ମାତୃକା
ହିନ୍ଦୁ ଦେବୀମାନଙ୍କର ଏକ ଦଳ / From Wikipedia, the free encyclopedia
ମାତୃକା (ଇଂରାଜୀ ଭାଷାରେ Matrikas (singular Matrika, Sanskrit: मातृका, IAST: mātṝkā, ସାହିତ୍ୟରେ ସ୍ୱର୍ଗୀୟ ମାତା)[2] ଅନ୍ୟ ନାମ ମାତର ବା ମାତ୍ରି ଏକ ହିନ୍ଦୁ ଦେବୀ ଦଳକୁ ବୁଝାଏ ଯେଉଁମାନଙ୍କ ବିଷୟରେ ହିନ୍ଦୁ ଧର୍ମରେ ସର୍ବଦା ବର୍ଣ୍ଣନା ଥାଏ । ବିଭିନ୍ନ ମାତୃକା ଭାବରେ ଆଦି ପରାଶକ୍ତି ପ୍ରକଟ ହୁଅନ୍ତି । ହିନ୍ଦୁ ଦେବତାଙ୍କର ଶକ୍ତି ଗୁଡ଼ିକ ସାକାର ହୋଇ ମାତୃକା ରୂପ ଧାରଣ କରନ୍ତି ଯେପରିକି ବ୍ରହ୍ମାଙ୍କଠାରୁ ବ୍ରାହ୍ମଣୀ, ବିଷ୍ଣୁଙ୍କଠାରୁ ବୈଷ୍ଣବୀ, ଶିବଙ୍କଠାରୁ ମାହେଶ୍ୱରୀ, ଇନ୍ଦ୍ରଙ୍କଠାରୁ ଇନ୍ଦ୍ରାଣୀ, କାର୍ତ୍ତିକେୟଙ୍କଠାରୁ କୁମାରୀ, ବରାହଙ୍କଠାରୁ ବରାହୀ ଓ ଦେବୀଙ୍କଠାରୁ ଚାମୁଣ୍ଡା[3] ଓ ଅଧିକ ନରସିଂହି, ବିନାୟକୀ
ମାତୃକା | |
---|---|
ଯୁଦ୍ଧ, ସନ୍ତାନ ଓ ମୁକ୍ତିର ଦେବୀ [1] | |
Devanagari | मातृका |
Sanskrit Transliteration | mātṝkā |
Affiliation | ଶକ୍ତି (Shakti) , ଦେବୀ, ମହାଦେବୀ (Mahadevi), ଆଦି ପରାଶକ୍ତି, ପାର୍ବତୀ, ସରସ୍ୱତୀ, ଲକ୍ଷ୍ମୀ |
ଲୋକ | ବିଭିନ୍ନ ଦେବତାଙ୍କର ଦେହରେ ତାଙ୍କର ପତ୍ନୀ ବା ଶକ୍ତି ଭାବରେ ରହନ୍ତି । |
ସ୍ୱାମୀ/ସ୍ତ୍ରୀ | ଅଷ୍ଟ ଭୈରବ |
ମାତୃକାମାନଙ୍କର ଗୋଟିଏ ଦଳରେ ବର୍ଣ୍ଣନା କରାଯାଏ ଓ ସେମାନଙ୍କୁ ସପ୍ତମାତୃକା କୁହାଯାଏ ।[4] କେହି କେହି ଅଷ୍ଟ ମାତୃକା ଥିବା କହନ୍ତି । [5] ଦକ୍ଷିଣ ଭାରତରେ ସପ୍ତ ମାତୃକା ଓ ନେପାଳରେ ଅଷ୍ଟ ମାତୃକା ପୂଜା କରାଯାଏ । [6]
ହିନ୍ଦୁ ଧର୍ମର ଦେବୀ ପୂଜା ଓ ତନ୍ତ୍ର (Tantrism) ବିଦ୍ୟାରେ ମାତୃକାମାନଙ୍କର ଅତ୍ୟଧିକ ସ୍ଥିତି ଥାଏ । [7] ଶକ୍ତି ଧର୍ମରେ ସେମାନେ ଅସୁରମାନଙ୍କ ସହିତ ଦେବୀ ଯୁଦ୍ଧ କରିବା ବେଳେ ସାହାଯ୍ୟ କରୁଥିବା ବର୍ଣ୍ଣନା ଥାଏ ।[8] କେତେକ ମତରେ ସେମାନଙ୍କୁ ଶୈବ ଦେବୀ କୁହାଯାଏ । [9] ଯୋଦ୍ଧା ମୁରୁଗାନ/ସ୍କନ୍ଧଙ୍କ (Skanda) ପୂଜାରେ ତାଙ୍କର ସମ୍ପର୍କ ଥାଏ । [10] ମାତୃକାମାନଙ୍କୁ ଅଶୁଭ ମନେକରିବା ଅନେକ ପୁରାଣରେ ଥାଏ ଓ ସେମାନଙ୍କୁ ବିପଦଜନକ ଭାବରେ ବର୍ଣ୍ଣନା କରାଯାଏ । ମାତୃକାମାନେ ଭୟାବହ ଦେବୀ, ଅପହର୍ତ୍ତା, ଶିଶୁ ଖାଦକ, ଜ୍ୱର, କ୍ଷୁଧା ଓ ରୋଗମାନଙ୍କର ଠାକୁରାଣୀ ଅଟନ୍ତି । ପିଲାମାନେ ଯୁବାବସ୍ଥାରେ ପହଞ୍ଚିବା ପୂର୍ବରୁ ଏହି ବିପଦମାନଙ୍କରୁ ସୁରକ୍ଷା ଦେବା ନିମନ୍ତେ ସେମାନଙ୍କୁ ପୂଜା କରାଯାଏ । [11] ପରବର୍ତ୍ତୀ ପୁରାଣମାନଙ୍କରେ ସେମାନେ ରକ୍ଷାଦାତ୍ରୀ ହୋଇଥିବା ଉଲ୍ଲେଖ ଥିଲେ ମଧ୍ୟ ଅଶୁଭ ଓ ବନ୍ୟ ଚରିତ୍ର ବର୍ଣ୍ଣନା ଦେଖିବାକୁ ମିଳେ [12] ପ୍ରକୃତିର ଉର୍ବରତା ଓ ବିନଷ୍ଟକାରୀ ବଳ, ଉଭୟ ଏହି ଦେବୀଙ୍କର ଥାଏ । [13]
ବୃହତସଂହିତାରେ ବରାହମିହିର ଲେଖିଛନ୍ତି, "ବିଭିନ୍ନ ଦେବତାଙ୍କର ନାମାନୁସାରେ ଦେବୀମାନଙ୍କ ଧ୍ୟାନ ରଖାଯାଏ ।" [14] ସେମାନେ ଦେବତାଙ୍କର ପତ୍ନୀ ବା ଶକ୍ତି (Shaktis) ଭାବରେ ସଂଯୁକ୍ତ ହୋଇଥାଆନ୍ତି । [13] ମୂଳତଃ ସେମାନେ ସାତ ତାରାଙ୍କର ଅବତାର ଭାବରେ ପରିଚିତ ଥିଲେ କିନ୍ତୁ ସପ୍ତମ ଶତାବ୍ଦୀ ବେଳକୁ ଦେବୀ ଭାବରେ ଲୋକପ୍ରିୟ ହୋଇଗଲେ । [15]