ଭାରତୀୟ ସମ୍ବିଧାନ
ଭାରତର ପ୍ରଧାନ ଆଇନ / From Wikipedia, the free encyclopedia
ଭାରତୀୟ ସମ୍ବିଧାନ (The Constitution of India, ଦ କଁଷ୍ଟିଚ୍ଯୁସନ୍ ଅଫ୍ ଇଣ୍ଡିଆ) ହେଉଛି ଭାରତର ସର୍ବୋଚ୍ଚ ବିଧି ।[1][2] ଏହି ନଥିପତ୍ରଟି ଭାରତରେ ପ୍ରଶାସନର ସଂରଚନା, ଗଠନ, କାର୍ଯ୍ୟଶୈଳୀ, ନୀତିନିୟମ, ଅଧିକାର, କର୍ତ୍ତବ୍ୟ ଆଦି ବିଷୟରେ ମୂଳଦୁଆ ସ୍ଥାପିତ କରିଅଛି । ଏହା ବିଶ୍ୱର ଦୀର୍ଘତମ ଲିଖିତ ସମ୍ବିଧାନ ଅଟେ ।[3][4][5]
ଭାରତୀୟ ସମ୍ବିଧାନ | |
---|---|
ବିସ୍ତାର | ଭାରତ |
ଗୃହୀତ | ୨୬ ନଭେମ୍ବର ୧୯୪୯; ୭୧ ବର୍ଷ ପୂର୍ବେ |
ପ୍ରଣୟିତ | ୨୬ ଜାନୁଆରୀ ୧୯୫୦; ୭୧ ବର୍ଷ ପୂର୍ବେ |
ସଂରଚନା | ସଂଘୀୟ ସଂସଦୀୟ ସାମ୍ବିଧାନିକ ସାଧାରଣତନ୍ତ୍ର |
ଶାଖା | ତିନି (ବିଧାୟିକା, କାର୍ଯ୍ୟପାଳିକା ଏବଂ ନ୍ଯାୟପାଳିକା) |
ଗୃହ | ଦ୍ୱିସଦନୀୟ (ରାଜ୍ଯସଭା, ଲୋକ ସଭା) |
କାର୍ଯ୍ୟପାଳିକା | ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବାଧୀନ କ୍ଯାବିନେଟ ଯାହା ସଂସଦର ନିମ୍ନ ସଦନ ପାଖରେ ଉତ୍ତରଦାୟୀ |
ନ୍ଯାୟପାଳିକା | ଭାରତର ସର୍ବୋଚ୍ଚ ନ୍ଯାୟାଳୟ, ରାଜ୍ଯମାନଙ୍କର ଉଚ୍ଚ ନ୍ୟାୟାଳୟ, ଜିଲ୍ଲା ନ୍ଯାୟାଳୟ |
ସଂଘୀୟ ବ୍ଯବସ୍ଥା | ସଂଘୀୟ |
ନିର୍ବାଚନ ମଣ୍ଡଳ | ହଁ, କେବଳ ରାଷ୍ଟ୍ରପତି ତଥା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ |
Entrenchments | ୨ |
ସଂଶୋଧନ | ୧୦୪ |
ଅନ୍ତିମ ସଂଶୋଧନ | ୨୫ ଜାନୁଆରୀ ୨୦୨୦ (୧୦୪) |
କମିଶନକର୍ତ୍ତା | commissioned_by |
ଲେଖକ(ବୃନ୍ଦ) | ଲେଖକ |
ଦସ୍ତଖତକାରୀ | ସମ୍ବିଧାନ ସଭାର ୨୮୪ ଜଣ ସଦସ୍ଯ |
ଅଧିକ୍ରମଣ କରିଲା | ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଆକ୍ଟ ୧୯୩୫, ଇଣ୍ଡିଆ ଇଣ୍ଡିପେଣ୍ଡେନ୍ସ ଆକ୍ଟ ୧୯୪୭ |
ଏହା ସାମ୍ବିଧାନିକ ସର୍ବୋଚ୍ଚତା ସ୍ଥାପନ କରେ (ସଂସଦୀୟ ସର୍ବୋଚ୍ଚତା ନୁହେଁ, ଯେହେତୁ ଏହା ଏକ ସଂସଦ ବଦଳରେ ସମ୍ବିଧାନ ସଭାଦ୍ୱାରା ନିର୍ମିତ) । ଏହା ଲୋକଙ୍କଦ୍ୱାରା ସ୍ୱିକୃତି ପ୍ରାପ୍ତ, ଯାହା ଏହି ସମ୍ବିଧାନର ପ୍ରସ୍ତାବନାରେ ଉଦ୍ଘୋଷିତ । ସଂସଦ, ସମ୍ବିଧାନକୁ ରଦ୍ଦ କରିପାରିବ ନାହିଁ ।[6]
୧୯୪୯ ମସିହା ନଭେମ୍ବର ୨୬ ତାରିଖ ଦିନ ଭାରତର ସମ୍ବିଧାନ ସଭାଦ୍ୱାରା ଏହି ସମ୍ବିଧାନ ଗୃହୀତ ହୋଇଥିଲା ଏବଂ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ପ୍ରଣୟନ କରାଗଲା ।[7] ଭାରତର ସମ୍ବିଧାନ, ଭାରତୀୟ ପ୍ରଶାସନ ଅଧିନିୟମ ୧୯୩୫କୁ ଦେଶର ମୂଳ ପ୍ରଶାସନିକ ଅଧିନିୟମ ରୂପେ ପ୍ରତିସ୍ଥାପିତ କଲା ଏବଂ ଏହାସହିତ ଭାରତୀୟ ଅଧିରାଜ୍ଯ, ଭାରତୀୟ ଗଣରାଜ୍ୟରେ ପରିଣତ ହେଲା । ଭାରତ ଏହାର ସମ୍ବିଧାନକୁ ପ୍ରତିବର୍ଷ ଜାନୁଆରୀ ୨୬ ତାରିଖ ଦିନ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରେ ।[8]
ସମ୍ବିଧାନ ଭାରତକୁ ଏକ ସାର୍ବଭୌମ, ସମାଜବାଦୀ, ପନ୍ଥ-ନିରପେକ୍ଷ[9] ତଥା ଗଣତାନ୍ତ୍ରିକ ସାଧାରଣତନ୍ତ୍ର ହେବ ବୋଲି ଉଦ୍ଘୋଷଣା କରିଅଛି । ତତ୍ସହିତ ଏହା ସମସ୍ତ ନାଗରିକଙ୍କୁ ନ୍ଯାୟ, ସମାନତା ଏବଂ ସ୍ୱତନ୍ତ୍ରତା ପ୍ରଦାନ କରିଅଛି ଏବଂ ତାଙ୍କ ମଧ୍ଯରେ ଭ୍ରାତୃଭାବ[10] ସ୍ଥାପନ ଉତ୍ସାହିତ କରୁଅଛି । ୧୯୫୦ର ମୂଳ ସମ୍ବିଧାନଟିକୁ ଏକ ହିଲିଅମ ପୂର୍ଣ୍ଣ କାଚବାକ୍ସରେ ନୂଆଦିଲ୍ଲୀଠାରେ ସୁରକ୍ଷିତ ରଖାଯାଇଅଛି । "ପନ୍ଥ-ନିରପେକ୍ଷ" ତଥା "ସମାଜବାଦୀ" ଶବ୍ଦ ଦୁଇଟିକୁ ୧୯୭୬ ମସିହାରେ ଆପାତକାଳ ସମୟରେ ପ୍ରସ୍ତାବନାରେ ଯୋଡାଯାଇଥିଲା ।[11]