ରଣପା ଚଢ଼େଇ
From Wikipedia, the free encyclopedia
ରଣପା ଚଢ଼େଇ ବା ଟିହାଲି ପକ୍ଷୀ (ଇଂରାଜୀରେ black-winged stilt, ଜୀବବିଜ୍ଞାନ ନାମ Himantopus himantopus) ଲମ୍ବା ଗୋଡ଼ବିଶିଷ୍ଟ ପକ୍ଷୀ ପ୍ରଜାତି ଯେଉଁମାନେ ଜଳାଶୟମାନଙ୍କ ନିକଟରେ ବିଚରଣ କରିଥାନ୍ତି । ଏମାନେ ଏଭୋସେଟ୍ ଓ ଷ୍ଟିଲ୍ଟ୍ ପରିବାରର ପକ୍ଷୀ । ପୂର୍ବେ ହିମାଣ୍ଟୋପସ୍ ହିମାଣ୍ଟୋପସ୍ (H. himantopus) ବୈଜ୍ଞାନିକ ନାମ ସବୁ ପ୍ରକାରର ରଣପା ପକ୍ଷୀଙ୍କୁ ସାମୁହିକ ଭାବେ ବୁଝାଉଥିଲା । କିନ୍ତୁ ବର୍ତ୍ତମାନ ଏହି ବୈଜ୍ଞାନିକ ନାମ ୟୁରୋ-ସାଇବେରୀୟ ଏବଂ ଆଫ୍ରିକାରେ ବ୍ୟାପ୍ତ ରଣପା ପକ୍ଷୀ ପ୍ରଜାତିକୁ ବୁଝାଉଛି । ଏହି ଅଞ୍ଚଳର ରଣପା ପକ୍ଷୀମାନଙ୍କୁ ପୂର୍ବେ ହିମାଣ୍ଟୋପସ୍ ହିମାଣ୍ଟୋପସ୍ର ମୁଖ୍ୟ ଉପପ୍ରଜାତି ଭାବେ ଅଭିହିତ କରାଯାଉଥିଲା । ହିମାଣ୍ଟୋପସ୍ ନାମଟିର ଉତ୍ସ ଗ୍ରୀକ୍ ଭାଷାରୁ । ଏହାର ଗ୍ରୀକ୍ ଅର୍ଥ ହେଉଛି "ଫିତା ଗୋଡ଼" ବା "ଦଉଡ଼ି ଗୋଡ଼" ।[2] ବର୍ତ୍ତମାନ ଅଧିକାଂଶ ଲେଖାରେ ଏହି ପକ୍ଷୀର ୨-୪ଟି ପ୍ରଜାତି ଚିହ୍ନଟ ହୋଇଥିବା କୁହାଯାଇଛି ।[3][4][5][6][7][8] ରଣପା ନାଚରେ ବ୍ୟବହୃତ ଲମ୍ବା ବାଉଁଶ ପରି ଗୋଡ଼ ହୋଇଥିବାରୁ ଏହାର ଓଡ଼ିଆ ନାମ ରଣପା ଚଢ଼େଇ ।
ରଣପା ଚଢ଼େଇ | |
---|---|
ଦକ୍ଷିଣ ଆଫ୍ରିକାର ଏକ ରଣପା ଚଢ଼େଇ (ହିମାଣ୍ଟୋପସ୍ ହିମାଣ୍ଟୋପସ୍ ମେରିଡିଓନାଲିସ୍ ଉପପ୍ରଜାତି) | |
ଭାରତର ତେଲେଙ୍ଗାନା ରାଜ୍ୟର ଅମୀନପୁର ହ୍ରଦରେ ଏକ ରଣପା ଚଢ଼େଇ | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Recurvirostridae |
Genus: | Himantopus |
ଜାତି: | H. himantopus |
ବାଇନୋମିଆଲ ନାମ | |
Himantopus himantopus କାର୍ଲ୍ ଲିନାୟସ୍, ୧୭୫୮ | |
ରଣପା ଚଢ଼େଇଙ୍କ ଭୌଗୋଳିକ ବ୍ୟାପ୍ତି ପ୍ରଜନନରତ ନିବାସୀ ପ୍ରବାସୀ ପ୍ରଜନନରହିତ | |
Synonyms | |
|