ଏଭରେଷ୍ଟ ଶୃଙ୍ଗ
ହିମାଳୟରେ ଅବସ୍ଥିତ ବିଶ୍ଵର ଉଚ୍ଚତମ ଶୃଙ୍ଗ, ଯାହାର ଉଚ୍ଚତା ୮୮୪୮ ମିଟର (ସମୁଦ୍ରରୁ ୨୯,୦୨୯ ଫୁଟ ଉଚ୍ଚତା) / From Wikipedia, the free encyclopedia
ସର୍ଭେ ଅଫ ଇଣ୍ଡିଆର ଭୂତପୂର୍ବ ଜେନେରାଲ ଜର୍ଜ ଏଭରେଷ୍ଟଙ୍କ ନାମ ଅନୁସାରେ ହିମାଳୟ ତଥା ବିଶ୍ୱର ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟ ନାମିତ ହୋଇଛି । ଏହି ନାମକରଣ ପୂର୍ବରୁ ଏହା ୧୫ଶ ଶୃଙ୍ଗ (Peak XV) ଭାବେ ପରିଚିତ ଥିଲା । ସ୍ଥାନୀୟ ନେପାଳୀମାନେ ଏହାକୁ ସାଗରମଥା ଓ ତିବ୍ୱତୀୟମାନେ ଏହାକୁ ଚୋମୁଲାଙ୍ଗମେ ଭାବେ ନାମିତ କରିଥିଲେ ।