ଆପେଣ୍ଡିସାଇଟିସ
From Wikipedia, the free encyclopedia
ଆପେଣ୍ଡିସାଇଟିସ ରୋଗଟି ଅନ୍ତନଳୀର ଏକ ଅଂଶ ଆପେଣ୍ଡିକ୍ସର ପ୍ରଦାହକୁ ବୁଝାଏ ।[2] ଏହି ରୋଗକୁ ଏପିଟାଇଫ୍ଲାଇଟିସ (epityphlitis)[9] ମଧ୍ୟ କୁହାଯାଏ । ଏହି ରୋଗ ହେଲେ ଉଦରର ବାମ ପାର୍ଶର ତଳ ଭାଗରେ ଯନ୍ତ୍ରଣା (abdominal pain), ଅଇ (nausea), ବାନ୍ତି (vomiting) ଓ ଅରୁଚି (decreased appetite) ଭଳି ଲକ୍ଷଣ ଦେଖାଯାଏ ।[2] ସୁଖର କଥା ପ୍ରାୟ ୪୦% ରୋଗୀଙ୍କର ଏହି ଭଳି ଲକ୍ଷଣ ଦେଖାଯାଏ ନାହିଁ ।[2] ଏହି ରୋଗ ଏକ ଜରୁରୀକାଳୀନ ବା ଆପାତସ୍ଥିତି ରୋଗ । ଏହି ରୋଗ ହେଲେ ଆପେଣ୍ଡିକ୍ସ ଫାଟି ଯାଇ ପେଟ ଭିତରେ ଯନ୍ତ୍ରଣାଦାୟକ ପେରିଟୋନାଇଟିସ (inflammation of the inner lining of the abdominal wall) ଓ ସେପ୍ସିସ ବା ପଚନ ହେବା ସମ୍ଭାବନା ଥାଏ [10] । ଏହା ଯୋଗୁ ରୋଗୀ ମୃତ୍ୟୁ ମୁଖରେ ପଡ଼ନ୍ତି । ଏହି ରୋଗ ବିଷୟ ରେଜିନାଲ୍ଡ ଫିଜଙ୍କଦ୍ୱାରା ସର୍ବପ୍ରଥମେ ୧୮୮୬ ମସିହାରେ ଲେଖା ଯାଇଥିଲା [11] । ଯେତେ ଶୀଘ୍ର ସମ୍ଭବ ଆପେଣ୍ଡିକ୍ସକୁ ଅପରେସନ ବା ଲାପରୋସ୍କୋପିଦ୍ୱାରା କାଟି ବାହାର କରି ଦିଆଯାଏ । ମନୁଷ୍ୟ ଶରୀରରେ ଏହି ଅଙ୍ଗଟି ଏକ ଅନାବଶ୍ୟକ ଅଙ୍ଗ, ଅନୁବଂଶିକ ଭାବେ ଶରୀରରେ ଥାଏ । ଏଣୁ ଏହାକୁ କାଟି ଦେଲେ କିଛି ଅସୁବିଧା ହୁଏ ନାହିଁ । ଅଧୁନା ସାରା ପୃଥିବୀରେ ତୀବ୍ର ପେଟ ବେଦନାର (Acute abdomen) ଅତି ସାଧାରଣ କାରଣମାନଙ୍କ ମଧ୍ୟରେ ଏହି ରୋଗକୁ ଅଗ୍ରାଧିକାର ଦିଆଯାଉଛି ।
ଆପେଣ୍ଡିସାଇଟିସ | |
---|---|
ଏପିଟାଇଫ୍ଲାଇଟିସ (Epityphlitis)[1] | |
ବିଭାଗ | ସାଧାରଣ ଶଲ୍ୟ ବିଭାଗ (General surgery) |
ଲକ୍ଷଣ | ଡାହାଣ ନିମ୍ନ ଉଦର ଯନ୍ତ୍ରଣା (abdominal pain), ବାନ୍ତି (vomiting), କ୍ଷୁଧା ଇଚ୍ଛାହାନୀ (decreased appetite)[2] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁଯାୟୀ, ମେଡିକାଲ ଇମେଜିଙ୍ଗ (medical imaging, ରକ୍ତ ପରୀକ୍ଷା[3] |
ସଠିକ ରୋଗ ନିର୍ଣ୍ଣୟ | ମେସେଣ୍ଟେରିକ ଆଡେନାଇଟିସ (Mesenteric adenitis), କୋଲିସିସ୍ଟାଇଟିସ (cholecystitis), ସୋଆସ ଆବସେସ (psoas abscess), ଉଦର ଆଓର୍ଟିକ ଆନିଉରିଜ୍ମ (abdominal aortic aneurysm)[4] |
ଚିକିତ୍ସା | ଆପେଣ୍ଡିସେକ୍ଟୋମି (Surgical removal of the appendix), ଆଣ୍ଟିବାୟୋଟିକ (antibiotics)[5][6] |
ପୁନଃପୌନିକ | ୧୧.୬ ନିୟୁତ (୨୦୧୫)[7] |
ମୃତ୍ୟୁ ସାନ୍ଦ୍ରତା | ୫୦,୧୦୦ (୨୦୧୫)[8] |
ଆପେଣ୍ଡିକ୍ସ ଅଙ୍ଗର ଅଭ୍ୟନ୍ତର (hollow portion) ଅବରୋଧ ହେଲେ ଆପେଣ୍ଡିସାଇଟିସ ରୋଗ ହୁଏ ।[12] ଅଧିକାଂଶ ସମୟରେ ଏହା ଫେକାଲୋମା (calcified "stone" made of feces) ବା ପ୍ରସ୍ତରିକୃତ ମଳ ଯୋଗୁ ଏହା ସଂଘଟିତ ହୋଇଥାଏ ।[5] ଭୁତାଣୁ ସଂକ୍ରମଣ ଯୋଗୁ ଲସିକା ତନ୍ତୁର (lymphoid tissue) ପ୍ରଦାହ, ପରଜୀବୀ, ପିତ୍ତାସ୍ମରୀ ବା ପିତ୍ତକୋଷରେ ପଥର, ଅର୍ବୁଦ (tumors) ଇତ୍ୟାଦି କାରଣମାନଙ୍କ ଯୋଗୁ ଏହି ଅବରୋଧ ହୋଇପାରେ ।[5] ଅବରୋଧ ଯୋଗୁ ଆପେଣ୍ଡିକ୍ସ ମଧ୍ୟରେ ଚାପ ବୃଦ୍ଧି ହୋଇ ରକ୍ତ ସରବରାହ କମିଯାଏ ଓ ଏହା ମଧ୍ୟରେ ଜୀବାଣୁ ସଂଖ୍ୟା ବୃଦ୍ଧି ହୋଇ ପ୍ରଦାହ ସୃଷ୍ଟି ହୁଏ ।[5][13] ପ୍ରଦାହ, ଆପେଣ୍ଡିକ୍ସକୁ କମ ରକ୍ତ ପ୍ରବାହ ଓ ଆପେଣ୍ଡିକ୍ସ ଫୁଲା ଯୋଗୁ ଏହାର ତନ୍ତୁ ସମଷ୍ଟି ନଷ୍ଟ ହୋଇ ମରିଯାଏ ।[14] ଏହା ଅଣଚିକିତ୍ସିତ ରହିଲେ ଆପେଣ୍ଡିକ୍ସ ଫାଟିଯାଇ ଉଦର ମଧ୍ୟକୁ ଜୀବାଣୁ ପ୍ରବେଶ ପଥ ସୁଗମ ହୋଇଯାଏ, ଫଳରେ ଅଧିକ ଜଟିଳତା ଦେଖାଯାଏ ।[14][15]
ରୋଗର ଚିହ୍ନ ଓ ଲକ୍ଷଣ ଉପରେ ମୂଖ୍ୟତଃ ରୋଗ ନିର୍ଣ୍ଣୟ କରାଯାଏ ।[13] ଅସ୍ପଷ୍ଟ କେଶରେ ଗଭୀର ଅନୁଶୀଳନ, ମେଡିକାଲ ଇମେଜିଙ୍ଗ (medical imaging) ଓ ଲାବୋରେଟରି ପରୀକ୍ଷା ଆବଶ୍ୟକ ହୁଏ ।[3] ସାଧାରଣତଃ ଅଲଟ୍ରାସାଉଣ୍ଡ (ultrasound) ଓ ସିଟି ସ୍କାନ (computed tomography ବା CT scan)କରାଯାଏ ।[3] ସିଟି ସ୍କାନ ପରୀକ୍ଷା ଅଲଟ୍ରାସାଉଣ୍ଡ ଅପେକ୍ଷା ଅଧିକ ନିର୍ଭର ଯୋଗ୍ୟ ହେଉଥିବାର ଜଣାଯାଏ ।[16] ରାଡିଏସନ ସଙ୍କଟରୁ ଦୂରରେ ରହିବା ନିମନ୍ତେ ପିଲା ଓ ଗର୍ଭିଣୀ ମହିଳାଙ୍କର ଅଲଟ୍ରାସାଉଣ୍ଡ କରାଯାଏ ।[3]
ଆପେଣ୍ଡିସାଇଟିସ ରୋଗର ମାନକ ଚିକିତ୍ସା ହେଉଛି ଆପେଣ୍ଡିସେକ୍ଟୋମି (surgical removal of the appendix) ଅପରେଶନ ଯେଉଁଥିରେ ଆପେଣ୍ଡିକ୍ସକୁ କାଟି ବାହାର କରିଦିଆଯାଏ ।[5][13] ଏହା ଉଦର କାଟି କରାଯାଏ ବା ଛୋଟ କଣା କରି (laparotomy) ଲାପାରୋସ୍କୋପି (laparoscopy) ସାହାଯ୍ୟରେ କରାଯାଏ । ଅପରେଶନ କରିବା ଯୋଗୁ ପାର୍ଶ୍ୱ ପ୍ରତିକ୍ରିୟ ଓ ମୃତ୍ୟୁ ଭୟ ଦୂର ହୋଇଯାଏ ।[17] ଆପେଣ୍ଡିକ୍ସ ଫାଟି ନଥିଲେ ଆଣ୍ଟିବାୟୋଟିକ (Antibiotic) ମଧ୍ୟ ପ୍ରଭାବଶାଳୀ ହୁଏ ।[6] ସାଂଘାତିକ ଉଦର ଯନ୍ତ୍ରଣାର (pain) ଏହି ରୋଗ ଏକ ମୂଖ୍ୟ କାରଣ ଯାହା ବହୁତ ଶୀଘ୍ର ଆକ୍ରମଣ (comes on quickly) କରେ । ସନ ୨୦୧୫ରେ ୧୧.୬ ନିୟୁତ ଲୋକ ରୋଗାକ୍ରାନ୍ତ ହୋଇ ୫୦.୧୦୦ ରୋଗୀ ମୃତ୍ୟୁ ବରଣ କରିଥିଲେ । [7][8] ଯୁକ୍ତରାଷ୍ଟ୍ର ଆମେରିକାରେ ହଠାତ ଉଦର ଯନ୍ତ୍ରଣା ଆରମ୍ଭ ହେଉଥିବା ରୋଗମାନଙ୍କ ମଧ୍ୟରେ ଆପେଣ୍ଡିସାଇଟିସ ଏକ ସାଧାରଣ କାରଣ ରୂପେ ବିବେଚିତ ହୁଏ ।[2] ପ୍ରତି ବର୍ଷ କେବଳ ଯୁକ୍ତରାଷ୍ଟ୍ର ଆମେରିକାରେ ୩୦୦.୦୦୦ ଲୋକଙ୍କର ଅପରେସନ କରି ଆପେଣ୍ଡିକ୍ସ କଢ଼ାହୋଇଯାଏ ।[18] ସନ ୧୮୮୬ରେ ରେଜିନାଲ୍ଡ ହେବର ଫିଜ (Reginald Fitz) ପ୍ରଥମେ ଏହି ରୋଗ ବିଷୟରେ ସବିଶେଷ ବିବରଣୀ ଦେଇଥିଲେ ।[19]