ରାଜକୀୟ ସ୍ପର୍ଶ
ଇଂଲଣ୍ଡ ଓ ଫ୍ରାନ୍ସର ସମ୍ରାଟମାନେ ଏକ ଭୁଲ ପ୍ରଥାରେ ରୋଗୀ ପ୍ରଜାମାନଙ୍କୁ ଆରୋଗ୍ୟ କରିବାକୁ ହାତରେ ସ୍ପର୍ଶ କରୁ / From Wikipedia, the free encyclopedia
ରାଜକୀୟ ସ୍ପର୍ଶ (ଇଂରାଜୀ ଭାଷାରେ The royal touch ବା (also known as the king's touch)) ଏକ ଚିକିତ୍ସା ପ୍ରଥା ଯେଉଁଥିରେ ଫ୍ରାନ୍ସ (French) ଓ ଇଂଲଣ୍ଡର (English monarchs) ସମ୍ରାଟମାନେ ରାଜ୍ୟର ସବୁ ସ୍ତରର ବିଭିନ୍ନ ରୋଗଗ୍ରସ୍ତ ପ୍ରଜାମାନଙ୍କୁ ଆରୋଗ୍ୟ କରିବାକୁ ନିଜ ହାତର ସ୍ପର୍ଶ ଦେଉଥିଲେ । [1][2][3][4] ଏହି ସ୍ପର୍ଶକୁ ଥମାଟର୍ଜିକ ସ୍ପର୍ଶ (thaumaturgic) କୁହାଯାଉଥିଲା ଓ ଷୋଡ଼ଶ ଶତାବ୍ଦୀ ପରଠାରୁ କାର୍ଯ୍ୟକାରୀ ହେଉଥିଲା; ସାଧାରଣତଃ ବେକରେ ଥିବା ଯକ୍ଷ୍ମାଗ୍ରସ୍ତ ଲସିକା ଗ୍ରନ୍ଥି ପ୍ରଦାହ ଭୋଗୁଥିବା (tuberculous cervical lymphadenitis) ଲୋକମାନଙ୍କୁ ଦିଆଯାଉଥିଲା । [2] ଏହି ରୋଗରେ କ୍ୱଚିତ ମୃତ୍ୟୁ ହେଉଥିଲା ଓ ଅଧିକାଂଶ ସମୟରେ ଏହ ସ୍ୱତଃ ଆରୋଗ୍ୟ (remission) ହେଉଥିବା ଫଳରେ ରାଜାଙ୍କ ସ୍ପର୍ଶଯୋଗୁ ଆରୋଗ୍ୟ ହେଉଥିବା ଧାରଣା ଆସୁଥିଲା । [4] ସମ୍ରାଟମାନେ ଏହି ପ୍ରଥା ପ୍ରୟୋଗଦ୍ୱାରା ରାଜ୍ୟରେ ତାଙ୍କର ନୂତନ ବଂଶର ବୈଧତା (legitimacy) ଓ ରାଜତ୍ୱର ଗରିମା ଦେଖାଉଥିଲେ ।