୨୦୧୯ କ୍ରିକେଟ ବିଶ୍ୱକପ
From Wikipedia, the free encyclopedia
୨୦୧୯ କ୍ରିକେଟ ବିଶ୍ୱକପ (ସରକାରୀଭାବେ ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯) ଯାହାକି କ୍ରିକେଟ ବିଶ୍ୱକପର ୧୨ଶ ତମ ସଂସ୍କରଣ ଇଂଲଣ୍ତ ଏବଂ ୱେଲସଠାରେ ୩୦ ମଇରୁ ୧୪ ଜୁଲାଇ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।[1][2][3]
Dates | ୩୦ ମଇ–୧୪ ଜୁଲାଇ |
---|---|
Administrator(s) | ଆଇସିସି |
Cricket format | ଏକ ଦିବସୀୟ କ୍ରିକେଟ |
Tournament format(s) | ରାଉଣ୍ଡ ରବିନ ଏବଂ ନକ ଆଉଟ |
Host(s) | England Wales |
Champions | ଇଂଲଣ୍ଡ |
Participants | ୧୦ |
Matches played | ୪୮ |
Most runs | ୬୪୮ ରନ, ରୋହିତ ଶର୍ମା, ଭାରତ |
Most wickets | ୨୭ ୱିକେଟ, ମିଚେଲ ଷ୍ଟାର୍କ, ଅଷ୍ଟ୍ରେଲିଆ |
← ୨୦୧୫ ୨୦୨୩ → |
ପଞ୍ଚମଥର ପାଇଁ ଏହି ସମାନ ସ୍ଥାନରେ ପୁଣିଥରେ ବିଶ୍ୱକପ ଅନୁଷ୍ଠିତ ହେଇଥିଲା; ପୂର୍ବରୁ ୧୯୭୫, ୧୯୭୯, ୧୯୮୩ ଏବଂ ୧୯୯୯ ମସିହାରେ ଏଠାରେ ବିଶ୍ୱକପ ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତିଯୋଗିତାରେ ଗୋଟିଏ ଗ୍ରୁପରେ ଦଶଟି ଦଳ ରହିଥିଲେ, ଯେଉଁଥିରେ ପ୍ରତ୍ୟେକ ଦଳ ବାକି ନଅଟି ଦଳ ସହ ଗୋଟିଏ ଗୋଟିଏ ମ୍ୟାଚ ଖେଳିଥିଲେ । ପଏଣ୍ଟ ସାରଣୀର ପୁରା ଉପରେ ଥିବା ଚାରୋଟି ଦଳ ନକ ଆଉଟ ପର୍ଯ୍ୟାୟକୁ ଯାଇଥିଲେ । ଏହା ପ୍ରଥମ ବିଶ୍ୱକପ ଥିଲା ଯେଉଁଥିରେ ସବୁ ଟେଷ୍ଟ ଖେଳୁଥିବା ଦଳ ସ୍ଥାନ ପାଇନଥିଲେ ।[4] ତାହାଛଡ଼ା କୌଣସି ସହଯୋଗୀ ଦଳକୁ ମଧ୍ୟ ଏହି ବିଶ୍ୱକପରେ ଖେଳିବାକୁ ସ୍ଥାନ ମିଳିନଥିଲା ।
ନକଆଉଟ ପର୍ଯ୍ୟାୟକୁ ଯାଇଥିବା ଚାରୋଟି ଦଳ ହେଲେ - ଭାରତ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ । ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୫୦ ଓଭର ମ୍ୟାଚ ଟାଇ ହେବାପରେ, ସୁପର ଓଭର ମଧ୍ୟ ଟାଇ ହେବା ଯୋଗୁଁ ଅଧିକ ସଂଖ୍ୟକ ବାଉଣ୍ଡ୍ରି ମାରିଥିବାରୁ ଇଂଲଣ୍ଡ ଦଳକୁ ୨୦୧୯ ପୁରୁଷ କ୍ରିକେଟ ବିଶ୍ୱକପ ବିଜୟୀ ଘୋଷଣା କରାଯାଇଥିଲା ।[5]