ଯକୃତ କର୍କଟ
From Wikipedia, the free encyclopedia
ଯକୃତ କର୍କଟ (ଇଂରାଜୀ ଭାଷାରେ Liver cancer ବା hepatic cancer ବା primary hepatic cancer), ଏକ ପ୍ରକାର କର୍କଟ ରୋଗ ଯାହା ଯକୃତରେ ଆରମ୍ଭ ହୁଏ ।[1] ଅନ୍ୟ ସ୍ଥାନରୁ କୌଣସି କର୍କଟ ରୋଗ ଆସି ଯକୃତରେ ବିକ୍ଷେପିତ ହେଲେ ତାହାକୁ ଯକୃତ ମେଟାସ୍ଟାସିସ (liver metastasis) କୁହାଯାଏ ଓ ଏହା ଯକୃତରେ ଆରମ୍ଭ ହୋଇଥିବା କର୍କଟ ରୋଗଠାରୁ ସାଧାରଣତଃ ଅଧିକ ହୋଇଥାଏ ।[2] ଏହି ରୋଗର ଲକ୍ଷଣ: ଡାହାଣ ପାଖ ପଞ୍ଜରା (rib cage) ଠିକ ତଳକୁ ପେଟ ଭିତରେ ଏକ ପିଣ୍ଡ ହାତକୁ ଲାଗେ ବା ସେହି ସ୍ଥାନରେ ଯନ୍ତ୍ରଣା ହୁଏ । ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଜଳ ଉଦରୀ (ascites), ହଳଦିଆ ଚମ, ସହଜରେ କ୍ଷତ ହୋଇଯିବା, ଓଜନ ହ୍ରାସ ଓ ଦୁର୍ବଳତା ଦେଖାଯାଏ ।[1]
ଯକୃତ କର୍କଟ | |
---|---|
ଇଂରାଜୀ ପ୍ରତିଶବ୍ଦ - hepatic cancer, primary hepatic malignancy, primary liver cancer | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | oncology[*] |
ଆଇସିଡ଼ି-୧୦ | C22.{{{3}}} |
ଆଇସିଡ଼ି-୯-ସିଏମ୍ | 155 |
ଆଇସିଡ଼ି-ଓ | ଛାଞ୍ଚ:ICDO |
ଓଏମ୍ଆଇଏମ୍ | 114550 |
ରୋଗ ଡାଟାବେସ | 7547 |
ମେଡ଼ିସିନ-ପ୍ଲସ | 000280 |
ଇ-ମେଡ଼ିସିନ | article/197319 |
MeSH | D008113 |
ହେପାଟାଇଟିସ ବି, ହେପାଟାଇଟିସ ସି ବା ମଦ୍ୟପାନ ଯୋଗୁ ସିରୋସିସ୍ ହେବା ପରେ ଏହି ଯକୃତ କର୍କଟ ରୋଗ ହୁଏ ।[3] ଅନ୍ୟାନ୍ୟ କାରଣ ମଧ୍ୟରେ ଆଫ୍ଲାଟକ୍ସିନ (aflatoxin), ଆଲକୋହୋଲ ବିହୀନ ଚର୍ବିଳ ଯକୃତ (non-alcoholic fatty liver disease) ରୋଗ ଓ ଯକୃତ ପର୍ଣ୍ଣକୃମି (liver flukes) ଯୋଗୁ ଏହି ରୋଗ ହେବା ଜଣାଯାଏ । ଯକୃତ କର୍କଟ ଅନେକ ପ୍ରକାରର ହୋଇପାରେ ଓ ତାଙ୍କ ମଧ୍ୟରୁ ହେପାଟୋସେଲ୍ୟୁଲାର କର୍କଟ (୮୦%) (hepatocellular carcinoma) (ଏଚସିସି) ଓ କୋଲାଞ୍ଜିଓକାର୍ସିନୋମା (cholangiocarcinoma) ଅଧିକ ଦେଖାଯାଏ । ଏହାଠାରୁ କମ ସଂଖ୍ୟାରେ ମ୍ୟୁସିନସ ସିସ୍ଟିକ ନିଓପ୍ଲାଜ୍ମ (mucinous cystic neoplasm) ଓ ଇଣ୍ଟ୍ରାଡକ୍ଟାଲ ପାପିଲାରି ବିଲିଆରି ନିଓପ୍ଲାଜ୍ମ (intraductal papillary biliary neoplasm) ରୋଗ ଦେଖାଯାଏ ।[2] ରୋଗ ନିର୍ଣ୍ଣୟ ନିମନ୍ତେ ରକ୍ତ ପରୀକ୍ଷା (blood tests), ମେଡିକାଲ ଇମେଜିଙ୍ଗ (medical imaging) ଓ ଟିସୁ ବାୟୋପ୍ସି (tissue biopsy) ଇତ୍ୟାଦିର ସମର୍ଥନ ଆବଶ୍ୟକ ହୁଏ ।[1]
ହେପାଟାଇଟିସ ବି ଟିକା ଦେଇ (ହେପାଟାଇଟିସ ସି ଟିକା ନିର୍ମିତ ହୋଇନାହିଁ) ଓ ହେପାଟାଇଟିସ ବି ଓ ସି ରୋଗମାନଙ୍କର ଉପଯୁକ୍ତ ଚିକିତ୍ସା କରି ରୋଗ ପ୍ରତିଷେଧ ନିମନ୍ତେ ଚେଷ୍ଟା କରାଯାଏ । କ୍ରନିକ ଯକୃତ ରୋଗ (chronic liver disease) ଭୋଗୁଥିବା ଲୋକଙ୍କର କର୍କଟ ସ୍କ୍ରୀନିଙ୍ଗ Screening କରିବାକୁ ସୁପାରିସ କରାଯାଏ ।[2] ଅପରେଶନ, ଟାର୍ଗେଟେଡ ଥେରାପି (targeted therapy) ଓ ରାଡିଏସନ ଥେରାପି (radiation therapy) ଇତ୍ୟାଦି ଚିକିତ୍ସା ବିକଳ୍ପ ଉପଲବ୍ଧ ଅଛି । କେତେକ କେଶରେ ଆବ୍ଲାସନ ଥେରାପି (ablation therapy), ଇମ୍ବୋଲାଇଜେସନ ଥେରାପି (embolization therapy) ବା ଯକୃତ ଟ୍ରାନ୍ସପ୍ଲାଣ୍ଟେସନ (liver transplantation) କରାଯାଇପାର । ଛୋଟ ଆକାରର କର୍କଟ ହୋଇଥିଲେ ତାହାକୁ ଅନୁସରଣ କରାଯାଇପାରେ ।[1]
ପୃଥିବୀରେ ହେଉଥିବା କର୍କଟ ରୋଗମାନଙ୍କର ସଂଖ୍ୟା ହିସାବରେ ଏହି ରୋଗ ୬ଷ୍ଠ ସ୍ଥାନ (୬%) ଅଧିକାର କରିଛି, ଓ ମୃତ୍ୟୁ ସଂଖ୍ୟା (୯%) ହିସାବରେ ୨ୟ ସ୍ଥାନ ଅଧିକାର କରିଛି ।[4][2] ସନ ୨୦୧୨ରେ ଏହି ରୋଗ ୭୮୨,୦୦୦ଜଣ ଲୋକଙ୍କୁ ହେବା ଫଳରେ ୭୪୬,୦୦୦ ଜଣଙ୍କର ମୃତ୍ୟୁ ହୋଇଥିଲା ।[4] ସନ ୨୦୧୩ରେ ସମୁଦାୟ ଯକୃତ କର୍କଟ ରୋଗରେ ହୋଇଥିବା ମୃତ୍ୟୁ ସଂଖ୍ୟା ୩୦୦,୦୦୦ ଥିବାବେଳେ ହେପାଟାଇଟିସ ବି ଯୋଗୁ ୩୦୦,୦୦୦, ହେପାଟାଇଟିସ ସି ଯୋଗୁ ୩୪୩,୦୦୦ ଓ ମଦ୍ୟ ଯୋଗୁ ୯୨,୦୦୦ ମୃତ୍ୟୁ ହୋଇଥିଲା ।[3] ଅଧିକ ହେପାଟାଇଟିସ ବି ଓ ସି ହେଉଥିବା ସ୍ଥାନମାନଙ୍କରେ (ଏସିଆ ଓ ସବ-ସାହାରା (sub-Saharan Africa) ଇଲାକା) ଅଧିକ ହାରରେ ଯକୃତ କର୍କଟ ରୋଗ ହୁଏ । ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଅଧିକ ଏଚସିସି ରୋଗ ହୁଏ ।[2] ୫୫ରୁ ୬୫ ବର୍ଷ ବୟସ ମଧ୍ୟରେ ରୋଗ ନିର୍ଣ୍ଣୟ ଅଧିକ ହୋଇଥାଏ । ଯୁକ୍ତରାଷ୍ଟ୍ର ଆମେରିକାରେ ୫ ବର୍ଷ ବଞ୍ଚିବା ହାର (Five-year survival rates) ମାତ୍ର ୧୮% ।[5] ହେପାଟିକ ଶବ୍ଦଟି ଗ୍ରୀକ ଭାଷାର ହେପାର (hêpar) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ଯକୃତ । [6]