ବ୍ରହ୍ମପୁତ୍ର ନଦୀ
ଚୀନ, ଭାରତ ଓ ବଙ୍ଗଳାଦେଶ ମଧ୍ୟରେ ପ୍ରବାହିତ ନଦୀ / From Wikipedia, the free encyclopedia
ଚୀନ, ଭାରତ ଓ ବଙ୍ଗଳାଦେଶ ମଧ୍ୟ ଦେଇ ପ୍ରବାହିତ ବ୍ରହ୍ମପୁତ୍ର ଏସିଆର ଏକ ପ୍ରମୁଖ ନଦୀ । ତିବ୍ୱତରେ ଏହି ନଦୀ ସାଂଗପୋ ନାମରେ ଜଣା । ତେଣୁ ତିବ୍ୱତ ଓ ଭାରତରେ ପ୍ରବାହିତ ଅଂଶକୁ ଯୋଡି ଏହି ନଦୀକୁ ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହାଯାଏ । ଭୁଟାନରେ ପ୍ରବାହିତ ମାନସ ନଦୀ ଭାରତର ଜୋଗୀଘୋପାଠାରେ ବ୍ରହ୍ମପୁତ୍ର ନଦୀରେ ସମ୍ମିଳିତ ହୁଏ । ନିଷ୍କାସିତ ଜଳର ପରିମାପ ଅନୁସାରେ ଏହା ବିଶ୍ୱରେ ଦଶମ ବୃହତ୍ ଓ ଦୈର୍ଘ୍ୟରେ ଏହା ବିଶ୍ୱରେ ପଞ୍ଚଦଶ ସ୍ଥାନର ଅଧିକାରୀ ।
ବ୍ରହ୍ମପୁତ୍ର | |
ନଦୀ | |
ଆସାମ (ଭାରତ)ର ଗୁଆହାଟୀ ନିକଟରେ ବ୍ରହ୍ମପୁତ୍ର ନଦୀ | |
ନାମର ଉତ୍ପତ୍ତି: ସଂସ୍କୃତ ବ୍ରହ୍ମାଙ୍କ ପୁତ୍ର | |
ଦେଶ | ଚୀନ, ଭାରତ, ବଙ୍ଗଳାଦେଶ |
---|---|
ରାଜ୍ୟ | ଆସାମ, ଅରୁଣାଚଳ ପ୍ରଦେଶ |
ସ୍ୱାୟତ୍ତ | ତିବ୍ୱତ |
Tributaries | |
- left | ଦିବାଙ୍ଗ ନଦୀ, ଲୋହିତ ନଦୀ, ଧନସିରି ନଦୀ, କୋଲୋଙ୍ଗ ନଦୀ |
- right | କାମେଂଗ ନଦୀ, ମାନସ ନଦୀ, ବେକି ନଦୀ, ରାଇଦାକ ନଦୀ, ଜଳଧକା ନଦୀ, ତିସ୍ତା ନଦୀ, ସୁବଂଶିରୀ ନଦୀ |
Source | |
- location | ହିମାଳୟ, ତିବ୍ୱତ |
- elevation | ୫,୨୧୦ m (୧୭,୦୯୩ ft) |
Mouth | ବଙ୍ଗୋପ ସାଗର |
- location | ଗଙ୍ଗା ନଦୀର ମୁହାଣ, ବଙ୍ଗଳାଦେଶ |
ତିବ୍ୱତରେ ଥିବା ଉତ୍ତର ହିମାଳୟର ବୁରାଙ୍ଗ ଅଞ୍ଚଳରେ ଆଙ୍ଗସି ହିମସ୍ରୋତରୁ ଏହି ନଦୀର ଉତ୍ପତ୍ତି । ଉପର ଅଞ୍ଚଳରେ ସାଂଗପୋ ନାମରେ ବିଦିତ ଏହି ନଦୀ ୟାରଲୁଙ୍ଗ-ସାଂଗପୋ ବୃହତ ଗଣ୍ଡ ଦେଇ ଅରୁଣାଚଳ ପ୍ରଦେଶରେ ଭାରତକୁ ପ୍ରବେଶ କରିଛି ।[1] ୟାରଲୁଙ୍ଗ-ସାଂଗପୋ ସହ ଏହି ନଦୀର ସମ୍ପର୍କ ୧୮୮୪-୮୬ ମସିହାରେ ଜ୍ଞାତସାରକୁ ଆସିଲା । ତେଣୁ ଏହି ନଦୀକୁ କେହି କେହି ସାଂଗପୋ-ବ୍ରହ୍ମପୁତ୍ର ମଧ୍ୟ କୁହନ୍ତି । ତା’ପରେ ଏହା ଦକ୍ଷିଣ-ପଶ୍ଚିମ ଦିଗରେ ପ୍ରବାହିତ ହୋଇ ଆସାମରେ ବ୍ରହ୍ମପୁତ୍ର ଓ ବଙ୍ଗଳାଦେଶରେ ଜମୁନା ନାମରେ ପ୍ରବାହିତ ହୋଇଛି । ବ୍ରହ୍ମପୁତ୍ର ନଦୀ ବିସ୍ତୃତ ଗାଙ୍ଗେୟ ତ୍ରିକୋଣଭୂମିରେ ପ୍ରଥମେ ପଦ୍ମା ନଦୀ (ବଙ୍ଗଳାଦେଶରେ ଗଙ୍ଗା ନଦୀର ନାମ) ଓ ପରେ ମେଘନା ନଦୀ ସହିତ ମିଳିତ ହୋଇ ବଙ୍ଗୋପସାଗରରେ ନିଷ୍କାସିତ ହୋଇଛି । [2]
ପ୍ରାୟ ୩୮୪୮ କି.ମି. ଦୀର୍ଘ ବ୍ରହ୍ମପୁତ୍ର ଜଳସେଚନ ଓ ପରିବହନ ଦୃଷ୍ଟିରୁ ଅତି ମହତ୍ତ୍ୱପୂର୍ଣ୍ଣ । ଏହି ନଦୀର ହାରାହାରି ଗଭୀରତା ପ୍ରାୟ ୩୮୦ ଫୁଟ୍ ବା ୧୨୦ ମିଟର ହେବ । ବସନ୍ତ ଋତୁରେ ହିମାଳୟର ବରଫ ତରଳିଲେ ଏହି ନଦୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ । ବର୍ଷରେ ହାରାହାରି ୭୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରୁଥିବା ବ୍ରହ୍ମପୁତ୍ର ବନ୍ୟା ସମୟରେ ପ୍ରାୟ ୩୫,୦୦,୦୦୦ ଘନ ଫୁଟ୍ ପ୍ରତି ସେକେଣ୍ଡ୍ ଜଳ ନିଷ୍କାସିତ କରିଥାଏ ।[1] and floods can reach over 100,000 m3/s (3,500,000 cu ft/s).[3] ବ୍ରହ୍ମପୁତ୍ର ବାରମ୍ବାର ନିଜ ଶଯ୍ୟା ପରିବର୍ତ୍ତନ କରେ ଏବଂ ପ୍ରତିବର୍ଷ ଏହାର କୂଳବର୍ତ୍ତୀ ଅଞ୍ଚଳରେ ଉର୍ବର ପଟୁମାଟି ଜମା ହୋଇଥାଏ । ବର୍ଷସାରା ଏହି ନଦୀ ଗମନାଗମନ ଉପଯୋଗୀ । ଭାରତର ଅଧିକାଂଶ ନଦୀଙ୍କ ନାମ ସ୍ତ୍ରୀ-ଲିଙ୍ଗ ବିଶିଷ୍ଟ ହୋଇଥିବା ବେଳେ କେବଳ ଏହି ନଦୀ ପୁଂ-ଲିଙ୍ଗ ବିଶିଷ୍ଟ ନାମରେ ଜଣା । [4]