂପେ ସହ୍ୟ କରିହୁଏ ।[1] ମାତ୍ରାଧିକ ରେଟିନୋଲ ଦେଲେ ବର୍ଦ୍ଧିତ ଯକୃତ (enlarged liver) , ଶୁଷ୍କ ଚର୍ମ ବା ହାଇପରଭିଟାମିନୋସିସ (hypervitaminosis A) ଇତ୍ୟାଦି ବେମାରୀ ହେବା ଦେଖାଯାଏ ।[1][4] ଗର୍ଭାବସ୍ଥାରେ ମାତ୍ରାଧିକ ଦେଲେ ଶିଶୁର ହାନୀ ହୁଏ । ଜୀବସାର କ (vitamin A) ଶ୍ରେଣୀର ରେଟିନୋଲ ଏକ ସଦସ୍ୟ । ଉତ୍ତମ ଦୃଷ୍ଟି ଶକ୍ତି ଓ ଚର୍ମ ତଥା ଶରୀର ବିକାଶ ନିମନ୍ତେ ଏହି ଔଷଧ ବା ଅନ୍ୟାନ୍ୟ ଜୀବସାର 'କ' ଆବଶ୍ୟକ ହୁଏ ।[1] ଦେହରେ ରେଟିନୋଲ ପରିବର୍ତ୍ତିତ ହୋଇ ରେଟିନାଲ (retinal) ଓ ରେଟିନୋଇକ ଏସିଡ (retinoic acid), ଏହି ଦୁଇ ପ୍ରକାରରେ ପରିଣତ ହୁଏ । ମାଛ, ଦୁଗ୍ଧଜାତ ପଦାର୍ଥ (dairy products) ଓ ମାଂସରେ ଏହି ରେଟିନୋଲ ଥାଏ ।[2]
ସନ ୧୯୦୯ରେ ରେଟିନୋଲ ଆବିଷ୍କୃତ ହୋଇ ସନ ୧୯୩୧ରେ ପୃଥକ କରାଯାଇଥିଲା ଓ ସନ ୧୯୪୭ରେ ପ୍ରଥମେ ତିଆରି ହୋଇଥିଲା ।[5][6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ । [1] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ୫୦,୦୦୦ୟୁନିଟର ହୋଲସେଲ ମୂଲ୍ୟ ୦.୦୨ରୁ ୦.୩୦ ଆମେରିକୀୟ ଡଲାର ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଦାମିକା ନୁହେଁ ।[9]