ସ୍ଥଳଜ ଉଦ୍ଭିଦ
From Wikipedia, the free encyclopedia
ସ୍ଥଳଭାଗ ଉପରେ, ଭିତରେ କିମ୍ବା ସ୍ଥଳଭାଗରୁ ଜାତ ଉଦ୍ଭିଦକୁ ସ୍ଥଳଜ ଉଦ୍ଭିଦ (English: Terrestrial plant) କୁହାଯାଏ ।[1] ଅନ୍ୟ ପ୍ରକାରର ଉଦ୍ଭିଦ ସବୁ ହେଲେ ଜଳଜ ଉଦ୍ଭିଦ (ଆକୁଆଟିକ ପ୍ଲାଣ୍ଟ), ଏପିଫାଇଟିକ (ଉଦ୍ଭିଦରେ ବଢୁଥିବା ଉଦ୍ଭିଦ), ଲିଥୋଫାଇଟ୍ସ (ପଥରରେ ବଢୁଥିବା ଉଦ୍ଭିଦ) ।
ଜଳଜ ଏବଂ ସ୍ଥଳଜ ଉଦ୍ଭିଦ ମଧ୍ୟରେ ତଫାତ ପ୍ରାୟତଃ ଅସ୍ପଷ୍ଟ କାରଣ ଅନେକ ସ୍ଥଳଜ ଉଦ୍ଭିଦ ବେଳେବେଳେ ନିୟମିତ ଭାବେ ବୁଡ଼ିରହିବା ସହିପାରିବାରେ ସକ୍ଷମ ଏବଂ ଅନେକ ଜଳଜ ଉଦ୍ଭିଦଙ୍କ ଭିତରେ ଉଭୟ ବୁଡ଼ିରହିବା ଏବଂ ଭୂମି ଉପରେ ରହିବା ଗୁଣ ରହିଛି ।[2] ତୁଳନାତ୍ମକ ଭାବରେ କମ ସମ୍ପୂର୍ଣ୍ଣ ବୁଡ଼ିରହିଥିବା ଜଳଜ ଉଦ୍ଭିଦଙ୍କ (ତୁଳନାତ୍ମକ ଭାବେ କମ ସମୟ ପାଇଁ ବୁଡ଼ିରହିବା ସହ୍ୟ କରି ନପାରୁଥିବା ପ୍ରଜାତି) ସଂଖ୍ୟା କମ । କିନ୍ତୁ ଏଭଳି କିଛି ପ୍ରଜାତିଙ୍କ ଭିତରେ ହାଇଡ୍ରୋକ୍ୟାରିଟାସି ଏବଂ କାବୋମ୍ବାସି, ସେରାଟୋଫାଇଲମ ଏବଂ ଆଲଡ୍ରୋଭାଣ୍ଡା ଏବଂ ଅଧିକାଂଶ ମାଇକ୍ରୋଆଲଗି (ଯଥା କାରା ଏବଂ ନିଟେଲା) ପ୍ରମୁଖ ଅନ୍ୟତମ । ଅଧିକାଂଶ ଜଳଜ ଉଦ୍ଭିଦ ବୁଡ଼ିରହିବା ଭାବେ ବୃଦ୍ଧି କରିବା ପାଇଁ ଚାହାଁନ୍ତି ଏବଂ ଅଧିକାଂଶଙ୍କର କେବଳ ସେହି ରୂପରେ ହିଁ ଫୁଲ ଫୁଟିଥାଏ । ଅନେକ ସ୍ଥଳଜ ଉଦ୍ଭିଦ ଅନେକ ଦିନ ବ୍ୟାପୀ ବନ୍ୟା ସହିପାରନ୍ତି ଏବଂ ଏହା ପ୍ରାୟତଃ ବନ୍ୟା ସାଧାରଣ ହୋଇଥିବା ସେହି ଉଦ୍ଭିଦର ପ୍ରାକୃତିକ ବାସସ୍ଥଳୀର ଅଂଶବିଶେଷ । ଏହି ଉଦ୍ଭିଦଗୁଡ଼ିକ (ହେଲୋଫାଇଟ୍ସ ଭାବେ ପରିଚିତ) ମୂଳ ଚାରିପାଖରେ ଅନେକ ସମୟ କାଳ ପାଣି ଜମିରହିବା ଏବଂ ଏପରିକି ବନ୍ୟା ଜଳ ତଳେ ସମ୍ପୂର୍ଣ୍ଣ ବୁଡ଼ିରହିବା ମଧ୍ୟ ସହିପାରନ୍ତି । ଏହି ସମ୍ପୂର୍ଣ୍ଣ ବୁଡ଼ିରହିବା ଅବଧି ମଧ୍ୟରେ ହେଲୋଫାଇଟ୍ସର ବୃଦ୍ଧି ହାର ବହୁତ ହ୍ରାସ ପାଇଥାଏ । ଜଳ ସ୍ତର ନ କମିଲେ ଉଦ୍ଭିଦଟି ଶେଷରେ ଧୀମେଇ ଯାଇ ନଷ୍ଟ ହୁଏ ।[3]