ମୃତ ପ୍ରସବ
From Wikipedia, the free encyclopedia
ମୃତ ପ୍ରସବ (ଇଂରାଜୀ ଭାଷାରେ Stillbirth) ନାମ ଦିଆଯାଏ ଯେତେବେଳେ ଗର୍ଭସ୍ଥ ଶିଶୁର (fetal) ୨୦ରୁ ୨୮ ସପ୍ତାହ ସମୟରେ ବା ତା'ପରେ ମୃତ୍ୟୁ ହୋଇଯାଏ ।[1][2] ଏହା ଫଳରେ ଶିଶୁ ଜନ୍ମ ସମୟରେ ତାହର କୌଣସି ବଞ୍ଚିବା ଲକ୍ଷଣ (signs of life) ନ ଥାଏ ।[2] ଏହି ଅବସ୍ଥା ଆସିଲେ ମାତା ନିଜକୁ ଦୋଷୀ (guilt) ଅନୁଭବ କରେ ।[3] ଜନ୍ମ ହେବା ସଙ୍ଗେ ସଙ୍ଗେ ଶିଶୁ ମରିଗଲେ ଜୀବନ୍ତ ଜନ୍ମ (live birth) କୁହାଯାଏ ଓ ପ୍ରାକ୍-ଗର୍ଭାବସ୍ଥାରେ ନଷ୍ଟ ହୋଇଗଲେ ଗର୍ଭପାତ କୁହାଯାଏ ।[3]
ମୃତ ପ୍ରସବ | |
---|---|
ଇଂରାଜୀ ପ୍ରତିଶବ୍ଦ - fetal death, fetal demise[1] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Obstetrics |
ଆଇସିଡ଼ି-୧୦ | P95. |
ଓଏମ୍ଆଇଏମ୍ | 614389 |
ରୋଗ ଡାଟାବେସ | 6890 |
ମେଡ଼ିସିନ-ପ୍ଲସ | 002304 |
ଇ-ମେଡ଼ିସିନ | topic list |
MeSH | D050497 |
ମୃତ ପ୍ରସବର କାରଣ ଅଧିକାଂଶ ସମୟରେ ଅଜ୍ଞାତ ଥାଏ ।[1] ଜଣାଶୁଣା କାରଣ ମଧ୍ୟରେ ଗର୍ଭ ଜଟିଳ (pregnancy complications) ହେଲେ ଯେପରିକି ପ୍ରିଏକ୍ଲାମ୍ପସିଆ, ଜନ୍ମ ଜଟିଳତା (birth complications), ପ୍ଲାସେଣ୍ଟା (placenta) ସମସ୍ୟା, ନାହି ସମସ୍ୟା (umbilical cord) ଓ ଜନ୍ମ ତୃଟି (birth complications), ମ୍ୟାଲେରିଆ ଭଳି ସଂକ୍ରମଣ ଓ ଖରାପ ସ୍ୱାସ୍ଥ୍ୟ ଇତ୍ୟାଦି ନାମ ଉଲ୍ଲେଖଯୋଗ୍ୟ ।[2][4] ସଙ୍କଟ ଦାୟକ ଅବସ୍ଥାମାନଙ୍କ ନାମ: ୩୫ ବର୍ଷ ବୟସ ପରେ ଗର୍ଭାଧାନ, ପ୍ରଥମ ଗର୍ଭ, ଧୂମ୍ରପାନ, ନିଶା ବ୍ୟବହାର ଓ ସାହାଯ୍ୟକାରୀ ପ୍ରଜନନ ଟେକନୋଲୋଜି (assisted reproductive technology) । [5] ଗର୍ଭସ୍ଥ ଶିଶୁ ଚଳନହୀନ ଅନୁଭବ ହେଲେ ମୃତ ପ୍ରସବ ସନ୍ଦେହ କରାଯାଏ । ଅଲଟ୍ରାସାଉଣ୍ଡ (ultrasound) ସାହାଯ୍ୟରେ ଏହି ଅବସ୍ଥା ନିଧାର୍ଯ୍ୟ କରାଯାଏ ।[6]
ଉନ୍ନତ ସ୍ୱାସ୍ଥ୍ୟ ପ୍ରଣାଳୀ ନିର୍ବାହ କରିପାରିଲେ ପୃଥିବୀର ଅଧିକାଂଶ ମୃତ ପ୍ରସବ ପ୍ରତିରୋଧ କରିହେବ । [2][7] ଶିଶୁଜନ୍ମ (childbirth) ସମୟରେ ପ୍ରାୟ ଅଧା ମୃତ ପ୍ରସବ ହୁଏ ଓ ଏହାର ହାର ବିକାଶଶୀଳ ଦେଶମାନଙ୍କରେ ଅଧିକ ଦେଖାଯାଏ ।[2] ପ୍ରସବ ନିମନ୍ତେ ଇଣ୍ଡକସନ (medications may be used to start labor) ବା ପ୍ରସବ ପ୍ରବର୍ତ୍ତନ କରିବା ସଠିକ୍ ସମୟ ଓ ଡାଇଲେସନ ଓ ଇଭାକୁଏସନ (dilation and evacuation) ଅପରେଶନ ସମୟ ନିର୍ଦ୍ଧାରଣ ଆବଶ୍ୟକ । [8] ଥରେ ମୃତ ପ୍ରସବ ହେଲେ ଆଉଥରେ ହେବାର ସମ୍ଭାବନା ଥାଏ, କିନ୍ତୁ ଅଧିକାଂଶ ଗର୍ଭର ସେଭଳି ସମସ୍ୟା ରହେନି ।[9] ମୃତ ପ୍ରସବ ହେଲେ ଅବସାଦ, ଆର୍ଥିକହାନୀ (financial loss) ଓ ପାରିବାରିକ ବିଚ୍ଛେଦ (family breakdown) ଭଳି ଜଟିଳ ସମସ୍ୟା ଉତ୍ପନ୍ନ ହୁଏ । [7]
ସନ ୨୦୧୫ରେ ସାରା ପୃଥିବୀରେ ୨୮ ସପ୍ତାହ ଗର୍ଭାବସ୍ଥା ପରେ ୨.୬ ନିୟୁତ ମୃତ ପ୍ରସବ (ପ୍ରତି ୪୫ ଜନ୍ମରେ ଗୋଟିଏ ମୃତ ପ୍ରସବ) ହୋଇଥିଲା ।[2][10] ଦକ୍ଷିଣ ଏସିଆ (South Asia) ଓ ସବ ସାହାରା ଆଫ୍ରିକା (sub Saharan Africa) ଭଳି ବିକାଶଶୀଳ ଅଞ୍ଚଳରେ ବହୁତ ସାଧାରଣ ଭାବରେ ଏହି ପ୍ରସବ ହୁଏ ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ପ୍ରତି ୧୬୭ ଜନ୍ମରେ ଗୋଟିଏ ମୃତ ପ୍ରସବ ହୁଏ । ସନ ୧୯୫୦ ପରଠାରୁ ଯୁକ୍ତରାଷ୍ଟ୍ର ଆମେରିକାରେ ୨/୩ ଅଂଶ କମିଯାଇଛି । [10]