ଆରବ ସାଗର
ସମୁଦ୍ର / From Wikipedia, the free encyclopedia
ଆରବ ସାଗର, ଭାରତ ମହାସାଗରର ଉତ୍ତର ଭାଗର ଏକ ଅଂଶ, ଯାହାକି ଉତ୍ତରରେ ପାକିସ୍ତାନ ଓ ଇରାନ, ପଶ୍ଚିମରେ ଉତ୍ତର-ପୂର୍ବ ସୋମାଲିଆ ଓ ଆରବ ଦ୍ୱୀପ ଏବଂ ପୂର୍ବରେ ଭାରତଦ୍ୱାରା ଘେରି ହୋଇ ରହିଛି । ଏହି ସମୁଦ୍ରଟିର ଐତିହାସିକ ନାମକରଣ ଅନୁସାରେ ଇରିଟ୍ରିଆନ୍ ସାଗର ଏବଂ ଫାରସୀ ସାଗର ନାମରେ ନାମିତ ହୋଇଛି । ଏହି ସାଗରଟିର ସମୁଦାୟ କ୍ଷେତ୍ରଫଳ 3,862,000 km2 (1,491,000 sq mi) ଏବଂ ସର୍ବାଧିକ ଗଭୀରତା 4,652 metres (15,262 ft) । ଦକ୍ଷିଣ-ପଶ୍ଚିମ ଦିଗରେ ଆଡେନ୍ ଉପସାଗର, ଆରବ ସାଗର ଦେଇ ଲାଲ ସମୁଦ୍ର ସହିତ ଯୋଡ଼ି ହୋଇଛି ।
ଆରବ ସାଗର | |
---|---|
ଦିଗବାରେଣି | 18°N 66°E |
ନିଷ୍କାସନ କ୍ଷେତ୍ରସ୍ଥ ଦେଶ | ଭାରତ, ଇରାନ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ସୋମାଲିଆ, ୟେମେନ |
ସର୍ବାଧିକ ଓସାର | 2,400 km (1,500 mi) |
କ୍ଷେତ୍ରଫଳ | 3,862,000 km2 (1,491,000 sq mi) |
ସର୍ବାଧିକ ଗଭୀରତା | 4,652 m (15,262 ft) |
ମୁମ୍ବାଇର ଜବାହାରଲାଲ ନେହେରୁ ବନ୍ଦର, କରାଚି ବନ୍ଦର ଓ ପାକିସ୍ତାନର ଗ୍ୱାଦାର ବନ୍ଦର ଏବଂ ଓମାନର ସାଲାଲା ବନ୍ଦର ଭଳି ପ୍ରମୁଖ ସାମୁଦ୍ରିକ ବନ୍ଦରମାନ ଆରବ ସାଗର ଅନ୍ତର୍ଭୁକ୍ତ । ଆରବ ସାଗରରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ ଜରୁରୀ ବନ୍ଦର ହେଲା, କାଣ୍ଡଲା ବନ୍ଦର ଏବଂ ଗୋଆର ମୋର୍ମୁଗାଓ ବନ୍ଦର । ଆରବ ସାଗର ମଧ୍ୟରେ ଥିବା ପ୍ରମୁଖ ଦ୍ୱୀପମାନ ହେଲେ, ୟେମେନର ସୋକୋତ୍ରା, ଓମାନର ମାସିରାଃ ଦ୍ୱୀପ, ପାକିସ୍ତାନର ଅସ୍ତଳ ଦ୍ୱୀପ ଏବଂ ଭାରତର ଆନ୍ଦ୍ରୋତ୍ତ ।