ବଉଳା କୁମ୍ଭୀର
From Wikipedia, the free encyclopedia
ବଉଳା କୁମ୍ଭୀର ବା ଲୁଣା କୁମ୍ଭୀର (ଈଂରାଜୀରେ The Saltwater Crocodile, ଜୀବବିଜ୍ଞାନ ନାମ Crocodylus porosus) ଅନ୍ୟ ସମସ୍ତ ଜଳଚର ମାଂସଭୋଜୀ ଶିକାରୀ ଜୀବଙ୍କ ମଧ୍ୟରେ ଆକାରରେ ବୃହତ୍ତମ । ବର୍ତ୍ତମାନ ସମୟରେ ଦେଖାଯାଉଥିବା ସମସ୍ତ ସରୀସୃପଙ୍କ ମଧ୍ୟରେ ବି ଏହା ବଡ଼ । ବ୍ୟବହାରିକ ଈଂରାଜୀ ଭାଷାରେ ଏହାର ଅନେକ ଗୁଡ଼ିଏ ନାମ ରହିଛି, ଯଥା : estuarine crocodile (ମୁହାଣୁଆ କୁମ୍ଭୀର), Indo-Pacific crocodile (ଭାରତ-ପ୍ରଶାନ୍ତ ମହାସାଗରୀୟ କୁମ୍ଭୀର), marine crocodile (ସାମୁଦ୍ରିକ କୁମ୍ଭୀର), sea crocodile (ସମୁଦ୍ର କୁମ୍ଭୀର) ଅଥବା saltie (ଲୁଣା) ।[2] ଏହି ପ୍ରଜାତିର ଅଣ୍ଡିରା କୁମ୍ଭୀରମାନେ ବଢ଼ି ପ୍ରାୟ ୭ ମିଟର୍ (୨୩ ଫୁଟ୍) ପର୍ଯ୍ୟନ୍ତ ଲମ୍ବା ହୋଇପାରନ୍ତି ।[3] କିନ୍ତୁ ଏକ ବୟସ୍କ ବଉଳା କୁମ୍ଭୀର ୬ ମିଟର୍ (୧୯.୭ ଫୁଟ୍) ଟପିବା ଉଦାହରଣ କ୍ୱଚିତ୍ ଦେଖାଯାଏ ଓ ଏମାନଙ୍କ ଓଜନ ୧୦୦୦ରୁ ୧୨୦୦ କିଲୋଗ୍ରାମ୍ ପର୍ଯ୍ୟନ୍ତ ହୋଇପାରେ ।[4] ମାଈ ବଉଳା କୁମ୍ଭୀରମାନେ ଆକାରରେ ଛୋଟ ଓ ପ୍ରାୟ ୩ ମିଟର୍ (୯.୮ ଫୁଟ୍) ପର୍ଯ୍ୟନ୍ତ ଲମ୍ବା ହୁଅନ୍ତି ।[4]
ବଉଳା କୁମ୍ଭୀର ଜୀବାଶ୍ମ କାଳ: 4.5–0 Ma PreЄ
Є
O
S
D
C
P
T
J
K
Pg
N
↓ | |
---|---|
ଫ୍ଲୋରିଡାର ସେଣ୍ଟ୍ ଅଗଷ୍ଟିନ୍ କୁମ୍ଭୀର ପ୍ରଜନନ କେନ୍ଦ୍ରର ଏକ ବଉଳା କୁମ୍ଭୀର | |
Conservation status | |
LR/lc (IUCN ୨.୩)[1] | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Reptilia |
ଗଣ: | Crocodilia |
କୁଳ: | Crocodylidae |
ପ୍ରଜାତି: | Crocodylus |
ଜାତି: | C. porosus |
ବାଇନୋମିଆଲ ନାମ | |
Crocodylus porosus ୟୋହାନ୍ ସ୍ନାଇଡର୍, ୧୮୦୧ | |
ବଉଳା କୁମ୍ଭୀରଙ୍କ ଭୌଗୋଳିକ ବ୍ୟାପ୍ତି କଳା ରଙ୍ଗଦ୍ୱାରା ଚିହ୍ନିତ |
ବଉଳା କୁମ୍ଭୀରମାନେ ସମୁଦ୍ରର ଲୁଣିଆ ପାଣିରେ ରହିପାରନ୍ତି । ତେବେ ଏହି ପ୍ରଜାତିର କୁମ୍ଭୀର ମୁଖ୍ୟତଃ ହେନ୍ତାଳ ବଣ ବା ଲୁଣା ଜଙ୍ଗଲର ନଦୀ ପାଣିରେ, ତ୍ରିକୋଣଭୂମି ଅଞ୍ଚଳରେ, ଲୁଣ ଓ ମଧୁର ପାଣି ମିଶା ହ୍ରଦରେ, ନଦୀ ମୁହାଣରେ ଦୃଶ୍ୟମାନ ହୁଅନ୍ତି । ବିଶ୍ୱର ସମସ୍ତ କୁମ୍ଭୀର ପ୍ରଜାତିମାନଙ୍କ ମଧ୍ୟରେ ଏହି ପ୍ରଜାତିର ଭୌଗୋଳିକ ବ୍ୟାପ୍ତି ସର୍ବାଧିକ । ଭାରତର ପୂର୍ବ ତଟରୁ ନେଇ, ଦକ୍ଷିଣ-ପୂର୍ବ ଏସିଆ, ଉତ୍ତର ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ବଉଳା କୁମ୍ଭୀର ବସବାସ କରନ୍ତି । ପ୍ରାଚୀନ ସମୟରେ ଦକ୍ଷିଣ ଚୀନରେ ମଧ୍ୟ ବଉଳା କୁମ୍ଭୀର ବସବାସ କରୁଥିଲେ ।
ବଉଳା କୁମ୍ଭୀର ଏକ ବୃହତ୍ ଓ ସୁବିଧାବାଦୀ ଶିକାରୀ ଜୀବ । ନିଜ ପରିବାସରେ ଏହା ଖାଦ୍ୟ ଶୃଙ୍ଖଳର ଶୀର୍ଷରେ ରହିଥାଏ । ଛକି ରହି ଶିକାର ଉପରେ ଅତର୍କିତ ଭାବେ ଆକ୍ରମଣ କରି ଶିକାରକୁ ପାଣିରେ ବୁଡ଼ାଇ ମାରିଦେବା ପରେ ବଉଳା କୁମ୍ଭୀର ନିଜ ଶିକାରକୁ ଗୋଟା ଗିଳି ପକାଇଥାଏ । ବଉଳା କୁମ୍ଭୀର ନିଜ ଶିକାର କ୍ଷେତ୍ରର ପ୍ରାୟ ସମସ୍ତ ପ୍ରକାରର ଜୀବଙ୍କ ଶିକାର କରିପାରେ । ବଡ଼ ସାର୍କ୍ ମାଛ, ବିଭିନ୍ନ ଛୋଟ ବଡ଼ ମାଛ, ସରୀସୃପ, ପକ୍ଷୀ, ସ୍ତନ୍ୟପାୟୀ, ଅମେରୁଦଣ୍ଡୀ ସାମୁଦ୍ରିକ ଜୀବ ଏପରିକି ସମୟେ ସମୟେ ଏମାନେ ମଣିଷମାନଙ୍କୁ ମଧ୍ୟ ଆକ୍ରମଣ କରିବା ଦେଖାଯାଇଛି ।[5][6] ବଡ଼ ଆକାର, ଆକ୍ରମଣାତ୍ମକ ମନୋଭାବ ଓ ଭୌଗୋଳିକ ଦୃଷ୍ଟିରୁ ସର୍ବବ୍ୟାପ୍ତି ପାଇଁ ବଉଳା କୁମ୍ଭୀରମାନଙ୍କୁ ମନୁଷ୍ୟ ପାଇଁ ବିପଦ ବୋଲି ବିବେଚନା କରାଯାଏ । (ନୀଳ ନଦୀ କୁମ୍ଭୀରକୁ ମଧ୍ୟ ମନୁଷ୍ୟଙ୍କ ପାଇଁ ବିପଜ୍ଜନକ ବୋଲି କୁହାଯାଏ) ।[7][8]