ରାକ୍ଷସତାଲ ହ୍ରଦ
From Wikipedia, the free encyclopedia
ରାକ୍ଷସତାଲ ହ୍ରଦ (ଇଂରାଜୀ ଭାଷାରେ Lake Rakshastal, ତିବ୍ବତୀୟ ଭାଷାରେ ལག་ངར་མཚོ, ଚୀନୀ ଭାଷାରେ 拉昂错) ଚୀନର ତିବ୍ବତ ସ୍ୱୟଂଶାସିତ ଅଞ୍ଚଳରେ ଅବସ୍ଥିତ ଏକ ହ୍ରଦ । ଏହି ହ୍ରଦ କୈଳାସ ପର୍ବତର ପାଦ ଦେଶରେ ଦକ୍ଷିଣ ଦିଗରେ ଓ ମାନସରୋବର ହ୍ରଦର ପୂର୍ବ ଦିଗରେ ରହିଛି ।[1] ରାକ୍ଷସତାଲ ହ୍ରଦର ଉତ୍ତର-ପଶ୍ଚିମ ପଟରୁ ଶତଲେଜ ନଦୀ (ତିବ୍ବତୀୟ ଭାଷାରେ ଲାଂଗଚେନ ଜାଂଗବୋ) ନିର୍ଗତ ହୋଇଛି । ପବିତ୍ର ମାନସରୋବର ହ୍ରଦର ଅତି ନିକଟରେ (କେବଳ ୩.୭ କିଲୋମିଟର ଦୂରତାରେ) ରହିଥିବା ସତ୍ତ୍ୱେ ରାକ୍ଷସତାଲ ହ୍ରଦ ଧାର୍ମିକ ଦୃଷ୍ଟିକୋଣରୁ ସେତେଟା ମହତ୍ତ୍ୱପୂର୍ଣ୍ଣ ନୁହେଁ ।
Quick Facts ରାକ୍ଷସତାଲ ହ୍ରଦ, ଅବସ୍ଥାନ ...
ରାକ୍ଷସତାଲ ହ୍ରଦ | |
---|---|
ଅବସ୍ଥାନ | ତିବ୍ବତ ସ୍ୱୟଂଶାସିତ ଅଞ୍ଚଳ, ଚୀନ |
ଦିଗବାରେଣି | 30.65°N 81.25°E / 30.65; 81.25 |
Close