![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/ca/Tepantitla_mural%252C_Ballplayer_A_%2528Daquella_manera%2529.jpg/640px-Tepantitla_mural%252C_Ballplayer_A_%2528Daquella_manera%2529.jpg&w=640&q=50)
ଭାଷା
From Wikipedia, the free encyclopedia
ଭାଷା ହେଉଛି ଯୋଗାଯୋଗର ଜଟିଳ ପ୍ରଣାଳୀକୁ ଶିଖିବା ଓ ବ୍ୟବହାର କରିବା ପାଇଁ ଥିବା ମନୁଷ୍ୟର ସାମର୍ଥ୍ୟ ଏବଂ ଗୋଟିଏ ଭାଷା ହେଉଛି ଏହି ଜଟିଳ ଯୋଗାଯୋଗ ପ୍ରଣାଳୀର ଏକ ଉଦାହରଣ । ପୃଥିବୀରେ ସର୍ବମୋଟ କେତେ ଭାଷା ଅଛି ଏକଥା ସଠିକ ଭାବେ କହିବା ସମ୍ଭବ ନୁହେଁ ଏବଂ ଏହି ସଂଖ୍ୟା ଭାଷା (language) ଓ ଲୋକଭାଷା (dialects) ମଧ୍ୟରେ ସୂକ୍ଷ୍ମ ପ୍ରଭେଦ ଉପରେ ନିର୍ଭର କରେ । ତଥାପି ଆକଳନ କରାଯାଇଛି ଯେ ଏହି ସଂଖ୍ୟା ୬୦୦୦ରୁ ୭୦୦୦ ହେବ ।
ମେକ୍ସିକୋର ଟିଓଟିହୁଆକାନରେ ଏକ ମୂର୍ତି (ଖ୍ରୀଷ୍ଟପୂର୍ବ 200 ଖ୍ରୀଷ୍ଟାବ୍ଦ) ଜଣେ ବ୍ୟକ୍ତିଙ୍କ ମୁଖରୁ ଏକ ବକ୍ତବ୍ୟ ସ୍କ୍ରୋଲ୍ ନିର୍ଗତ କରୁଥିବା ଚିତ୍ରଣ କରିଥାଏ, ଯାହା ବକ୍ତବ୍ୟର ପ୍ରତୀକ
କ୍ୟୁନିଫର୍ମ ହେଉଛି ଲିଖିତ ଭାଷାର ପ୍ରଥମ ଜଣାଶୁଣା ରୂପ, କିନ୍ତୁ କଥିତ ଭାଷା ଅତିକମରେ ଦଶହଜାର ବର୍ଷ ଲେଖାକୁ ପୂର୍ବାନୁମାନ କରେ
ମଣିଷ ଭାଷା ପୃଥିବୀ ପୃଷ୍ଠରେ ଥିବା ସମସ୍ତ ସର୍ଜୀବଙ୍କ ମଧ୍ୟରେ ସ୍ୱତନ୍ତ୍ର । ଏହାର ଜଟିଳ ଗଠନ ଶୈଳୀ ଭାବ ପ୍ରକାଶ ପାଇଁ ଏକ ବୃହତ୍ତର କ୍ଷେତ୍ର ଯୋଗାଇଥାଏ ଯାହାକି ବର୍ତ୍ତମାନ ସୁଦ୍ଧା ଜଣାଥିବା ସମସ୍ତ ପ୍ରାଣୀମାନଙ୍କ ଯୋଗାଯୋଗ ପ୍ରଣାଳୀ ଅପେକ୍ଷା ଉତ୍କୃଷ୍ଟ । ଏହି ପ୍ରାଣୀ-ଯୋଗାଯୋଗ ପ୍ରଣାଳୀ ସାଧାରଣତଃ ମନୁଷ୍ୟ ଭଳି ସାମାଜିକ ନହୋଇ ଅନୁବଂଶୀୟ ହୋଇଥାଏ ।
== ସଂଜ୍ଞା ପ୍ରକରଣ == ମନୁଷ୍ଯର ମୁଖନିଃସୃତ ସାର୍ଥକ ଧ୍ୱନିମାନଙ୍କ ସମାହାରକୁ ଭାଷା କୁହାଯାଏ ।