ବ୍ୟବହାରକାରୀ:Soumendrak/ବକ୍ସର ଯୁଦ୍ଧ
From Wikipedia, the free encyclopedia
ବକ୍ସର ଯୁଦ୍ଧ ୧୭୬୪ ମସିହାର ୨୨/୨୩ ଅକ୍ଟୋବରରେ ହୋଇଥିଲା । ଏକ ପକ୍ଷରେ ହେକ୍ଟର ମୁନ୍ରୋଙ୍କ ନେତୃତ୍ୱରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧୀନରେ ଥିବା ସୈନ୍ୟବାହିନୀ ଏବଂ ଅନ୍ୟ ପକ୍ଷରେ ବଙ୍ଗଳାର ନବାବ ମିର କାସୀମ; ଆୱାଦର ନବାବ ଶୁଜା-ଉଦ୍ଦୌଲାଙ୍କ; ଏବଂ ମୋଗଲ ସମ୍ରାଟ ଶାହା ଆଲାମ ଦ୍ୱିତୀୟ କାଶୀ ରାଜା ବଲୱନ୍ତ ସିଂଙ୍କ ମଧ୍ୟରେ ହୋଇଥିଲା । [1] ଏହି ଯୁଦ୍ଧ ଗଙ୍ଗା ନଦୀ କୂଳରେ, ବିହାର ରାଜ୍ୟରେ, ପାଟନାର ୧୩୦ କିଲୋମିଟର ପଶ୍ଚିମରେ ଅବସ୍ଥିତ, ଏକ ଛୋଟ ସହର, ବକ୍ସରରେ ହୋଇଥିଲା; ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ପାଇଁ ଏହା ଏକ ନିର୍ଣ୍ଣାୟକ ବିଜୟ ଥିଲା । ୧୭୬୫ ମସିହାରେ ଆଲାହାବାଦ ଚୁକ୍ତିନାମା ଦ୍ୱାରା ଏହି ଯୁଦ୍ଧ ସମାପ୍ତ ହୋଇଥିଲା।