ମହାଲକ୍ଷ୍ମୀ ମନ୍ଦିର, କୋହ୍ଳାପୁର
ଏହା ଏକ ହିନ୍ଦୁ ମନ୍ଦିର ଯାହା ଦେବୀ ଲକ୍ଷ୍ମୀଙ୍କୁ ସମର୍ପିତ ହୋଇଛି । / From Wikipedia, the free encyclopedia
ମହାଲକ୍ଷ୍ମୀ ମନ୍ଦିର, ଅନ୍ୟ ନାମ ଅମ୍ବାବାଈ ମନ୍ଦିର ଏକ ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଯାହା ଦେବୀ ଆଦିପରାଶକ୍ତି ମହାଲକ୍ଷ୍ମୀଙ୍କୁ ସମର୍ପିତ ହୋଇଛି । ଏଠାରେ ସମସ୍ତ ଦେବତାଗଣଙ୍କ ମାତା ମହାଲକ୍ଷ୍ମୀ ଭାବରେ ପୂଜା ପାଆନ୍ତି କିନ୍ତୁ ସ୍ଥାନୀୟ ଲୋକମାନେ ତାଙ୍କୁ ଅମ୍ବାବାଈ ନାମରେ ପୂଜା କରନ୍ତି (ମରାଠା ଭାଷାରେ ଆଇ ଅର୍ଥ ମାଁ)। ଭଗବାନ ବିଷ୍ଣୁଙ୍କର ପତ୍ନୀ ହେଉଛନ୍ତି ଦେବୀଲକ୍ଷ୍ମୀ ସେହି ଦେବୀ ଲକ୍ଷ୍ମୀ ଙ୍କର ଜନ୍ମଦାତ୍ରୀ ଜନନୀ ହେଲେ ମାଁ ମହାଲକ୍ଷ୍ମୀ। ଏହାଙ୍କୁ ମୂଳଚଣ୍ଡିକା ମହାଲକ୍ଷ୍ମୀ ଓ କୁହାଯାଏ । ପ୍ରଚଳିତ ପ୍ରଥା ଅନୁସାରେ ହିନ୍ଦୁ ତୀର୍ଥଯାତ୍ରୀମାନେ ତିରୁମାଲା ଭେଙ୍କଟେଶ୍ୱର ମନ୍ଦିର, କୋହ୍ଳାପୁର ମହାଲକ୍ଷ୍ମୀ ମନ୍ଦିର ଓ ପଦ୍ମାବତୀ ମନ୍ଦିରକୁ ଯାଇ ପୂଜା ଅର୍ଚ୍ଚନା କରନ୍ତି । ଏହି ସମସ୍ତ ମନ୍ଦିରକୁ ତୀର୍ଥଯାତ୍ରା କଲେ ମୋକ୍ଷ (moksha) ଲାଭ ହେଉଥିବା ବିଶ୍ୱାସ କରାଯାଏ । ଏହି ତିନୋଟି ମନ୍ଦିର ପରସ୍ପର ସହ ଜଡ଼ିତ। ସ୍କନ୍ଦମହାପୁରାଣର ସହ୍ୟାଦ୍ରିଖଣ୍ଡରେ ଏହାର ବର୍ଣ୍ଣନା କରାଯାଇଛି। ଏକଦା ମହର୍ଷି ଭୃଗୁ କିଏ ଶ୍ରେଷ୍ଠ ଦେବତା ତାହା ଜାଣିବାପାଇଁ ତ୍ରିଦେବଙ୍କ ପାଖକୁ ଗଲେ ଏବଂ ବ୍ରହ୍ମା ଓ ଶିବଙ୍କୁ ଅଭିଶାପ ଦେଇ ବୈକୁଣ୍ଠକୁ ଗଲେ। ସେଠାରେ ଠାକୁରଙ୍କୁ ଶୋଇଥିବା ଦେଖି ତାଙ୍କର ହୃଦୟକୁ ଗୋଇଠା ମାରିଲେ। ଭଗବାନ ବିଷ୍ଣୁଙ୍କ ହୃଦୟ ମାଁ ଲକ୍ଷ୍ମୀଙ୍କ ସ୍ଥାନ। ସେଥିପାଇଁ ମାଁ ଲକ୍ଷ୍ମୀଙ୍କୁ ବିଷ୍ଣୁହୃଦୟମବ୍ଜୟାମ୍ କୁହାଯାଏ। ଏଥିରେ କ୍ରୋଧିତ ହୋଇ ମାଁ ଲକ୍ଷ୍ମୀ ବୈକୁଣ୍ଠକୁ ତ୍ୟାଗ କରି ମର୍ତ୍ତ୍ୟଲୋକକୁ ଆସି ନିଜ ମାଁ ଆଦିପରାଶକ୍ତି ମହାଲକ୍ଷ୍ମୀଙ୍କ ଶରୀରରେ ବିଲୀନ ହୋଇଗଲେ। ଏବଂ ଦେବୀ ଲକ୍ଷ୍ମୀଙ୍କୁ ଖୋଜି ଖୋଜି ଭଗବାନ ବିଷ୍ଣୁ ତିରୁପତିଠାରେ ବାସ କଲେ। ଦେବୀ ଲକ୍ଷ୍ମୀ ମାଁ ଆଦିପରାଶକ୍ତି ମହାଲକ୍ଷ୍ମୀଙ୍କ ଏଇ ବିଗ୍ରହରେ ବିଲୀନ ହୋଇଯାଇଥିବା କାରଣରୁ ପ୍ରତିବର୍ଷ ତିରୁପତି ବାଲାଜୀଙ୍କଠାରୁ ମାଁ ମହାଲକ୍ଷ୍ମୀଙ୍କ ପାଇଁ ଶଙ୍ଖା ସିନ୍ଦୂର ଶାଢ଼ୀ ଉପହାର ରୂପେ ଆସେ, ଏହି ଉପହାର ମାଁ ମହାଲକ୍ଷ୍ମୀଙ୍କ ମଧ୍ୟରେ ବିଲୀନ ହୋଇଥିବା ଲକ୍ଷ୍ମୀଦେବୀଙ୍କୁ ଦିଆଯାଇଥାଏ। ଏହି ମହାଲକ୍ଷ୍ମୀ ହିଁ ଶ୍ରୀ ଶ୍ରୀ ଦୁର୍ଗା ସପ୍ତଶତୀ ଚଣ୍ଡୀର ମୂଳ ଓ ପ୍ରମୁଖ ଦେବୀ
ମହାଲକ୍ଷ୍ମୀ ମନ୍ଦିର, କୋହ୍ଳାପୁର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Kolhapur |
ଦେବାଦେବୀ | en:Mahalakshmi (Lakshmi) |
Festivals | Kirnotsav, Rathotsav, Lakshmi Puja, Lalita Panchami, Navratri, Diwali, Varalakshmi Vratham |
Governing body | Paschim Maharashtra Devasthan Samiti |
Location | |
ସ୍ଥାନ | Bhavani Mandap, Mahadwar Road, Kolhapur |
State | ମହାରାଷ୍ଟ୍ର |
Country | ଭାରତ |
Location in Maharashtra | |
ଭୌଗଳିକ ଅବସ୍ଥିତି | 16°42′00″N 74°14′00″E |
Architecture | |
Style | Hemadpanti architecture |
କର୍ଣ୍ଣଦେବ, Chalukya Empire | |
Completed | 7th century CE |