ଭେନଲାଫାକ୍ସିନ
ଯୌଗିକ ରାସାୟନିକ ପଦାର୍ଥ / From Wikipedia, the free encyclopedia
ଭେନଲାଫାକ୍ସିନ (ଇଂରାଜୀ ଭାଷାରେ Venlafaxine, ଏକ ବିକ୍ରୟ ନାମ ଏଫେକ୍ସର/ Effexor) ଏକ ସେରୋଟୋନିନ-ନରଏପିନେଫ୍ରିନ ରିଅପଟେକ ଇନହିବିଟର (serotonin-norepinephrine reuptake inhibitor/ SNRI) ଶ୍ରେଣୀର ଏକ ଅବସାଦରୋଧୀ ଔଷଧ ।[4] ପ୍ରମୁଖ ଅବସାଦ ବେମାରୀ/ MDD), ଜେନେରାଲାଇଜଡ ଅଙ୍ଗଜାଇଟି ଡିଜଅର୍ଡ଼ର (generalized anxiety disorder/ GAD), ପ୍ୟାନିକ ଡିଜଅର୍ଡ଼ର ଓ ସୋସିଆଲ ଫୋବିଆ (social phobia) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ଏହା ଦିଆଯାଏ ।[4] ପାଟିରେ ଏହି ଔଷଧ ଦିଆଯାଏ । [4]
Clinical data | |
---|---|
Trade names | Effexor, others [1] |
AHFS/Drugs.com | monograph |
data |
|
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 42±15%[2] |
Protein binding | 27±2% (parent compound), 30±12% (active metabolite, desvenlafaxine)[3] |
Metabolism | Liver (~50% of the parent compound is metabolised on first pass through the liver)[2][3] |
Elimination half-life | 5±2 h (parent compound for immediate release preparations), 15±6 h (parent compound for extended release preparations), 11±2 h (active metabolite)[2][3] |
Excretion | Kidney (87%; 5% as unchanged drug; 29% as desvenlafaxine and 53% as other metabolites)[2][3] |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.122.418 |
Chemical and physical data | |
Formula | C17H27NO2 |
Molar mass | 277.402 g/mol |
3D model (JSmol) | |
Chirality | Racemic mixture |
SMILES
| |
InChI
| |
(verify) |
ଭେନଲାଫାକ୍ସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅରୁଚି, କୋଷ୍ଠକାଠିନ୍ୟ, ଶୁଷ୍କ ପାଟି, ଓଜନିଆ ମୁଣ୍ଡ, ଝାଳ ବୋହିବା ଓ ଯୌନ ସମସ୍ୟା ଆଦି ଦେଖାଯାଏ ।[4] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ଆତ୍ମହତ୍ୟା ସଙ୍କଟ, ମାନିଆ (mania) ଓ ସେରୋଟୋନିନ ସିଣ୍ଡ୍ରୋମ ଇତ୍ୟାଦି ହୋଇପାରେ ।[4] ଔଷଧ ହଠାତ ବନ୍ଦ କରିଦେଲେ ଆଣ୍ଟିଡିପ୍ରେସାଣ୍ଟ ଉଇଥଡ୍ରଆଲ ସିଣ୍ଡ୍ରୋମ (Antidepressant withdrawal syndrome) ହୋଇପାରେ ।[4] ଗର୍ଭାବସ୍ଥାର ଶେଷ ଭାଗରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ । [4] ଏହାର କାର୍ଯ୍ୟବିଧି ସ୍ପଷ୍ଟ ନହେଲେ ମଧ୍ୟ ମସ୍ତିଷ୍କର ନିଉରୋଟ୍ରାନ୍ସମିଟରରେ (neurotransmitter) ପରିବର୍ତ୍ତନ ଯୋଗୁ ହେଉଥିବା ବିଶ୍ୱାସ କରାଯାଏ ।[4]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୩ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଭେନଲାଫାକ୍ସିନ ସ୍ୱୀକୃତ ହୋଇଥିଲା ।[4] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[4] ସନ ୨୦୧୮ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏକ ଡୋଜର ହୋଲସେଲ ମୂଲ୍ୟ ୦.୨୦ ଡଲାରରୁ କମ୍ ଥିଲା ।[5] ସନ ୨୦୧୬ରେ ଏହାର ୧୫ ନିୟୁତ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିପସନ ତାଲିକାରେ ୫୧ତମ ସ୍ଥାନ ଅଧିକାର କରିଥିଲା ।[6]