ଲିଟିଲ୍ ଆଉଲ୍
From Wikipedia, the free encyclopedia
ଲିଟିଲ୍ ଆଉଲ୍ ବା ଛୋଟ ପେଚା (ଏଥେନ୍ ନୋକ୍ଟୁଆ), ୟୁରୋପ, ଏସିଆରେ କୋରିଆର ପୂର୍ବ ଓ ଉତ୍ତର ଆଫ୍ରିକାର ନାତିଷିତୋଷ୍ଣ ଓ ଉତ୍ତପ୍ତ ଅଞ୍ଚଳରେ ଦେଖାଯାଏ । ଏହା ବ୍ରିଟେନ୍ରେ ଊନବିଂଶ ଶତାବ୍ଦୀର ଶେଷରେ ଓ ନ୍ୟୁ ଜିଲ୍ୟାଣ୍ଡ୍ର ସାଉଥ୍ ଆଇଲ୍ୟାଣ୍ଡ୍ରେ ବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଦେଖାଯାଇଥିଲା ।
ଲିଟିଲ୍ ଆଉଲ୍ | |
---|---|
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
ବର୍ଗ: | ଷ୍ଟ୍ରିଜିଫୋର୍ମ୍ସ |
Family: | Strigidae |
Genus: | Athene |
ଜାତି: | A. noctua |
ବାଇନୋମିଆଲ ନାମ | |
Athene noctua (Scopoli, 1769) | |
Range of the little owl | |
Synonyms | |
Carine noctua |
ଏହି ପେଚା ସ୍ୱତନ୍ତ୍ର ବା ସତ ପେଚା ପରିବାର, ସ୍ତ୍ରୀଗିଡାଏର ସଦସ୍ୟ, ଯେଉଁଥିରେ ପେଚାର ବହୁତ ପ୍ରଜାତି ଆସିଥାନ୍ତି । ଏହି ପରିବାରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ବାର୍ଣ୍ଣ ଆଉଲ୍, ଟାଇଟୋନିଡ଼ାଏ ଅନ୍ୟତମ । ଏହା ଏକ ଛୋଟ, ରହସ୍ୟମୟ ରଙ୍ଗର, ମୁଖ୍ୟତଃ ନିଶାଚର ଜୀବ ଓ କୃଷି ଜମି, ଜଙ୍ଗଲ, ଓ ଅର୍ଦ୍ଧ-ମରୁଭୂମି ଅଞ୍ଚଳରେ ଦେଖାଯାଏ । ଏହା ପତଙ୍ଗ, ଜିଆ, ଅନ୍ୟ ଅମେରୁଦଣ୍ଡୀ ପ୍ରାଣୀ ଓ ଛୋଟ ମେରୁଦଣ୍ଡୀ ପ୍ରାଣୀ ଖାଏ । ପୁରୁଷମାନେ ବାସସ୍ଥାନ ଜଗନ୍ତି ଓ ଅନୁପ୍ରବେଶରୁ ରକ୍ଷା କରନ୍ତି । ଏହା କୋରଡ଼ରେ ରୁହେ ଓ ବସନ୍ତରେ ଚାରୋଟି ଅଣ୍ଡା ଦିଏ । ସ୍ତ୍ରୀ ଅଣ୍ଡା ଉଷୁମାଏ ଓ ପୁରୁଷ ପ୍ରଥମେ ସ୍ତ୍ରୀ ପାଇଁ ଓ ପରେ ଛୁଆଙ୍କ ପାଇଁ ବସାକୁ ଖାଦ୍ୟ ଆଣେ । ଛୁଆମାନେ ବଢ଼ିଲେ ଉଭୟ ପୁରୁଷ ଓ ସ୍ତ୍ରୀ ଖାଦ୍ୟ ଆଣନ୍ତି ଓ ସାତ ସପ୍ତାହ ବୟସରେ ଛୁଆମାନେ ବସା ଛାଡ଼ନ୍ତି ।
ଏହା ଏକ ସାଧାରଣରେ ଦେଖାଯାଥିବା ତଥା ଅଧିକ ସଂଖ୍ୟାରେ ଦେଖାଯାଉଥିବା ପକ୍ଷୀ ହୋଇଥିବା ହେତୁ, ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ ଏହାର ସଂରକ୍ଷଣ ଟୀପଣିକୁ ସବୁଠାରୁ କମ୍ ଦେଖାଶୁଣାରେ ରଖିଛି ।