ସମୟମଣ୍ଡଳ
From Wikipedia, the free encyclopedia
ଏକ ସମୟ ମଣ୍ଡଳ ହେଉଛି ପୃଥିବୀର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ ଯେଉଁଥିରେ ସବୁଆଡ଼େ ମାନକ ସମୟ ସମାନ ଥାଏ ।[1] ସାଧାରଣତଃ ସମୟ ମଣ୍ଡଳର ସୀମାରେଖା ବାସ୍ତବ ଦେଶ ତଥା ଦେଶ ବିଭାଜନର ସୀମାରେଖା ସହ ସମାନ ଥାଏ । ଏପରି କରିବାର ଉଦ୍ଦେଶ୍ଯ ହେଉଛି ବ୍ଯବସାୟ କରୁଥିବା ପାଖାପାଖି ସ୍ଥାନମାନଙ୍କରେ ସମୟକୁ ପାଖାପାଖି ସମାନ ରଖିବା । ଫ୍ରାନ୍ସର ସର୍ବାଧିକ ୧୨ଟି ସମୟ ମଣ୍ତଳ ରହିଛି ।
ଅଧିକାଂଶ ସମୟମଣ୍ଡଳଗୁଡ଼ିକ ନିୟନ୍ତ୍ରିତ ବୈଶ୍ୱିକ ସମୟ (UTC)ଠାରୁ ଏକ ପୂର୍ଣ୍ଣ ଘଣ୍ଟା ଆଧାରରେ ଆଗୁଆ ବା ପଛୁଆ ହୋଇଥାଏ; ବ୍ଯତିକ୍ରମ - ନବପ୍ରାପ୍ତଭୂମିର ମାନକ ସମୟ ହେଉଛି UTC−୦୩:୩୦, ନେପାଳ ମାନକ ସମୟ ହେଉଛି UTC+୦୫:୪୫, ଭାରତୀୟ ମାନକ ସମୟ ହେଉଛି UTC+୦୫:୩୦ ଏବଂ ବ୍ରହ୍ମଦେଶ ମାନକ ସମୟ ହେଉଛି UTC+୦୬:୩୦ ।
କେତେକ ଉଚ୍ଚ ଅକ୍ଷାଂଶ ବିଶିଷ୍ଟ ଦେଶ ବା ଅଞ୍ଚଳଗୁଡିକରେ ବର୍ଷର ଏକ ନିର୍ଦ୍ଦିଷ୍ଟ ସମୟରେ ଦିବାଲୋକ ବଚତ ସମୟର ବ୍ଯବହାର କରାଯାଏ, ଏଥିପାଇଁ ସ୍ଥାନୀୟ ସମୟରେ ପାଖାପାଖି ଏକ ଘଣ୍ଟାର ବଦଳ କରାଯାଏ ।