ଲିଓନାର୍ଡୋ ଦା ଭିନ୍ସି
From Wikipedia, the free encyclopedia
ଲିଓନାର୍ଡୋ ଦା ଭିନ୍ସି (Leonardo di ser Piero da Vinci: Italian pronunciation: [leoˈnardo da vˈvintʃi] pronunciation (help•info); 15 April 1452 – 2 May 1519, Old Style) ଜଣେ ଇତାଲିୟ ବ୍ୟକ୍ତି ଥିଲେ ଓ ଏକା ଧାରରେ ଜଣେ ଚିତ୍ରକର, ସ୍ଥପତି, ଆର୍କିଟେକ୍ଟ, ସଙ୍ଗୀତଜ୍ଞ, ଗଣିତଜ୍ଞ, ଯନ୍ତ୍ରୀ (ଇଞ୍ଜିନିଅର), ଉଦ୍ଭାବକ, ଶରୀର ଗଠନ ବିଶେଷଜ୍ଞ (ଆନାଟମିଷ୍ଟ), ଭୂତତ୍ତ୍ୱବିଦ (ଜେଓଲୋଜିଷ୍ଟ), କାର୍ଟୋଗ୍ରାଫର, ଉଭିଦବିଜ୍ଞାନୀ ଓ ଲେଖକ ଥିଲେ । ସେ ଅତ୍ୟଧିକ କୌତୁହଳି ଓ ଅନୁସନ୍ଧିତ୍ସୁ ଥିଲେ । ତାଙ୍କୁ ରେନାସାଁ ମଣିଷ ବା ଅତୃପ୍ତ କୌତୁହଳି ଓ ଅତ୍ୟଧିକ ଉଦ୍ଭାବନୀ ଚିନ୍ତାଧାରା ସମ୍ପର୍ଣ୍ଣ କୁହାଯାଉଥିଲା [1]। ତାଙ୍କୁ ସର୍ବକାଳୀନ ଶ୍ରେଷ୍ଠ ଚିତ୍ରକର ଓ ବିବିଧ କଳାସମ୍ପର୍ଣ୍ଣ ମଣିଷ କୁହାଯାଏ [2]। ଐତିହାସିକ ହେଲେନ ଗାର୍ଡନରଙ୍କ ମତରେ ତାଙ୍କ ଭଳି ଅନୁସନ୍ଧାନ ଆଗ୍ରହୀ ସଂସାରରେ ଅଦ୍ୱିତୀୟ ଓ ଅବିଦିତ । ତାଙ୍କର ମନ personality ସେ ଅତିମାନବୀୟ ଥିଲେ ତଥା ସେ ନିଜେ mysterious ଓ remote ଥିଲେ[1] । ମାର୍କୋ ରୋଷୀ ମତରେ ଲିୟନାର୍ଡୋଙ୍କ ବିଷୟରେ ବହୁତ ଜିଜ୍ଞାସା ଥିଲେ ମଧ୍ୟ ସେ ତତ୍ତ୍ୱାନୁମୋଦିତ ଥିଲେ । ତାଙ୍କର ଦୃଷ୍ଟିରେ ସଂସାର ରହସ୍ୟମୟ ନ ହୋଇ ତାତ୍ୱିକ ଥିଲା । ତାଙ୍କର କର୍ମ ପଦ୍ଧତି ସେ ଯୁଗ ନିମନ୍ତେ ଅସାଧାରଣ ଥିଲା[3]।
ଫ୍ଲୋରେନ୍ସ ଇଲାକାର ଭିନ୍ସିଠାରେ ନୋଟାରି କାମ କରୁଥିବା ପିଏରୋ ଡା ଭିନ୍ସି ଓ ଚାଷୀ ପରିବାରର ଲଳନା କାଟେରିନାଙ୍କ ଔରସରୁ ସେ ଜନ୍ମ ଗ୍ରହଣ କରିଥିଲେ । ଫ୍ଲୋରେନ୍ସର ବିଖ୍ୟାତ ଚିତ୍ରକର ଭେରୋଛିଓଙ୍କର ଷ୍ଟୂଡିଓରେ ସେ ଶିକ୍ଷା ଗ୍ରହଣ କରିଥିଲେ । ମିଲାନର ଲୁଡୋଭିକୋ ଇଲ ମୋରୋଙ୍କ ସାଙ୍ଗରେ ତାଙ୍କର ପ୍ରାରମ୍ଭିକ କର୍ମମୟ ଜୀବନ ବିତିଥିଲା । ପରେ ସେ ରୋମ, ବୋଲୋନା ଓ ଭେନିସରେ କାମ କରିଥିଲେ । ଶେଷ ଜୀବନରେ ସେ ଫ୍ରାନ୍ସରେ ରହିଥିଲେ ।
ଲିଓନାର୍ଡୋ ପ୍ରଥମେ ଚିତ୍ରକର ଭାବରେ ସୁଖ୍ୟାତି ପାଇଥିଲେ ଓ ଏବେ ବି ପାଉଛନ୍ତି । ତାଙ୍କର କୃତି ମଧ୍ୟରେ ‘ମୋନାଲିସା’ ଚିତ୍ର ସବୁଠାରୁ ଅଧିକ ବିଖ୍ୟାତ [4]। ଧର୍ମ ସମ୍ବନ୍ଧୀୟ ଚିତ୍ର ଦି ଲାଷ୍ଟ ସପର (The Last Supper) ସର୍ବକାଳୀନ ସର୍ବାଧିକ ପୁନରୁତ୍ପନ୍ନ (reproduced) ଚିତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି । ଏଭଳି ପ୍ରସିଦ୍ଧି ପାଖକୁ କେବଳ ମାଇକେଲଆଞ୍ଜେଲୋଙ୍କର ଦି କ୍ରିଏସନ ଅଫ ଆଡାମ ଚିତ୍ର ଆସିଛି[1] । ତାଙ୍କର ଭିଟୃଭିଆନ ମ୍ୟାନ ଚିତ୍ର ସାଂସ୍କୃତିକ ଆଇକନ ଭାବରେ ପ୍ରସିଦ୍ଧ ।[5]
ଏହି ଚିତ୍ରକୁ ମୁଦ୍ରା, ପାଠ୍ୟ ପୁସ୍ତକ ଓ ଟି-ସାର୍ଟମାନଙ୍କରେ ଅଙ୍କା ଯାଉଥିଲା । ତାଙ୍କର ଅଙ୍କିତ ମାତ୍ର ପନ୍ଦରଟି ଚିତ୍ର ରହିଛି । ଏତେ ଅଳ୍ପ ସଂଖ୍ୟାର କାରଣ ହେଲା ସେ ସର୍ବଦା ନୂଆ ନୂଆ ପରୀକ୍ଷା ନିରୀକ୍ଷା କରୁଥିଲେ । ତଥାପି ଏହି ସ୍ୱଳ୍ପ ସଂଖ୍ୟକ ଚିତ୍ର ସହ ତାଙ୍କର ଟିପା ଖାତାରେ ଲିଖିତ ଓ ଅଙ୍କିତ ଚିତ୍ର, ବୈଜ୍ଞାନିକ ଚିତ୍ର, ତାଙ୍କର ପେଣ୍ଟିଙ୍ଗ ବିଷୟରେ ଚିନ୍ତାଧାରା ପରବର୍ତ୍ତୀ ପିଢୀକୁ (genetation) ଦାନ କରିଥିଲା ଯାହାକି କେବଳ ମାଇକେଲଆଞ୍ଜେଲୋ ସହ ସମକକ୍ଷ ଥିଲା ।
ଲିୟନାର୍ଡୋ ତାଙ୍କର ଟେକ୍ନୋଲୋଜିକାଲ ଦକ୍ଷତା ନିମନ୍ତେ ପୂଜ୍ୟ । ସେ ଉଡନ୍ତା ମେସିନ, ଟ୍ୟାଙ୍କ, ସୌର ଶକ୍ତି, ଡବଲ ହଲ (ଜଳ ଯାହାଜର ନିମ୍ନ ଅଂଶ) ଓ ମିଶାଣ ଯନ୍ତ୍ର[6] ଇତ୍ୟାଦିର ଧାରଣା ଓ ପ୍ଳାନ ପ୍ରସ୍ତୁତ କରିଥିଲେ । ତାଙ୍କର ଜୀବଦ୍ଦଶାରେ ଏ ସମସ୍ତ ଉଦ୍ଭାବନ ପ୍ରାଥମିକ ସ୍ତରରେ ରହିଲା ଓ ସଂପୂର୍ଣ୍ଣ ହୋଇ ପାରିଲା ନାହିଁ, କିନ୍ତୁ ସିଲେଇ ମେସିନର ବବିନ ଓ ଟେନସାଇଲ ଶକ୍ତି ମାପିବା ଯନ୍ତ୍ର ସେତେବେଳେ କାର୍ଯ୍ୟରେ ଲାଗିଥିଲା । ଶରୀର ଗଠନ, ସିଭିଲ ଇଂଜିନିଯରିଂ, ଅପଟିକ ଓ ହାଇଡ୍ରୋଡାଇନାମିକ୍ସ ବିଷୟମାନଙ୍କରେ ଅନେକ ନୂତନ ତଥ୍ୟ ଆବିଷ୍କାର କରିଥିଲେ, କିନ୍ତୁ ସେ ସମସ୍ତ ଛପେଇ ନ ଥିବାରୁ ପରବର୍ତ୍ତୀ କାଳର ବିଜ୍ଞାନରେ କୌଣସି ପ୍ରଭାବ ଛାଡି ନ ଥିଲା [7]।