ରିଉମାଟଏଡ ଆର୍ଥ୍ରାଇଟିସ
From Wikipedia, the free encyclopedia
ରିଉମାଟଏଡ ଆର୍ଥ୍ରାଇଟିସ (ଆରଏ) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ମ୍ୟୁନ ବିକାର ଯାହା ମୂଖ୍ୟତଃ ସାଇନୋଭିଆଲ ଗଣ୍ଠିମାନଙ୍କୁ ଆକ୍ରମଣ କରେ । ଏହି ରୋଗରେ ଗଣ୍ଠି ଉଷୁମ ହୁଏ, ଫୁଲିଯାଏ ଓ ଯନ୍ତ୍ରଣା ହୁଏ । ବିଶ୍ରାମ ପରେ ଗଣ୍ଠି ଅଧିକ ଶକ୍ତ ହୋଇଯାଏ ଓ ଅଧିକ କଷ୍ଟ ହୁଏ । ସାଧାରଣତଃ ମଣିବନ୍ଧ/କଚଟିରେ ଓ ହାତରେ ଏହି ରୋଗ ଅଧିକ ହୁଏ ଓ ଦୁଇ ପାଖରେ ସମାନ ଗଣ୍ଠିରେ ରୋଗ ହୁଏ । ଦେହର ଅନ୍ୟ ସ୍ଥାନରେ ମଧ୍ୟ ଏହି ରୋଗ ହୁଏ । ଏହି ରୋଗ ଫଳରେ ଅଳ୍ପ ସଂଖ୍ୟକ ଲୋହିତ ରକ୍ତ କଣିକା, ଫୁସଫୁସ ଚାରିପାଖରେ ପ୍ରଦାହ ଓ ହୃତ୍ପିଣ୍ଡ ଚାରିପାଖରେ ପ୍ରଦାହ ହୁଏ । ଜ୍ୱର ଓ ଶକ୍ତିହୀନତା ଦେଖାଯାଏ । [1] ଏହାର ଲକ୍ଷଣମାନ ଧୀରେ ଧୀରେ ସପ୍ତାହ ଓ ମାସ ବ୍ୟାପି ଦେଖାଯାଏ । [2]
ରିଉମାଟଏଡ ଆର୍ଥ୍ରାଇଟିସ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Rheumatology |
ଆଇସିଡ଼ି-୧୦ | M05.-M06. |
ଆଇସିଡ଼ି-୯-ସିଏମ୍ | 714 |
ଓଏମ୍ଆଇଏମ୍ | 180300 |
ରୋଗ ଡାଟାବେସ | 11506 |
ମେଡ଼ିସିନ-ପ୍ଲସ | 000431 |
ଇ-ମେଡ଼ିସିନ | article/331715 article/1266195 article/305417 article/401271 article/335186 article/808419 |
Patient UK | ରିଉମାଟଏଡ ଆର୍ଥ୍ରାଇଟିସ |
MeSH | D001172 |
ରିଉମାଟଏଡ ଆର୍ଥ୍ରାଇଟିସ ରୋଗର କାରଣ ଜଣାଯାଉନଥିଲେ ମଧ୍ୟ ଜେନେଟିକ ଓ ପରିବେଶ ପ୍ରଭାବ ଯୋଗୁ ହେବା ବିଶ୍ୱାସ କରାଯାଏ । ଗଣ୍ଠିମାନଙ୍କୁ ଆକ୍ରମଣ କରିବାକୁ ଦେହର ଅନ୍ତର୍ନିହିତ ପ୍ରକ୍ରିୟା (mechanism) ଇମ୍ମ୍ୟୁମ ସିସ୍ଟମକୁ ପ୍ରଭାବିତ କରାଏ । ଏହା ଫଳରେ ଗଣ୍ଠି ସାଇନୋଭିଆଲ ଆବରଣ ମୋଟା ହୋଇଯାଏ । ଗଣ୍ଠି ମଧ୍ୟରେ ଥିବା ଅସ୍ଥି ଓ ଉପାସ୍ଥି ମଧ୍ୟ ଆକ୍ରମଣର ଶୀକାର ହୁଅନ୍ତି । [1] ରୋଗୀର ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [2] ଏକ୍ସରେ ଓ ଲାବୋରେଟରି ପରୀକ୍ଷାଦ୍ୱାରା ଏହା ନିର୍ଣ୍ଣୟାତ୍ମକ ହୁଏ ଓ ସମାନ ଧରଣର ଲକ୍ଷଣ ଥାଇ ଅନ୍ୟ ରୋଗମାନଙ୍କୁ ପୃଥକ କରାଯାଏ । [1] ସେହି ପୃଥକ ରୋଗମାନଙ୍କ ନାମ: ସିସ୍ଟେମିକ ଲୁପସ ଏରିଦେମାଟସ, ସୋରିଆଟିକ ଆର୍ଥ୍ରାଇଟିସ ଓ ଫାଇବ୍ରୋମ୍ୟାଲଜିଆ । [2]
ରିଉମାଟଏଡ ଚିକିତ୍ସାର ଲକ୍ଷ କଷ୍ଟ ଲାଘବ କରିବା, ପ୍ରଦାହ କମେଇବା ଓ ଲୋକର କାର୍ଯ୍ୟକ୍ଷମତା ବୃଦ୍ଧି କରିବା । ବିଶ୍ରାମ, ବ୍ୟାୟାମ, ସ୍ପ୍ଲିଣ୍ଟ ଓ ବ୍ରେସ ଭଳି ସାହାଯ୍ୟକାରୀ ଉପକରଣ ବ୍ୟବହାର କରି ଲୋକକୁ କାର୍ଯ୍ୟକ୍ଷମ କରାଯାଏ । କଷ୍ଟ ନିବାରକ ଔଷଧ, ସ୍ଟିରଏଡ ଓ ଏନଏସଆଇଡି ଇତ୍ୟାଦି ବହୁଳ ଭାବରେ ବ୍ୟବହାର କରାଯାଏ । ରୋଗ ପରିବର୍ତ୍ତନକ୍ଷମ ଆଣ୍ଟିରିଉମାଟକ ଔଷଧ (ଡିଏମଏଆରଡି) ବ୍ୟବହାରକରି ରୋଗର ପ୍ରଗତିକୁ ଧୀର କରିବାକୁ ଚେଷ୍ଟା କରାଯାଏ । ଏହିଭଳି ଔଷଧଗୁଡ଼ିକର ନାମ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ମେଥୋଟେକ୍ସେଟ । [1] କିଛି ଔଷଧ କାମ ନ କଲେ ଜୈବିକ ଡିଏମଏଆରଡି ବ୍ୟବହାର କରାଯାଏ,[3] କିନ୍ତୁ ଏହି ଔଷଧମାନଙ୍କର ପାର୍ଶ୍ୱପ୍ରତିକ୍ରିୟା ହାର ଅଧିକ ଥାଏ । [4] ଗଣ୍ଠି ମରାମତ ଅପରେଶନ, ଗଣ୍ଠି ବଦଳ ଅପରେଶନ ଓ କେତେକ କେଶରେ ଗଣ୍ଠି ଜୋଡ଼େଇ ଅପରେଶନ ସାହାଯ୍ୟ କରେ । [1] ଅଧିକାଂଶ ଅଲଟରନେଟିଭ ମେଡିସିନର କାର୍ଯ୍ୟକ୍ଷମତା ପ୍ରମାଣିତ ହୋଇନାହିଁ । [5][6]
ବିକଶିତ ଦେଶମାନଙ୍କରେ ରିଉମାଟଏଡ ଆର୍ଥ୍ରାଇଟିସ ୦.୫ରୁ ୧% ବୟଃପ୍ରାପ୍ତ ଲୋକଙ୍କୁ ଆକ୍ରମଣ କରେ ଓ ତନ୍ମଧ୍ୟରୁ ବାର୍ଷିକ ପ୍ରତି ୧୦୦,୦୦୦ରେ ୫ରୁ ୫୦ ଜଣ ନୂଆ ରୋଗ ଚିହ୍ନଟ ହୁଏ । [3] ମଧ୍ୟ ବୟସରେ ଏହି ରୋଗ ଅଧିକ ହୁଏ ଓ ପରୁଷଙ୍କ ଅପେକ୍ଷା ମହିଳାମାନଙ୍କୁ ୨.୫ ଗୁଣ ଅଧିକ ରୋଗ ହୁଏ । [1] ସନ ୧୯୯୦ରେ ରୋଗମୃତ୍ୟୁ ୨୮,୦୦୦ ହୋଇଥିଲା ବେଳେ ସନ ୨୦୧୩ରେ ଏହି ବଢ଼ିଯାଇ ୩୮,୦୦୦ ହୋଇଥିଲା । [7] ପ୍ୟାରିସରେ ରହୁଥିବା ଡାଃ ଅଗଷ୍ଟିନ ଜାକବ ଲାଣ୍ଡ୍ରେ-ବିଉଭେସ (୧୭୭୨–୧୮୪୦) ପ୍ରଥମେ ୧୮୦୦ ମସିହାରେ ଏହି ରୋଗର ବର୍ଣ୍ଣନା କରିବା ଜଣାଯାଇଛି । [8] ଗ୍ରୀକ ଭାଷାର ଜଳୀୟ ଓ ପ୍ରଦାହସମ୍ପର୍ଣ୍ଣ ଗଣ୍ଠି ଉପରେ ରିଉମାଟଏଡ ଆର୍ଥ୍ରାଇଟିସ ପର୍ଯ୍ୟବସିତ । [9]