ବ୍ରିଟିଶ ଭାରତ ସମୟର ରାଜକୀୟ ରାଜ୍ୟ ସମୂହର ତାଲିକା
From Wikipedia, the free encyclopedia
ଏହା ଭାରତୀୟ ରାଜକୀୟ ରାଜ୍ୟଗୁଡ଼ିକର ଏକ ତାଲିକା । ସେମାନେ ୧୯୪୭ ପୂର୍ବରୁ ବ୍ରିଟିଶ ଶାସନ ସମୟରେ ଏହି ଭଳି ଥିଲେ ।
୧୯୪୭ ମସିହାରେ ଭାରତ ବିଭାଜନ ପୂର୍ବରୁ ଶହ ଶହ[ଆଧାର ଲୋଡ଼ା] ରାଜକୀୟ ରାଜ୍ୟ ମୂଳ ରାଜ୍ୟ ନାମରେ ଭାରତରେ ଥିଲେ । ସେଗୁଡ଼ିକ ବ୍ରିଟିଶ ଭାରତର ଅଂଶ ନଥିଲ କିନ୍ତୁ ଏକ ସହାୟକ ମେଣ୍ଟ ଏବଂ କେତେକ କ୍ଷେତ୍ରରେ ପରୋକ୍ଷ ଶାସନ ଅଧୀନରେ ଥିଲେ । ଏଗୁଡ଼ିକ ହେଉଛି ଭାରତୀୟ ଉପମହାଦେଶର ଅଂଶ କିନ୍ତୁ ବ୍ରିଟିଶମାନଙ୍କଦ୍ୱାରା ଅଧୀକୃତ କିମ୍ବା ସଂଲଗ୍ନ ହୋଇନଥିଲେ ଏବଂ ପ୍ରାୟତଃ ମୋଗଲ ବାଦଶାହଙ୍କ ପୂର୍ବତନ ରାଜତନ୍ତ୍ର ଅଂଶ ଥିଲେ ।
ରାଜ୍ୟଗୁଡ଼ିକ ବର୍ଣ୍ଣକ୍ରମରେ ତାଲିକାଭୁକ୍ତ ହୋଇଛନ୍ତି । ଏହି ତାଲିକା ବ୍ରିଟିଶ ଭାରତୀୟ ରାଜକୀୟ ରାଜ୍ୟତାଲିକାର ପରିପୂରକ ଯାହା ଅଞ୍ଚଳ ଏବଂ ଶାସକ ଅନୁସାରେ ବ୍ୟବସ୍ଥିତ ।
ଭୌଗୋଳିକ ଏବଂ ପ୍ରଶାସନିକ ନାମ ସୂଚକ ମାତ୍ର କାରଣ ବିଭିନ୍ନ ନାମ ଏବଂ ସୀମାରେ ଯଥେଷ୍ଟ ପରିବର୍ତ୍ତନ ହୋଇଛି ତଥା ରାଜ୍ୟଗୁଡ଼ିକ (ପ୍ରଦେଶ, ରାଜତନ୍ତ୍ର) ବିଭାଜିତ, ମିଶ୍ରିତ ଏବଂ ପୁନଃନାମିତ ଆଦି ହୋଇଛି ।
ଏଥି ସହିତ ରାଜ୍ୟ ମାନ୍ୟତାର ମାନଦଣ୍ଡ (ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହୃତ) ଉତ୍ସ ମଧ୍ୟରେ ଭିନ୍ନ ଭିନ୍ନ ।
କେତେକ କ୍ଷେତ୍ରରେ ବିଭିନ୍ନ ନାମ କିମ୍ବା ସମ୍ପୂର୍ଣ୍ଣ ଭିନ୍ନ ନାମ ଅନ୍ତର୍ଭୁକ୍ତ ।