ପ୍ରାଣୀ
From Wikipedia, the free encyclopedia
ପ୍ରାଣୀ ସାଧାରଣତଃ ବହୁକୋଷିକା ବିଶିଷ୍ଟ ଏକ ୟୁକେରୀୟୋଟିକ (eukaryotic) ଜୀବ ଅଟନ୍ତି । ପ୍ରାଣୀମାନଙ୍କ ଅଧ୍ୟୟନକୁ ପ୍ରାଣୀ ବିଜ୍ଞାନ କୁହାଯାଏ । ଗଛଗୁଡ଼ିକ ଶକ୍ତି ପ୍ରାପ୍ତ କରିବା ପାଇଁ ସୂର୍ଯ୍ୟାଲୋକର ବ୍ୟବହାର କରିଥାନ୍ତି, କିନ୍ତୁ ପ୍ରାଣୀମାନେ ସେଭଳି କରିନଥାନ୍ତି ।[1][2] ପ୍ରାଣୀମାନେ ଅନ୍ୟ ଜୀବିତ ବସ୍ତୁଠାରୁ ଶକ୍ତି ପ୍ରାପ୍ତ କରିବାପାଇଁ ବିଭିନ୍ନ ଉପାୟର ବ୍ୟବହାର କରନ୍ତି । ସେମାନେ ସାଧାରଣତଃ ଅନ୍ୟ ଜୀବନ୍ତ ବସ୍ତୁକୁ ଖାଇଥାନ୍ତି । ପ୍ରାଣୀ କିମ୍ବା ଜନ୍ତୁ "ଆନିମାଲିଆ" (Animalia) କିମ୍ବା "ମେଟାଜୋଆ" (Metazoa) ଜଗତ (ଜୀବ ବିଜ୍ଞାନ)ର ବହୁକୋଷିକୀୟ ଜନ୍ତୁସମ ପୋଷଣ ପ୍ରଦର୍ଶନ କରୁଥିବା ଏବଂ ୟୁକେରୀୟୋଟିକ ଜୀବର ଏକ ମୁଖ୍ୟ ସମୂହ । ଜନ୍ମହେବା ପରେ ଯେପରି କୌଣସି ପ୍ରାଣୀ ବଡ଼ ହୁଏ, ତାହାର ଶାରୀରିକ ଯୋଜନା ନିର୍ଦ୍ଧାରିତ ରୂପେ ବିକଶିତ ହେବାରେ ଲାଗିଥାଏ । କିଛି ପ୍ରାଣୀ ଜୀବନରେ ଆଗକୁ ଯାଇ କାର୍ଯ୍ୟାନ୍ତରଣ /ରୂପାନ୍ତରଣ (metamorphosis) ପକ୍ରିୟାରେ ଅତିକ୍ରମ କରିଥାନ୍ତି । ଅଧିକାଂଶ ଜନ୍ତୁ ଗତିଶୀଳ ହୋଇଥାନ୍ତି, ଅର୍ଥାତ ସ୍ୱତନ୍ତ୍ର ରୂପେ ଗତି କରିପାରନ୍ତି ।
ପ୍ରାଣୀ ଜୀବାଶ୍ମ କାଳ: କ୍ର୍ୟୋଗେନିଆ – ବର୍ତ୍ତମାନ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | ୟୁକାରିଓଟା |
ଅବିଭକ୍ତ: | ୟୁନିକୋଣ୍ଟା |
ଅବିଭକ୍ତ: | ଓବାଜୋଆ |
ଅବିଭକ୍ତ: | ଓପିସ୍ଥୋକୋଣ୍ଟା |
ଅବିଭକ୍ତ: | ହୋଲୋଜୋଆ |
ଅବିଭକ୍ତ: | ଫିଲୋଜୋଆ |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ Linnaeus, 1758 |
Synonyms | |
|
ଅଧିକାଂଶ ଜନ୍ତୁ ପରଭୋଜି ମଧ୍ୟ ଅଟନ୍ତି, ଅର୍ଥାତ ସେମାନେ ବଞ୍ଚିରହିବା ପାଇଁ ଅନ୍ୟ ଜୀବମାନଙ୍କ ଉପରେ ନିର୍ଭର କରିଥାନ୍ତି । ଅଧିକତମ ଜ୍ଞାତ ହୋଇଥିବା ଜନ୍ତୁ ସଂଘ ୫୪୨ କୋଟି ବର୍ଷ ପୂର୍ବେ ( Cambrian explosion ) ଅନୁସାରେ ଜୀବାଶ୍ମ ରେକର୍ଡରେ ସାମୁଦ୍ରିକ ପ୍ରଜାତି ରୂପେ ପ୍ରକଟ ହୋଇଥିଲେ ।