୨୦୧୮ କେରଳ ବନ୍ୟା
From Wikipedia, the free encyclopedia
୨୦୧୮ କେରଳ ବନ୍ୟା ୨୦୧୮ ମସିହା ଅଗଷ୍ଟ ମାସରେ ମୌସୁମୀ ଯୋଗୁଁ ଭାରତର କେରଳଠାରେ ଅତ୍ୟଧିକ ବର୍ଷା ହେତୁ ହୋଇଥିଲା । ଏଥିରେ ୩୨୪ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି ଏବଂ ପାଖାପାଖି ୨,୦୦,୦୦୦ରୁ ଅଧିକ ଲୋକଙ୍କୁ ନିରାପଦ ଜାଗାକୁ ସ୍ଥାନାନ୍ତରିତ ହୋଇସାରିଲାଣି ।[1] ୧୪ଟି ଜିଲ୍ଲାରେ ସତର୍କ ସୂଚନା ଜାରୀ କରାଯାଇଥିଲା ।[2][3] ଏକ ଦଶନ୍ଧି ଭିତରେ ଏହି ବନ୍ୟା ଥିଲା କେରଳର ସବୁଠୁ ଅଧିକ ଭୟଙ୍କର ।[4] ଗତ ୧୦୦ ବର୍ଷ ମଧ୍ୟରେ କେରଳରେ ହୋଇଥିବା ବନ୍ୟା ମଧ୍ୟରେ ଏହା ସବୁଠାରୁ ଭୟଙ୍କର ବୋଲି ବିବେଚନା କରାଯାଉଛି ।[1]
Quick Facts ତାରିଖ, ଅବସ୍ଥିତି ...
ତାରିଖ | ୨୦୧୮ ଅଗଷ୍ଟ - |
---|---|
ଅବସ୍ଥିତି | କେରଳ, ଭାରତ |
ମୃତ୍ୟୁ | ୩୨୪+ |
ୱେବସାଇଟ | keralarescue |
Close
କେରଳର ୪୨ଟି ବନ୍ଧ ଭିତରୁ ୩୫ଟି ଏବଂ ଏସିଆର ଉଚ୍ଚତମ ତୋରଣ ବନ୍ଧ ଇଡୁକି ଡ୍ୟାମର ପାଞ୍ଚଟି ଯାକ ଦ୍ୱାର ଇତିହାସରେ ପ୍ରଥମ ଥର ପାଇଁ ଖୋଲାଯାଇଥିଲା ।[5] ୱାୟନାଡ଼ରେ ଭୀଷଣ ବର୍ଷା ହେତୁ ଏହି ପାହାଡ଼ିଆ ଜିଲ୍ଲାଟି ବିଛିନ୍ନ ହୋଇପଡ଼ିଛି ।[6]