ହାଇପୋପ୍ରୋଲାକ୍ଟିନେମିଆ
ଏହା ଏକ ଶାରୀରିକ ଅବସ୍ଥା ଯେଉଁଥିରେ ପ୍ରୋଲାକ୍ଟିନ ନାମକ ଏକ ହାଇପୋଥାଲାମିକ-ପୁଟୁଇଟାରି ହରମୋନର ଅଭାବ ଥାଏ | / From Wikipedia, the free encyclopedia
ହାଇପୋପ୍ରୋଲାକ୍ଟିନେମିଆ ହେଉଛି ଏକ ଶାରୀରିକ ଅବସ୍ଥା ଯେଉଁଥିରେ ପ୍ରୋଲାକ୍ଟିନ ନାମକ ଏକ ହାଇପୋଥାଲାମିକ-ପୁଟୁଇଟାରି ହରମୋନର ଅଭାବ ଥାଏ | [6] ପ୍ରସବ ପରେ ସ୍ତନରୁ କ୍ଷୀର ନ ବାହାରିବା ଏହାର ଲକ୍ଷଣ | [7] ସାଧାରଣତଃ ଏହା ହାଇପୋପିଟୁଇରୀଜିମ୍ ସହିତ ମିଳିତ ଥାଏ | [1] ଅନ୍ୟାନ୍ୟ ଜଟିଳତା ମଧ୍ୟରେ ବନ୍ଧ୍ୟାତ୍ୱ ଏବଂ ଯୌନ ଅସୁବିଧାକୁ ହୋଇପାରେ | [3]
Hypoprolactinemia | |
---|---|
Prolactin deficiency | |
ବିଭାଗ | Gynecology |
ଲକ୍ଷଣ | Inability to produce milk after childbirth[1] |
କାରଣ | Sheehan syndrome, pituitary surgery, traumatic brain injury, genetics[1][2][3] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests[4] |
ଚିକିତ୍ସା | Formula feeding the baby[5] |
ପୁନଃପୌନିକ | 8 per 100,000 (Spain, 1999)[3] |
ସିହାନ ସିଣ୍ଡ୍ରୋମ, ପିଟୁଇଟାରି ଅସ୍ତ୍ରୋପଚାର, ଚୋଟ ଜନିତ ମସ୍ତିଷ୍କ ଆଘାତ, ଏବଂ କେତେକ ଜେନେଟିକ ପରିବର୍ତ୍ତନ ଯୋଗୁ ଏହି ଅବସ୍ଥା ଜାତ ହୋଇପାରେ | [7] [8] [6] ଥାଇରୋଟ୍ରୋପିନ ଦିଆଯିବା ପରେ ପ୍ରୋଲାକ୍ଟିନ ପାଇଁ ରକ୍ତ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [9] [10] ଏହାର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ନ ଥିବାରୁ ଏହାର ନିର୍ଣ୍ଣୟ ଆବଶ୍ୟକ ନୁହେଁ | [11]
ରିକମ୍ବିନାଣ୍ଟ ମାନବ ପ୍ରୋଲାକ୍ଟିନ ବ୍ୟବହାରକୁ କେତେକ ପ୍ରମାଣ ସମର୍ଥନ କରୁଥିବାବେଳେ ଅଧୁନା ଚିକିତ୍ସା ବ୍ୟବହାର ପାଇଁ ଏହା ଅନୁମୋଦିତ ନୁହେଁ | [6] [12] ସାଧାରଣତଃ କିଣା ଶିଶୁ ଖାଦ୍ୟ ଦିଆଯାଏ | [13] କେବଳ ପ୍ରୋଲାକ୍ଟିନର ଅଭାବ ବିରଳ ଅଟେ | [3] ହାଇପୋପିଟୁଇଟାରିଜିମ ଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୧୭% କ୍ଷେତ୍ରରେ ଏହା ହୋଇଥାଏ ଓ କିମ୍ବା 1999 ମସିହାରୁ ସ୍ପେନରେ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୮ଜଣକୁ ଏହା ହୋଇଥାଏ । [3]