ରୋମାନିଆ
From Wikipedia, the free encyclopedia
ରୋମାନିଆ ଇଉରୋପର ଦକ୍ଷିଣପୂର୍ବରେ ଅବସ୍ଥିତ ଏକ ଦେଶ। ଏହାର ପଶ୍ଚିମରେ ହଙ୍ଗେରୀ ଓ ସର୍ବିଆ, ଉତ୍ତରପୂର୍ବ ଓ ପୂର୍ବରେ ୟୁକ୍ରେନ ଓ ମାଲଡୋଭା ଏବଂ ଦକ୍ଷିଣରେ ବୁଲଗାରିଆ ରହିଛନ୍ତି।
ଆୟତନ ଅନୁସାରେ ଏହା ଇଉରୋପିଆନ୍ ୟୁନିଅନ୍ର ନବମ ବୃହତ୍ତମ (୨୩୮,୪୦୦ ବର୍ଗ କି.ମି) ଏବଂ ଜନସଂଖ୍ୟା ଅନୁସାରେ ସପ୍ତମ ବୃହତ୍ତମ (୨.୧୯ କୋଟି)। ବୁଖାରେଷ୍ଟ ଏହାର ରାଜଧାନୀ ଓ ସର୍ବବୃହତ୍ ସହର। ୨୦ ଲକ୍ଷର ଜନସଂଖ୍ୟା ସହ ଏହା ମଧ୍ୟ ଇଉରୋପିଆନ୍ ୟୁନିଅନ୍ର ଷଷ୍ଠ ବୃହତ୍ତମ ସହର।